Posted inଖେଳ

ଗିରୋ ଡି’ ଇଟାଲିଆ

ଗିରୋ ଡି’ ଇଟାଲିଆ ସାଇକେଲ ରେସ୍‌ର ୧୦୬ତମ ସଂସ୍କରଣ ଇତିମଧ୍ୟରେ ଆରମ୍ଭ ହୋଇଛି। ତିନି ସପ୍ତାହ ବିଶିଷ୍ଟ ଏହି ଗ୍ରାଣ୍ଡ ଟୁର୍‌ ସାଇକେଲ ରେସ୍‌ ଗତ ୬ ତାରିଖରୁ ଆରମ୍ଭ ହୋଇଛି ଏବଂ ଏହା ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରତିଯୋଗିତାର ଶୁଭାରମ୍ଭ ଓର୍ଟୋନାଠାରେ ଆରମ୍ଭ ହୋଇଥିଲା। ରୋମ୍‌ଠାରେ ଶେଷ ହେବାକୁଥିବା ଏହି ସମ୍ମାନଜନକ ପ୍ରତିଯୋଗିତାରେ ମୋଟ ୨୧ଟି ଷ୍ଟେଜ ଅନୁଷ୍ଠିତ ହେବ। ଏହା ମଧ୍ୟରେ ୩ଟି ଇଣ୍ଡିଭିଜୁଆଲ୍‌ ଟାଇମ୍‌ ଟ୍ରାଏଲ୍‌ ରହିବ। ଏହାର ୬ଟି ଷ୍ଟେଜ୍‌ ୨୦୦ କିମିରୁ ଊର୍ଦ୍ଧ୍ୱ ଦୂରତା ବିଶିଷ୍ଟ। ରେସ୍‌ର ଓଭରଅଲ୍‌ ଦୂରତ୍ୱ ୩,୪୪୮ କିଲୋମିଟର (୨,୧୪୨ ମାଇଲ)। ଏଥର ରେସ୍‌ରେ ୨୨ଟି ଟିମ୍‌ର ମୋଟ ୨୧୮ ସାଇକ୍ଲିଷ୍ଟ ଭାଗ ନେଇଛନ୍ତି।
ପ୍ରତିଯୋଗିତାର ପ୍ରଥମ ଷ୍ଟେଜ୍‌ ଫୋସାସେସିଆଠାରୁ ଓର୍ଟୋନା ପର୍ଯ୍ୟନ୍ତ ହୋଇଥିଲା। ୧୮.୪ କିଲୋମିଟର ବିଶିଷ୍ଟ ଏହି ରେସ୍‌ ଇଣ୍ଡିଭିଜୁଆଲ୍‌ ଟାଇମ୍‌ ଟ୍ରାଏଲ ଅନ୍ତର୍ଗତ ଥିଲା। ଏଥିରେ ବେଲ୍‌ଜିଆନ ସାଇକ୍ଲିଷ୍ଟ ରେମ୍‌କୋ ଇଭେନ ପୋଏଲ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଇଟାଲୀର ଫିଲିପୋ ଗାନା ଦ୍ୱିତୀୟ ଓ ପର୍ତ୍ତୁଗାଲର ଜୋଆଓ ଆଲ୍‌ମେଡା ତୃତୀୟ ହୋଇଥିଲେ। ଦ୍ୱିତୀୟ ଷ୍ଟେଜ ଟେରାମୋଠାରୁ ଆରମ୍ଭ ହୋଇ ସାନ୍‌ ସାଲ୍‌ଭୋଠାରେ ଶେଷ ହୋଇଥିଲା। ଏହା ୨୦୪ କିଲୋମିଟର ବିଶିଷ୍ଟ ଏବଂ ଫ୍ଲାଟ୍‌ ଷ୍ଟେଜ୍‌ ଥିଲା। ଇଟାଲୀର ଜୋନାଥନ ମିଲାନ ଏହି ଷ୍ଟେଜ୍‌ରେ ପ୍ରଥମ ହୋଇଥିଲେ। ସେ ୪ ଘଣ୍ଟା ୫୫.୧୧ ସେକେଣ୍ଡ ସମୟ ନେଇଥିଲେ। ନେଦରଲାଣ୍ଡ୍ସର ଡେଭିଡ ଡେକର ଓ ଅଷ୍ଟ୍ରେଲିଆର କାଡେନ ଗ୍ରୋଭ୍ସ ପରବର୍ତ୍ତୀ ୨ ସ୍ଥାନରେ ରହିଥିଲେ। ଭାଷ୍ଟୋଠାରୁ ମେଲଫି ପର୍ଯ୍ୟନ୍ତ ତୃତୀୟ ଷ୍ଟେଜ ୨୧୦ କିଲୋମିଟର ବିଶିଷ୍ଟ ଥିଲା। ଏହି ଇଣ୍ଟରମିଡିଏଟ୍‌ ଷ୍ଟେଜ୍‌ରେ ଅଷ୍ଟ୍ରେଲିଆର ମାଇକେଲ ମାଥ୍ୟୁସ ୫ ଘଣ୍ଟା ୧.୪୧ ସେକେଣ୍ଡ ନେଇ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଡେନ୍‌ମାର୍କର ମାଡ୍ସ ପେଡେରେସନ ଦ୍ୱିତୀୟ ଓ ଅଷ୍ଟ୍ରେଲିଆର କାଡେନ ଗ୍ରୋଭ୍ସ ତୃତୀୟ ସ୍ଥାନରେ ରହିଥିଲେ। ତୃତୀୟ ରାଉଣ୍ଡ ଶେଷସୁଦ୍ଧା ବେଲଜିୟମର ରେମ୍‌କୋ ଇଭେଲପୋଏଲ୍‌ ଓଭରଅଲ୍‌ ଅଗ୍ରଣୀ ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀ, ମହିଳା, ଶିଶୁ ଏବଂ ଓଡ଼ିଆ ଅସ୍ମିତା ପାଇଁ ଜୋରଦାର ଲଢ଼ାଯିବ: ନବୀନ

