‘ଗୀଥା ଗୋବିନ୍ଦମ’ରେ ଅଭିନୟ କରିବାକୁ ପ୍ରଥମେ ଅରାଜି ଥିଲେ ବିଜୟ

‘ଗୀଥା ଗୋବିନ୍ଦମ୍‌’ ଟଲିଉଡ୍‌ର ସଫଳ ଫିଲ୍ମ ମଧ୍ୟରୁ ଗୋଟିଏ। ଫିଲ୍ମରେ ପ୍ରମୁଖ ଭୂମିକାରେ ନଜର ଆସିଥିଲେ ବିଜୟ ଦେବରାକୋଣ୍ଡା ଓ ରଶ୍ମୀକା ମନ୍ଦାନ୍ନା। ବକ୍ସ ଅଫିସରେ ଏହା ଭଲ ବ୍ୟବସାୟ କରିଥିଲା। ହେଲେ କ’ଣ ଆପଣ ଜାଣନ୍ତି, ବିଜୟ ପ୍ରଥମେ ଫିଲ୍ମଟିକୁ କରିବାକୁ ଅରାଜି ଥିଲେ। ସେ ଏଭଳି ଚରିତ୍ରରେ ଅଭିନୟ କରିବାକୁ ଦ୍ୱିଧାବୋଧ କରୁଥିଲେ। ହେଲେ ପ୍ରଯୋଜକ ବୁନି ବାସୁ ତାଙ୍କୁ ଫିଲ୍ମ କରିବାକୁ ନେଇ ବୁଝାଇଥିଲେ। ଶେଷରେ ହଁ ଭରିଥିଲେ ବିଜୟ। ପରେ ଫିଲ୍ମଟି ବ୍ଲକବଷ୍ଟର ହେବା ସହ ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଦେଇଥିଲା। ଅପରପକ୍ଷେ ନାୟିକା ରଶ୍ମୀକା ମଧ୍ୟ ବିଜୟକୁ ଡରୁଥିଲେ। ତାଙ୍କ ସହ ଶୁଟିଂ କରିବା ପରେ ଡର ଚାଲିଯାଇଥିଲା। ଏବେ ଉଭୟ ବନ୍ଧୁ ହୋଇଯାଇଛନ୍ତି। ଆଗାମୀ ଦିନରେ ବିଜୟଙ୍କୁ ଫିଟ୍‌୍‌ ନାୟକ ଭାବେ ଦେଖିବାକୁ ମିଳିବ। ତାଙ୍କ ସହ ଅନନ୍ୟା ପାଣ୍ଡେ, ରୋନିତ ରୟ, ରାମ୍ୟା କ୍ରିଷ୍ଣନ ପ୍ରମୁଖ ନଜର ଆସିବେ।

Share