ଗାର୍ଲଫ୍ରେଣ୍ଡ୍‌ଙ୍କୁ ଏମିତି ଭାଲେଣ୍ଟାଇନ୍‌ ଓ୍ବିଶ୍‌ କଲେ ରାଜକୁମାର

ଭାଲେଣ୍ଟାଇନ୍‌ ଡେ’ ହେଉଛି ପ୍ରେମ ପରିପ୍ରକାଶର ଦିନ। ପ୍ରେମୀଯୁଗଳ ଏହିଦିନଟିକୁ ବେଶ୍‌ ଉତ୍ସାହର ସହ ଅପେକ୍ଷା କରିଥାନ୍ତି। ବଲିଉଡ୍‌ ଷ୍ଟାରମାନେ ମଧ୍ୟ ଏହିଦିନକୁ ସ୍ବତନ୍ତ୍ର ଭାବରେ ପାଳନ କରିବା ପାଇଁ କେତେ କ’ଣ ତରିକା ଆପଣାଇଥାନ୍ତି। ଏଥିରୁ ବାଦ୍‌ ପଡ଼ିନାହାନ୍ତି ଅଭିନେତା ରାଜକୁମାର ରାଓ। ସେ ତାଙ୍କର ଗାର୍ଲଫ୍ରେଣ୍ଡ୍‌ ପତ୍ରଲେଖାଙ୍କ ପାଇଁ ଭାଲେଣ୍ଟାଇନ୍‌ ଦିନକୁ ଅଭୁଲା ତଥା ସ୍ମରଣୀୟ କରିବାକୁ ଚାହାନ୍ତି। ଏପରି ଖାସ୍‌ ଦିନରେ ପତ୍ରଲେଖାଙ୍କୁ ଚିଠି ଲେଖି ନିଜର ପ୍ରେମ ଜାହିର କରିଛନ୍ତି। ରାଜକୁମାରଙ୍କ ଏହି ତରିକା ପ୍ରଶଂସକଙ୍କୁ ବେଶ୍‌ ପସନ୍ଦ ଆସିଛି।

ରାଜକୁମାର ଏହି ଚିଠିକୁ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଯାହା ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଚିଠି ଜରିଆରେ ରାଜକୁମାର ପତ୍ରଲେଖାଙ୍କୁ କେତେ ଭଲ ପାଆନ୍ତି ତାହା ଜଣାଇଛନ୍ତି। ଏଥିରେ ଲେଖିଛନ୍ତି ଡିୟର ପତ୍ରଲେଖା, ଏହା ହେଉଛି ପ୍ରେମର ମାସ। ଶବ୍ଦ ଏବଂ ଇସାରା ଜରିଆରେ ଏହାକୁ ପରିପ୍ରକାଶ କରିବି ବୋଲି ଭାବିଥିଲି। ଭାବିଥିଲି ମୋ’ର କିଏ ଗାର୍ଲଫ୍ରେଣ୍ଡ୍‌ ହୁଅନ୍ତା କି ମୁଁ ବି ଏମିତି ସ୍ବତନ୍ତ୍ର ଦିନରେ ପ୍ରେମ ଜାହିର କରନ୍ତି। ମୋ’ ମନର ପରିଭାଷାକୁ ଏହି ଖାସ୍‌ ଦିନରେ ଗୋଟି ଗୋଟି କରି ପ୍ରେମିକା ଆଗରେ କହିଦିଅନ୍ତି। ଚିଠି ମାଧ୍ୟମରେ ମୋ’ ପ୍ରେମ ପରିପ୍ରକାଶ ତୁମକୁ କେମିତି ଲାଗୁଛି। ସେ ଆହୁରି ଲେଖିଛନ୍ତି, ଏମିତି ମଧ୍ୟ ହୋଇଛି ମୁଁ ଅନେକ ଥର ପ୍ରେମରେ ପାଗଳ ହୋଇଛି। ଯାହା କୁହାଯାଏ ପ୍ରେମ ଅନ୍ଧ, ପ୍ରେମ ପାଗଳ। ଏହି କଥା ସତ। ବାସ୍ତବରେ ମୁଁ ପ୍ରେମ ପାଗଳ।

https://www.instagram.com/p/B8d-JMRJvg3/?utm_source=ig_web_copy_link


Enter your email to get our daily news in your inbox.

All Right Reserved By Dharitri.Com

କିଏ ଅଧିକ ପଢିଛନ୍ତି ରାହୁଲ ନା ପ୍ରିୟଙ୍କା: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୧।୧୨: ଗାନ୍ଧୀ ପରିବାର ଭାରତୀୟ ରାଜନୀତିରେ ସବୁଠାରୁ ଚର୍ଚ୍ଚିତ ପରିବାର ମଧ୍ୟରୁ ଗୋଟିଏ। ବର୍ତ୍ତମାନ ଏହି ପରିବାରର ଦୁଇ ପ୍ରମୁଖ ବ୍ୟକ୍ତି, ରାହୁଲ ଗାନ୍ଧୀ ଏବଂ...

ଟିମ ଇଣ୍ଡିଆ ଖେଳାଳିଙ୍କ ଉପରେ ଗମ୍ଭୀର ଅଭିଯୋଗ ଆଣିଲେ ଜାଡେଜାଙ୍କ ସ୍ତ୍ରୀ: କହିଦେଲେ ଏମିତି, କ୍ରିକେଟ ଜଗତରେ ହଇଚଇ

ନୂଆଦିଲ୍ଲୀ,୧୧।୧୨: ଭାରତୀୟ କ୍ରିକେଟ ଦଳର ଅଭିଜ୍ଞ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କ ପତ୍ନୀ ଏବଂ ଗୁଜରାଟ ସରକାରଙ୍କ ମନ୍ତ୍ରୀ ରିଭାବା ଜାଡେଜା ପୁଣିଥରେ ତାଙ୍କ ମନ୍ତବ୍ୟ ପାଇଁ...

୨୦୦୦, ୩୦୦୦ ଓ ୫୦୦୦ ନିବେଶ କଲେ କେତେ ମିଳିବ ରିଟର୍ଣ୍ଣ? ଜାଣନ୍ତୁ ଏହି ଖାସ୍ ଯୋଜନାର ଲାଭ…

ପୋଷ୍ଟ ଅଫିସ୍ ଆରଡି ଯୋଜନା ଏକ ସୁରକ୍ଷିତ ଏବଂ ଆକର୍ଷଣୀୟ ନିବେଶ ବିକଳ୍ପ ଯେଉଁଥିରେ ଆପଣ ୬.୭% ସୁଧ ହାରରେ ଅଳ୍ପ ପରିମାଣରେ ନିବେଶ କରି...

ସଂସଦରେ କିଏ ପିଇଲା ସିଗାରେଟ? ଅନୁରାଗ ଠାକୁରଙ୍କ ବୟାନକୁ ନେଇ ହଙ୍ଗାମା

ନୂଆଦିଲ୍ଲୀ,୧୧|୧୨: ଇ-ସିଗାରେଟକୁ ଭାରତ ସରକାର ବ୍ୟାନ କରିଛନ୍ତି । କିନ୍ତୁ ଆଜି ପୁଣିଥରେ ସଂସଦରେ ଏହି ପ୍ରସଙ୍ଗ ଉଠିଛି । ସଦନରେ ଇ-ସିଗାରେଟ ପିଇବା ନେଇ...

ରାଜ୍ୟରେ ହାଡଭଙ୍ଗା ଶୀତ: ୧୦ ଡିଗ୍ରୀ ତଳେ ୧୬ ସହର, ସେମିଳିଗୁଡ଼ାରେ ସର୍ବନିମ୍ନ…

ଭୁବନେଶ୍ୱର,୧୧।୧୨: ଶୀତର ପ୍ରକୋପ ସମଗ୍ର ଓଡ଼ିଶାରେ କାୟା ବିସ୍ତାର କରିଥିବା ବେଳେ ରାଜ୍ୟର ବହୁ ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳେ ରହିଛି। ବିଗତ ଦୁଇ...

ଅସହ୍ୟ ଶୀତ: ପଡୁଛି ବରଫ..

ଫୁଲବାଣୀ,୧୧।୧୨(ରାକେଶ କୁମାର ରାଉତ): କନ୍ଧମାଳ ଜିଲାରେ ଏବେ ଶୀତର ଲହରୀ ଜାରି ରହିଛି। ପର୍ଯ୍ୟଟକଙ୍କ ଆଗମନ ଧୀରେଧୀରେ ବଢୁଛି। ଗୁରୁବାର ଭୋର ସମୟରେ ଫୁଲବାଣୀରେ ବରଫର...

ଆଦିବାସୀ ମହିଳା ଶ୍ରମିକଙ୍କୁ ବଳାତ୍କାର କଲେ ଗାଁ ସାଥୀ, କାହା ଆଗରେ କହିଲେ ଜୀବନରୁ ମାରିଦେବି,ଏମିତି ଅଭିଯୋଗ ଆଣି ପୀଡ଼ିତା…

ଲାଞ୍ଜିଗଡ଼,୧୧ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଳକ ବିଜେପୁର ଥାନା ଅଞ୍ଚଳର ଜଣେ ଆଦିବାସୀ ମହିଳା (୩୭)ଙ୍କୁ ବଳାତ୍କାର ଅଭିଯୋଗ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ...

ଖେଳିଗଲା ଆତଙ୍କ: ଏହି ଜିଲାରେ ୭୦୦୦ରୁ ଅଧିକ HIV ରୋଗୀ ଚିହ୍ନଟ: ୪୦୦ ଶିଶୁ ପଜିଟିଭ୍‌

ପାଟନା,୧୧।୧୨: ବିହାରର ସୀତାମାଢ଼ି ଜିଲାରୁ ଏକ ଚିନ୍ତାଜନକ ଖବର ଆସିଛି। ଏଚଆଇଭି ପଜିଟିଭ ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଏହା ସ୍ବାସ୍ଥ୍ୟ ବିଭାଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri