ଗାୟକ ହେବେ ତାରା: ‘ଛି ଛି’ ଗୀତରେ ସରକାରଙ୍କୁ କରିବେ ଟାର୍ଗେଟ

ଜୟପୁର,୨୯।୧୨(ଡି.ଏନ୍‌.ଏ.): ଜୟପୁରରୁ ନେଇ ଭୁବନେଶ୍ୱର, ସବୁଠି ରହିଛି ତାରାପ୍ରସାଦ ବାହିନୀପତିଙ୍କ ଦବ୍‌ଦବା। ପୋଲିସରୁ ନେତା ସାଜିଥିବା ତାରା ନିଜର ଅଜବ ଓ ଖିଆଲି ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି। ଅନେକ ସମୟରେ ଡିଜେର ତାଳେ ତାଳେ ସେ ମଞ୍ଚ ଦୁଲୁକାଇ ନିଅନ୍ତି ତ ଆଉ କେବେ ବିଧାନସଭାର ପୋଡିୟମକୁ ଚଢିଯାଆନ୍ତି । ଏବେ ତାରା ତାଙ୍କ କ୍ୟାରିୟରରେ ଆଉ ଏକ ଫର୍ଦ୍ଦ ଯୋଡ଼ି ସିଙ୍ଗର(ଗାୟକ) ହେବାକୁ ଯାଉଛନ୍ତି । ରାଜ୍ୟରେ ଦୈନନ୍ଦିନ ଘଟୁଥିବା ଅସାମାଜିକ ବ୍ୟବସ୍ଥାକୁ ନେଇ ‘ଛିଛି’ ସଙ୍ଗୀତ ମାଧ୍ୟମରେ ସରକାରଙ୍କୁ ଟାର୍ଗେଟ କରିବେ ତାରା। ଖୁବଶୀଘ୍ର ଷ୍ଟୁଡିଓରେ ଗୀତ ରେକର୍ଡିଂ ହେବାକୁ ଯାଉଛି । ଏହି ଗୀତ ବି ଧୁମ୍‌ ମଚାଇବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।