Categories: ଜାତୀୟ

ଗିରଫ ହେବେ ଥରୁର

କୋଲକାତା,୧୩।୮: ବରିଷ୍ଠ କଂଗ୍ରେସ ନେତା ଶଶି ଥରୁରଙ୍କ ନାଁରେ ଏକ ଗିରଫ ପରଓ୍ବାନା ଜାରି କରାଯାଇଛି। କୋଲକତା ମାଜିଷ୍ଟ୍ରେଟ୍‌ ମେଟ୍ରୋପଲିଟାନ୍‌ କୋର୍ଟ ଥରୁରଙ୍କ ନାଁରେ ଏହି ଓ୍ବାରେଣ୍ଟ ଜାରି କରିଛନ୍ତି। ‘ହିନ୍ଦୁ-ପାକିସ୍ତାନ’କୁ ନେଇ ଥରୁର ଯେଉଁ ମନ୍ତବ୍ୟ ଦେଇଥିଲେ ତାକୁ ନେଇ ସୁମିତ ଚୌଧୁରୀ ନାମକ ଜଣେ ଓକିଲ ଥରୁରଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଏହି ମାମଲାରେ କୋର୍ଟ ଏବେ ଥରୁରଙ୍କ ନାଁରେ ଗିରଫ ପରଓ୍ବାନା ଜାରି କରିଥିବା ସୂଚନା ମିଳିଛି।

Share