ଗିରଫ ହେଲେ ମରିୟମ

ଇସଲାମାବାଦ,୮।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫଙ୍କ ଝିଅ ମରିୟମ ନଓ୍ବାଜଙ୍କୁ ଗୁରୁବାର ଗିରଫ କରାଯାଇଥିବା କହିଛି ପାକିସ୍ତାନ ଗଣମାଧ୍ୟମ। ନ୍ୟାଶନାଲ ଆକାଉଣ୍ଟବିଲିଟି ବ୍ୟୁରୋ(ଏନ୍‌ଏବି) ତାଙ୍କୁ ଗିରଫ କରିଛି। ସୂଚନାଯୋଗ୍ୟ, ପୂର୍ବରୁ ତାଙ୍କ ପିତା ନଓ୍ବାଜ ଶରିଫ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍‌ରେ ରହିଛନ୍ତି। ଚୌଧୁରୀ ସୁଗାର ମିଲ୍‌ ମାମଲାରେ ତାଙ୍କୁ ଗିରଫ କରାଯାଇଛି। ଲାହୋରର କୋଟ ଲଖପତ ଜେଲରେ ପିତା ନଓ୍ବାଜ ଶରିଫଙ୍କୁ ଦେଖା କରିବା ପରେ ତାଙ୍କୁ ଗିରଫ କରାଯାଇଥିବା କୁହାଯାଉଛି।

Share