ଗିରିଶଙ୍କରକୁଁ ମିଲବା ବିଜୁ ପକାଘର

ଲୋଇସିଂହା, ୭।୧୧(ଡି.ଏନ.ଏ)- ଗଲା ଦିଆଲି ଆଗରୁ ହେଇଥିବାର ଲଘୁଚାପ ବରଷାରେ ସୁବର୍ଣ୍ଣପୁର ଜିଲା କୁମୁଣ୍ଡେ ଗଁାର ଗିରିଶଙ୍କର ଗେଜୋକଁର ମାଏଟ୍‌ ଘରର କଁାଥି ଭାଂଗି ଯାଇଥିଲା। ଏନ୍‌ତାଥି ୪ ପରାନୀ କୁଟୁମ ସିମେଟ ପାଲ ତଲେ ବଡ଼ା ଗୁଲ୍‌ଗୁଲା ହେଇ ଜୀବନ ବିତଉଛନ୍‌। ଇ ବାବ୍‌ଦେ ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ଖବର ବାହାରିଥିଲା। ଖବର ବାହାରଲାରୁ ଥାନୀଅ ପରଶାସନ ଘଟନାର ତଦଁତ୍‌ କରିଥିଲା। ଗରିଶଙ୍କରକୁଁ ୨୦୧୯-୨୦ ବଛରରେ ବିଜୁ ପକାଘର ଯୋଜନାରେ ସାମିଲ କରି ଘର ଯୁଗେଇ ଦିଆଯିବା ବଲି ସୁବର୍ଣ୍ଣପୁର ଜିଲାପାଳକୁଁ ତରଭା ବିଡିଓ ଜନେଇଛନ୍‌।
ସୂଚନା ଅନ୍‌ସାରେ ତରଭା ବ୍ଲକ ରାଣୀସର୍ଡ଼ା ପଁଚେତ୍‌ ଅଧୀନ କୁମୁଣ୍ଡେ ଗଁାର ଗରିଶଙ୍କର ଗେଜୋ। ପରିବାର କହେଲେ ମାଏକିନା ସାଧବି, ପୁଓ ଦେବରାଜ ଆର ଝି’ ପ୍ରିୟାଂଶିକେ ନେଇ ତାକର ସଁସାର। ପରିବାରଟା ନିହାତି ଗରିବ୍‌, କୁଲିମଜୁରି କରି ଗରିଶଙ୍କର କୁଟୁମ ପୁଷୁଛନ୍‌। ଗଲା ଦିଆଲି ଆଗରୁ ହେଇଥିବାର ଲଘୁଚାପ ବରଷାରେ ତାକର ଘରର କଁାଥି ଭାଂଗି ଯାଇଥିଲା। ହେଲେ ଅଲପକେ ପରିବାର ଲୋକ୍‌ ଗୁଟେ ବଡ଼ ବିପଦରୁ ବରତି ଯାଇଥିଲେ। ଅଭାବ ଅନାଟନ ଲାଗି ଗରିଶଙ୍କର ଘରଟା ମରାମତି କରି ନାଇଁପାରବାର। ଏନ୍‌ତାଥି ପରିବାରଟା ସିମେଟ ପାଲ ଦେଇ ବଡ଼ା ଗୁଲ୍‌ଗୁଲା ହେଇ ଭଂଗା ଘରେ ରହୁଛନ୍‌। ଇ ଘଟନାକେ ନେଇ ଗଲା ଅକ୍ଟୋବର ୩୧ ତାରିଖ ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ‘ଦାଉସାଧ୍‌ଲା ଲଘୁଚାପ ବରଷା, ସିମେଟ ପାଲ ତଲେ ପରିବାର’ ଶୀରଷକ୍‌ରେ ଖବର ବାହାରିଥିଲା। ଇ ଖବରକେ ସାମାଜିକ କରମୀ ଦୀପା ବାରିକ ମୁଖ୍ୟମନ୍ତ୍ରୀ ଆର ସୁବର୍ଣ୍ଣପୁର ଜିଲାପାଳକୁଁ ଟୁଇଟ କରି ଗିରିଶଙ୍କର ଦୁଖ୍‌ ଜନେଇଥିଲେ। ଜିଲାପାଳ ଘଟନାକେ ଗୁରୁତ୍‌ ଦେଇ ସଂଗେ ସଂଗେ ଚିଠି ନଂ.୪୫୬ରେ ତରଭା ବିଡିଓକୁଁ ଘଟନାର ତଦଁତ କରି ରିପୋର୍ଟ ଦେବାକେ କହିଥିଲେ। ସେନ୍‌ତା ବିଡିଓ ଜିଲାପାଳକଁର ନିରଦେଶକେ ପାଲନ କରବାକେ ଯାଇ ରାଣୀସର୍ଡ଼ା ପିଇଓକୁଁ ଘଟନାର ତଦଁତ୍‌ କରି ରିପୋର୍ଟ ଦେବାକେ କହିଥିଲେ। ପିଇଓକଁର ରିପୋର୍ଟକେ ଆଧାର କରି ବିଡିଓ ଜିଲାପାଳକୁଁ ଜନେଇଛନ୍‌ ଯେ, ୨୦୧୧ ଜନଗଣନା ଏସ୍‌ଇସିସି ତାଲିକାରେ ଗିରିଶଙ୍କର ନଁା ନାଇଁଥାଇ। ଗରିଶଙ୍କରକୁଁ ପ୍ରଧାନମନ୍ତ୍ରୀ ଆବାସ ଘର ଦେବାର ଲାଗି ତାକର ନଁା ସେପ୍ଟେମ୍ବର ମାସେ ସରକାରକଁର ଆର୍‌ଏଚ୍‌ ପୋର୍ଟାଲରେ ଛଡ଼ାଯାଇଛେ। ସେ ଘର ପାଏବାର ଲାଗି ହକ୍‌ଦାର ଆଏ। ୨୦୧୯-୨୦ରେ ବିଜୁ ପକାଘର ଟାର୍ଗେଟ ଆଏଲେ ତାହାକୁ ସାମିଲ କରାଯିବା ବଲି ବିଡିଓ ତଦଁତ୍‌ ରିପୋର୍ଟରେ ଲେଖିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri