ଗିରଫ ହେଲେ ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ: ମିଳିଲା ୫ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି,  ୩ କୋଟି ୮୦ଲକ୍ଷର ହିସାବ ଦେଇ ପାରିଲେନି

ବ୍ରହ୍ମପୁର ଅଫିସ/ଗଞ୍ଜାମ,୫ା୩(ଡି.ଏନ.ଏ.)-ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ବିନୋଦ ଚନ୍ଦ୍ର ପାଢ଼ୀ ବୁଧବାର ଗିରଫ ହୋଇଛନ୍ତି। ଭିଜିଲାନ୍ସ ବିଭାଗ ପକ୍ଷରୁ ମଙ୍ଗଳବାର ଓ ବୁଧବାର ଅଧୀକ୍ଷଣ ଯନ୍ତ୍ରୀ ପାଢ଼ୀଙ୍କ ଗଞ୍ଜାମ ଓ ଭୁବନେଶ୍ୱରସ୍ଥିତ ଘର ସମେତ ୧୨ଟି ସ୍ଥାନରେ ଏକକାଳୀନ ଚଢାଉ କରାଯାଇଥିଲା। ତାଙ୍କ ସ୍ଥାବର ଅସ୍ଥାବର ସମ୍ପତ୍ତି ମୋଟ ୫ କୋଟି ୧୨ଲକ୍ଷ ୯୭ ହଜାର ୯୬୩ ଟଙ୍କା ଆକଳନ ହୋଇଥଲା। ସେଥିରେ ୩ କୋଟି ୮୦ଲକ୍ଷ ଟଙ୍କା ବହିର୍ଭୂତ୍ତ ସମ୍ପତ୍ତି ରହିଛି। ଯାହାର ହିସାବ ହିସାବ ଅଧୀକ୍ଷଣ ଯନ୍ତ୍ରୀ ପାଢ଼ୀ ଦେଇପାରି ନ ଥିଲେ। ଏ ନେଇ ନଂ.୫/୨୦ରେ ମାମଲା ରୁଜୁ କରାଯାଇ ପାଢ଼ୀଙ୍କୁ ଗିରଫ କରାଯାଇଥିବା ଭିଜିଲାନ୍ସ ଏସ୍‌ପି ମାୟାଧର ସ୍ବାଇଁ ସୂଚନା ଦେଇଛନ୍ତି । ଏଥିସହ ତାଙ୍କ ସ୍ତ୍ରୀ ପ୍ରଭାତୀ ପାଢ଼ୀଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଥିବା ଭିଜିଲାନ୍ସ ଏସ୍‌ପି ସ୍ବାଇଁ କହିଛନ୍ତି।
ଅଧୀକ୍ଷଣ ଯନ୍ତ୍ରୀ ବିନୋଦ ଓ ତାଙ୍କ ସ୍ତ୍ରୀ ପ୍ରଭାତୀଙ୍କ ନାମରେ ଥିବା ୨୬ଟି ପ୍ଲଟର ମୂଲ୍ୟ ୮୩ଲକ୍ଷ ୫୯ ହଜାର ୬୦୩ ଟଙ୍କା ଆକଳନ କରାଯାଇଛି। ଗଞ୍ଜାମ ବଜାର ସାହିରେ ୨୦୧୮ରେ ଆରମ୍ଭ ହୋଇ ଅର୍ଦ୍ଧନିର୍ମିତ ଅବସ୍ଥାରେ ଥିବା ଘରର ମୂଲ୍ୟ ୪୪ଲକ୍ଷ ୧୯ ହଜାର ୯୨୮ ଟଙ୍କା, ୨୦୧୯ରେ ଗଞ୍ଜାମ ବଜାରରେ ନିର୍ମାଣାଧୀନ ଥିବା ଏକ ବାସଗୃହର ମୂଲ୍ୟ ୨୬ ଲକ୍ଷ ୪୯ ହଜାର ୫୦୭ ଟଙ୍କା , ସେଠାରେ ଥିବା ଅନ୍ୟ ୪ଟି ଏକମହଲା ବିଶିଷ୍ଟ ଘରର ମୂଲ୍ୟ ୬ଲକ୍ଷ ୨୧ ହଜାର ୨୧୮ ଟଙ୍କା, ଆଉ ଏକ ଦୁଇମହଲା ବିଶିଷ୍ଟ ଘରର ମୂଲ୍ୟ ୨୪ ଲକ୍ଷ ୪୯ ହଜାର ୫୫୩ ଟଙ୍କା ବୋଲି ଆକଳନ ହୋଇଛି। ସେହିପରି ଖଲ୍ଲିିକୋଟ ଡିମିରିଆ ମୌଜାରେ ଥିବା ଫାର୍ମ ହାଉସର ମୂଲ୍ୟ ୫୯ ଲକ୍ଷ ୮୦ ହଜାର, ବ୍ରହ୍ମପୁର ପାନକାପଲ୍ଲୀ ମୌଜାରେ ଉଭୟ ପାଢ଼ୀ ଓ ତାଙ୍କ ସ୍ତ୍ରୀଙ୍କ ନାମରେ ଥିବା ଏକ ଅର୍ଦ୍ଧନିର୍ମିତ ବହୁପ୍ରାସାଦ ଅଟ୍ଟାଳିକାର ମୂଲ୍ୟ ୩୨ ଲକ୍ଷ ୪୦ ହଜାର ୩୧ଟଙ୍କା, ଖୋଡ଼ାସିଂ ମୌଜାରେ ଥିବା ଦୁଇମହଲା ଅଟ୍ଟାଳିକାର ମୂଲ୍ୟ ୨୪ଲକ୍ଷ ୩୩ ହଜାର ୩୦ ଟଙ୍କା, ଭୁବନେଶ୍ୱର ଗୌତମନଗର ଉତ୍କଳ କନକା ଗ୍ୟାଲେରି ନାମକ ଏକ ଦୋକାନ ଗୃହର ମୂଲ୍ୟ ୫୨ ଲକ୍ଷ ୭୫ ହଜାର ୭୪୨ଟଙ୍କା, ଭୁବନେଶ୍ୱର ନୟାପଲ୍ଲୀ ମେଟ୍ରୋ ରେସିଡ଼େନ୍ସିରେ ଥିବା ଏକ ଫ୍ଲାଟର ମୂଲ୍ୟ ୯ଲକ୍ଷ ୩୦ହଜାର ଟଙ୍କା ଆକଳନ କରାଯାଇଥିଲା ା ସେହିପରି ଘରକରଣା ସାମଗ୍ରୀର ମୂଲ୍ୟ ୬ଲକ୍ଷ ୬ ହଜାର ୫୨୭ଟଙ୍କା, ସ୍କର୍ପିଓର ମୂଲ୍ୟ ୧୪ଲକ୍ଷ, ବିଭିନ୍ନ ସରକାରୀ ଓ ବେସରକାରୀ ବ୍ୟାଙ୍କରେ ପାଢ଼ୀ, ତାଙ୍କ ସ୍ତ୍ରୀ ଓ ପୁଅଙ୍କ ନାମରେ ୯୦ଲକ୍ଷ ୧୮ହଜାର ୪୭୧ଟଙ୍କା ଜମା ରହିଛି। ଘରୁ ମିଳିଥିବା ୬୯୧ ଗ୍ରାମର ସୁନାଗହଣା, ୨୮୪ ଗ୍ରାମର ରୂପା ସାମଗ୍ରୀର ମୂଲ୍ୟ ୧୨ଲକ୍ଷ ୩୩ ହଜାର ୯୬ ଟଙ୍କା, ଏଲଆଇସି, ମ୍ୟାକ୍ସ ଲାଇଫ୍‌, ଏଚଡ଼ିଏଫସି , ଏଚଏସବିସି ପ୍ରଭୃତି ଜୀବନବୀମା ସଂସ୍ଥାରେ ଜମା ରଖିଥିବା ଟଙ୍କାର ମୂଲ୍ୟ ୨୫ ଲକ୍ଷ ୮୩ ହଜାର ୨୫୭ ଓ ଘରୁ ୯୮ ହଜାର ଟଙ୍କା ଠାବ କରାଯାଇଛି ବୋଲି ଭିଜିଲାନ୍ସ ଏସପି ସ୍ବାଇଁ ସୂଚନା ଦେଇଛନ୍ତି ା
ସୂଚନାଯୋଗ୍ୟ, ଅନୁଗୋଳରେ ପାଢ଼ୀ ସହକାରୀ ଯନ୍ତ୍ରୀ ଥିବାବେଳେ ଭିଜିଲାନ୍ସ ବିଭାଗ ୧୯୯୬ ସେପ୍ଟେମ୍ବର ୩୦ରେ ତାଙ୍କ ନାଁରେ ନଂ.୫୫/୯୬ରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ନେଇ ଏକ ମାମଲା ରୁଜୁ କରିଥିଲା। ୨୦୧୧ରେ ଏହି ମାମଲାର ବିଚାର ବେଳେ ସେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ନିଆରା ଜନ୍ମଦିନ ପାଳନ କଲେ ସମାଜସେବୀ ସୁନିଲ

ଗଞ୍ଜାମ,୭।୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ଐତିହାସିକ ଲବଣ ସତ୍ୟାଗ୍ରହର ଅନ୍ୟତମ ପୀଠ ହୁମ୍ମାଠାରେ ଜନ କଲ୍ୟାଣ ସ୍ବେଛାସେବୀ ସଂସ୍ଥା ଓ ବଜରଙ୍ଗୀ ଦଳର ମିଳିତ ଆନୁକୁଲ୍ୟରେ…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

ଫାଇନାନ୍ସ କମ୍ପାନୀ ମ୍ୟାନେଜରଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗ: ସୁନା ଚେନ୍‌ ଛଡାଇ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଆଙ୍କୋରଡ଼ା ଗାଁ ନିକଟରେ ଥିବା କ୍ରସର ୟୁନିଟରୁ ପଶ୍ଚିମବଙ୍ଗ କୋଲକତାସ୍ଥିତ ସିଭିଲ କୋର୍ଟଙ୍କ ଆଦେଶ କ୍ରମେ କୋବେଲକୋ…

ପୋଖରୀରେ ବୁଡ଼ି ଚାଲିଗଲା ୨ ସାଙ୍ଗଙ୍କ ଜୀବନ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ ପତାଣ୍ଡ ଗ୍ରାମରେ ଅଘଟଣ । ପୋଖରୀରେ ବୁଡ଼ିଯାଇ ୨ ନାବାଳିକା ଛାତ୍ରୀଙ୍କର ମୃତ୍ୟୁ ହୋଇଛି…

ସ୍ବର୍ଗତ ତବଲା ବାଦକ ଲକ୍ଷ୍ମଣଙ୍କ ପରିବାରକୁ ଭେଟିଲେ ବିଧାୟକ

ଗଞ୍ଜାମ,୭।୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମର ବିଶିଷ୍ଟ ତବଲା ବାଦକ ସ୍ବର୍ଗତ ଲକ୍ଷଣ କୁମାର ତରାଇଙ୍କ ପରିବାରଙ୍କୁ ଭେଟିଛନ୍ତି ଛତ୍ରପୁର ବିଧାୟକ କୃଷ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri