Categories: ଜାତୀୟ

ଗିଲ୍‌ଗିଟ୍‌ ବାଲତିସ୍ତାନରେ ବୌଦ୍ଧ କୀର୍ତ୍ତି ଭାଙ୍ଗିଦେଲେ

ନୂଆଦିଲ୍ଲୀ,୪ା୬(ପି.ଟି.): ପାକିସ୍ତାନର ଗିଲ୍‌ଗିଟ୍‌ ବାଲତିସ୍ତାନରେ ଥିବା ଏକ ବୌଦ୍ଧ ଐତିହ୍ୟକୁ ଭାଙ୍ଗିଦିଆଯାଇଛି। ଏହାକୁ ନେଇ ବୁଧବାର ଭାରତ ପକ୍ଷରୁ ଆପତ୍ତି ଉଠାଯାଇଛି। ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି, ଏପରି କଠୋରପନ୍ଥୀ କାର୍ଯ୍ୟକଳାପ ପ୍ରାଚୀନ ସଭ୍ୟତା ଓ ସାଂସ୍କୃତିକ ଐତିହ୍ୟର ଉଲ୍ଲଂଘନକୁ ସୂଚାଉଛି, ଯାହାକି ଅତ୍ୟନ୍ତ ନିନ୍ଦନୀୟ। ଭାରତୀୟ ଭୂଖଣ୍ଡର ଗିଲ୍‌ଗିଟ୍‌ ବାଲତିସ୍ତାନ ପାକିସ୍ତାନର ବେଆଇନ ଦଖଲରେ ରହିଛି। ସେଠାରେ ଥିବା ମୂଲ୍ୟବାନ ବୌଦ୍ଧ ଐତିହ୍ୟକୁ ଭାଙ୍ଗି ବିକୃତ କରାଯିବା ନେଇ ଭାରତ ପକ୍ଷରୁ ଆପତ୍ତି ଉଠାଇ ପାକିସ୍ତାନକୁ ଜଣାଇ ଦିଆଯାଇଛି। ବେଆଇନ ଭାବେ କବ୍‌ଜା କରି ରଖିଥିବା ସମସ୍ତ ଭୂଖଣ୍ଡକୁ ପାକିସ୍ତାନ ଖାଲି କରିବା ଜରୁରୀ। ସେହିପରି ସେଠାରେ ରହୁଥିବା ଲୋକଙ୍କ ରାଜନୈତିକ, ଅର୍ଥନୈତିକ ଓ ସାଂସ୍କୃତିକ ଅଧିକାର ଉଲ୍ଲଂଘନ କରିବାରୁ ନିବୃତ୍ତ ରହିବାକୁ ମଧ୍ୟ ପାକିସ୍ତାନକୁ ପୁଣିଥରେ କୁହାଯାଇଛି।

Share