ଭୁବନେଶ୍ୱର,୧୭।୨(ସୁନିତ୍‌ ମିଶ୍ର): ବିଧାନସଭାର ବଜେଟ ଅଧିବେଶନ ମଙ୍ଗଳବାରଠାରୁ ଆରମ୍ଭ ହୋଇ ୨ଟି ପର୍ଯ୍ୟାୟରେ ଚାଲିବ। ରାଜ୍ୟ ସରକାର ଏହି ଅଧିବେଶନରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଗୃହରେ…

ତିନି ଦିନିଆ ଗସ୍ତରେ ଭାରତ ପହଞ୍ଚିଲେ ଫ୍ରାନ୍ସ ରାଷ୍ଟ୍ରପତି; ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ମାକ୍ରନ କରିବେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା

ନୂଆଦିଲ୍ଲୀ,୧୭।୨: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଆଜି (ଫେବୃଆରୀ ୧୭) ଅର୍ଥାତ୍‌ ମଙ୍ଗଳବାର ସକାଳେ ତିନି ଦିନିଆ ଗସ୍ତ ପାଇଁ ଭାରତ ଆସିଛନ୍ତି। ଦାୟିତ୍ୱ ଗ୍ରହଣ କରିବା…

ପୋଲିସ ଫାଣ୍ଡି ନିକଟରୁ ସୁନା ଚେନ୍ ଲୁଟିନେଲେ ଲୁଟେରା, ପୋଲିସକୁ ଖୋଲା ଚାଲେଞ୍ଜ!

ଧର୍ମଶାଳା,୧୭।୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଜାରକା ପୋଲିସ ବିଟ୍ ହାଉସ ନିକଟରୁ ଜଣେ ବ୍ୟକ୍ତିଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ । ଏକ ବାଇକରେ…

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଆଜିଠୁ ବିଧାନସଭା ବଜେଟ ଅଧିବେଶନ, ୨୦୨୬-୨୭ ବର୍ଷ ପାଇଁ ବଜେଟ ଆଗତ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୭।୨(ସୁନିତ୍‌ ମିଶ୍ର): ୧୭ଦଶ ବିଧାନସଭାର ଷଷ୍ଠ ଅଧିବେଶନ ମଙ୍ଗଳବାରଠାରୁ ଆରମ୍ଭ ହେବ। ଏହି ଅଧିବେଶନରେ ରାଜ୍ୟ ସରକାର ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣକାଳୀନ ବଜେଟ ଗୃହରେ…

‘କୃତ୍ରିମ ବୁଦ୍ଧିମତ୍ତା: ପରିବର୍ତ୍ତନ ଧାରାରେ ଭାରତ ଅଗ୍ରଣୀ’

ନୂଆଦିଲ୍ଲୀ,୧୭ା୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ଠାରେ ଇଣ୍ଡିଆ ଏଆଇ ଇମ୍ପାକ୍ଟ ଏକ୍ସପୋର ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ସେ ବିଭିନ୍ନ ଷ୍ଟଲ୍‌ ବୁଲିବା…

ନ୍ୟୁଜ୍‌ କ୍ଲିକ୍‌ ପୋର୍ଟାଲକୁ ୧୨୦ କୋଟି ଜରିମାନା

ନୂଆଦିଲ୍ଲୀ,୧୭ା୨: ବହୁ ଚର୍ଚ୍ଚିତ ନ୍ୟୁଜ୍‌ କ୍ଲିକ୍‌ ପୋର୍ଟାଲ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ୧୨୦ କୋଟି ଟଙ୍କା ଜରିମାନା କରିଛି। ଏଥିସହିତ ଏହି ପୋର୍ଟାଲର ପ୍ରତିଷ୍ଠାତା ପ୍ରବୀର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri