ଗିରିଶଙ୍କରକୁଁ ମିଲବା ବିଜୁ ପକାଘର

ଲୋଇସିଂହା, ୭।୧୧(ଡି.ଏନ.ଏ)- ଗଲା ଦିଆଲି ଆଗରୁ ହେଇଥିବାର ଲଘୁଚାପ ବରଷାରେ ସୁବର୍ଣ୍ଣପୁର ଜିଲା କୁମୁଣ୍ଡେ ଗଁାର ଗିରିଶଙ୍କର ଗେଜୋକଁର ମାଏଟ୍‌ ଘରର କଁାଥି ଭାଂଗି ଯାଇଥିଲା। ଏନ୍‌ତାଥି ୪ ପରାନୀ କୁଟୁମ ସିମେଟ ପାଲ ତଲେ ବଡ଼ା ଗୁଲ୍‌ଗୁଲା ହେଇ ଜୀବନ ବିତଉଛନ୍‌। ଇ ବାବ୍‌ଦେ ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ଖବର ବାହାରିଥିଲା। ଖବର ବାହାରଲାରୁ ଥାନୀଅ ପରଶାସନ ଘଟନାର ତଦଁତ୍‌ କରିଥିଲା। ଗରିଶଙ୍କରକୁଁ ୨୦୧୯-୨୦ ବଛରରେ ବିଜୁ ପକାଘର ଯୋଜନାରେ ସାମିଲ କରି ଘର ଯୁଗେଇ ଦିଆଯିବା ବଲି ସୁବର୍ଣ୍ଣପୁର ଜିଲାପାଳକୁଁ ତରଭା ବିଡିଓ ଜନେଇଛନ୍‌।
ସୂଚନା ଅନ୍‌ସାରେ ତରଭା ବ୍ଲକ ରାଣୀସର୍ଡ଼ା ପଁଚେତ୍‌ ଅଧୀନ କୁମୁଣ୍ଡେ ଗଁାର ଗରିଶଙ୍କର ଗେଜୋ। ପରିବାର କହେଲେ ମାଏକିନା ସାଧବି, ପୁଓ ଦେବରାଜ ଆର ଝି’ ପ୍ରିୟାଂଶିକେ ନେଇ ତାକର ସଁସାର। ପରିବାରଟା ନିହାତି ଗରିବ୍‌, କୁଲିମଜୁରି କରି ଗରିଶଙ୍କର କୁଟୁମ ପୁଷୁଛନ୍‌। ଗଲା ଦିଆଲି ଆଗରୁ ହେଇଥିବାର ଲଘୁଚାପ ବରଷାରେ ତାକର ଘରର କଁାଥି ଭାଂଗି ଯାଇଥିଲା। ହେଲେ ଅଲପକେ ପରିବାର ଲୋକ୍‌ ଗୁଟେ ବଡ଼ ବିପଦରୁ ବରତି ଯାଇଥିଲେ। ଅଭାବ ଅନାଟନ ଲାଗି ଗରିଶଙ୍କର ଘରଟା ମରାମତି କରି ନାଇଁପାରବାର। ଏନ୍‌ତାଥି ପରିବାରଟା ସିମେଟ ପାଲ ଦେଇ ବଡ଼ା ଗୁଲ୍‌ଗୁଲା ହେଇ ଭଂଗା ଘରେ ରହୁଛନ୍‌। ଇ ଘଟନାକେ ନେଇ ଗଲା ଅକ୍ଟୋବର ୩୧ ତାରିଖ ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ‘ଦାଉସାଧ୍‌ଲା ଲଘୁଚାପ ବରଷା, ସିମେଟ ପାଲ ତଲେ ପରିବାର’ ଶୀରଷକ୍‌ରେ ଖବର ବାହାରିଥିଲା। ଇ ଖବରକେ ସାମାଜିକ କରମୀ ଦୀପା ବାରିକ ମୁଖ୍ୟମନ୍ତ୍ରୀ ଆର ସୁବର୍ଣ୍ଣପୁର ଜିଲାପାଳକୁଁ ଟୁଇଟ କରି ଗିରିଶଙ୍କର ଦୁଖ୍‌ ଜନେଇଥିଲେ। ଜିଲାପାଳ ଘଟନାକେ ଗୁରୁତ୍‌ ଦେଇ ସଂଗେ ସଂଗେ ଚିଠି ନଂ.୪୫୬ରେ ତରଭା ବିଡିଓକୁଁ ଘଟନାର ତଦଁତ କରି ରିପୋର୍ଟ ଦେବାକେ କହିଥିଲେ। ସେନ୍‌ତା ବିଡିଓ ଜିଲାପାଳକଁର ନିରଦେଶକେ ପାଲନ କରବାକେ ଯାଇ ରାଣୀସର୍ଡ଼ା ପିଇଓକୁଁ ଘଟନାର ତଦଁତ୍‌ କରି ରିପୋର୍ଟ ଦେବାକେ କହିଥିଲେ। ପିଇଓକଁର ରିପୋର୍ଟକେ ଆଧାର କରି ବିଡିଓ ଜିଲାପାଳକୁଁ ଜନେଇଛନ୍‌ ଯେ, ୨୦୧୧ ଜନଗଣନା ଏସ୍‌ଇସିସି ତାଲିକାରେ ଗିରିଶଙ୍କର ନଁା ନାଇଁଥାଇ। ଗରିଶଙ୍କରକୁଁ ପ୍ରଧାନମନ୍ତ୍ରୀ ଆବାସ ଘର ଦେବାର ଲାଗି ତାକର ନଁା ସେପ୍ଟେମ୍ବର ମାସେ ସରକାରକଁର ଆର୍‌ଏଚ୍‌ ପୋର୍ଟାଲରେ ଛଡ଼ାଯାଇଛେ। ସେ ଘର ପାଏବାର ଲାଗି ହକ୍‌ଦାର ଆଏ। ୨୦୧୯-୨୦ରେ ବିଜୁ ପକାଘର ଟାର୍ଗେଟ ଆଏଲେ ତାହାକୁ ସାମିଲ କରାଯିବା ବଲି ବିଡିଓ ତଦଁତ୍‌ ରିପୋର୍ଟରେ ଲେଖିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଜେଲ୍‌ରେ କଏଦୀଙ୍କ ଆନ୍ଦୋଳନ

ସୁନ୍ଦରଗଡ଼,୨୪।୧୨: ସୁନ୍ଦରଗଡ଼ ଜେଲ ଅଧୀକ୍ଷକଙ୍କ ବିରୋଧରେ କଏଦୀମାନେ ବୁଧବାର ଆନ୍ଦୋଳନ କରିଛନ୍ତି। ବିଭିନ୍ନ ଦାବି ନେଇ ୫୦୦ରୁ ଊଦ୍ଧର୍‌ବ କଏଦୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଜେଲରେ...

ବଡଦିନ ପାଇଁ ବ୍ୟାପକ ପ୍ରସ୍ତୁତି: ପୋଲିସର ଫ୍ଲାଗମାର୍ଚ୍ଚ

ରାଇକିଆ, ୨୪।୧୨(ପ୍ରଦୀପ ବେହେରା)- ଆଉ ଗୋଟିଏ ଦିନ ପରେ ବଡଦିନ। ଏଥିପାଇଁ କନ୍ଧମାଳ ଜିଲା ରାଇକିଆ ବ୍ଲକର ବିଭିନ୍ନ ଚର୍ଚ୍ଚରେ ଆକର୍ଷଣୀୟ ସାଜସଜ୍ଜା ସାଙ୍ଗକୁ ବ୍ୟାପକ...

ସୋଲାର ଲାଇଟ ଅଚଳ ଘଟଣା: ସରପଞ୍ଚ ଲଗାଇଲେ ଷ୍ଟ୍ରିଟ ଲାଇଟ

ଦାରିଙ୍ଗବାଡି, ୨୪୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତରେ ପ୍ରତି ମଙ୍ଗଳବାର ସାପ୍ତାହିକ ହାଟ ହେଉଛି। ଏହି ହାଟରେ ଭିଡ଼ ଜମୁଛି।...

ଭିଜିଲାନ୍ସ ଜାଲରେ ବରିଷ୍ଠ ରାଜସ୍ବ ସହାୟକ: ପୈତୃକ ଘର ସହ ୪ଟି ସ୍ଥାନରେ ଚଢ଼ାଉ ଜାରି…

ସମ୍ବଲପୁର,୨୪।୧୨(ପ୍ରମୋଦ ବହିଦାର): ଭିଜିଲାନ୍ସ ଜାଲରେ ସମ୍ବଲପୁର ବନ୍ଦୋବସ୍ତ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ବ ସହାୟକ( SRA)ବାସୁଦେବ ଭୋଇ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ...

ଲୋକ ଉତ୍ସବ ପ୍ରସ୍ତୁତି ବୈଠକ: ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଣଦେଖା

ବଲାଙ୍ଗୀର,୨୪।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପ୍ରଶାସନ ଏବଂ ଜିଲା ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାନୀୟ ଡିଏଫ୍‌ଓ ସମ୍ମିଳନୀ କକ୍ଷରେ ବଲାଙ୍ଗୀର ଲୋକ ଉତ୍ସବ ପାଇଁ...

ପରିସ୍ରା କରିବାକୁ ଯାଇଥିଲେ ବ୍ୟବସାୟୀ, ଭୁଷୁଡିଲା କାନ୍ଥ: ଆଉ ତା’ପରେ…

ଅମରପାଲି,୨୪।୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝିରିଆପାଲି ପଞ୍ଚାୟତ ରୁଗୁଡ଼ିପାଲି ଗ୍ରାମରେ କାନ୍ଥ ଭୁଷୁଡି ଜଣେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଛି। ମୃତ...

ରାତି ପାହିଲେ ବଡ଼ ଦିନ: ଧରାବତରଣ କରିବେ ପ୍ରଭୁ ଯୀଶୁ

ଭୁବନେଶ୍ୱର,୨୪।୧୨: ରାତି ପାହିଲେ ବଡ଼ ଦିନ। ଆଜି ମଧ୍ୟରାତ୍ରୀରେ ଧରାବତରଣ କରିବେ ପ୍ରଭୁ ଯୀଶୁ। ପ୍ରଭୁ ଯୀଶୁଙ୍କୁ ଉପାସନା ପାଇଁ ଖ୍ରୀଷ୍ଟ ଧର୍ମାବଲମୱୀଙ୍କ ମନରେ ଉତ୍କଣ୍ଠା...

ଶୀତ ମହୋତ୍ସବକୁ ଆସିବେ ୨ କୃଷ୍ଣ: ବଢୁଛି ଚର୍ଚ୍ଚା

ଦାରିଙ୍ଗବାଡି,୨୪।୧୨(ଅରୁଣ ସାହୁ):ଦାରିଙ୍ଗବାଡିରେ ଆସନ୍ତା ୮ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି। ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ ବିଭାଗ ମନ୍ତ୍ରୀମାନେ ଯୋଗଦେବାକୁ ରହିଥିବାବେଳେ କିଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri