‘ଗାନ୍ଧୀ ସର୍କିଟ’କୁ ଭୁଲିଗଲେ ସରକାର

ଭୁବନେଶ୍ୱର,୬ା୭(ବ୍ୟୁରୋ): ମହାତ୍ମା ଗାନ୍ଧୀଙ୍କ ଓଡିଶା ଗସ୍ତକୁ ଉଜ୍ଜୀବିତ କରି ରଖିବା ପାଇଁ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ପକ୍ଷରୁ ଗାନ୍ଧୀ ସର୍କିଟ୍‌ର ପରିକଳ୍ପନା କରାଯାଇଥିଲା। ମୃତ୍ୟୁ ପୂର୍ବରୁ ଗାନ୍ଧିଜୀ ଓଡିଶାର ଯେଉଁସବୁ ସ୍ଥାନକୁ ଆସିଥିଲେ ତାହାକୁ ଏକାଠି କରି ଗାନ୍ଧୀ ସର୍କିଟ୍‌ରେ ପରିଣତ କରିବାକୁ ୨୦୧୫ରେ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏନେଇ ବ୍ୟାପକ ଆଲୋଚନା ହୋଇଥିଲା। ଗୁଜରାଟର ଏକ ପ୍ରତିନିଧି ଦଳ ଓଡିଶା ଗସ୍ତକରି ଭିତ୍ତିଭୂମି ବୁଲି ଦେଖିଥିଲେ। ତାହାର ବିକାଶ ଲାଗି ପର୍ଯ୍ୟଟନ ବିଭାଗ ସମ୍ପୂର୍ଣ୍ଣ ସହାୟତା ଯୋଗାଇଦେବ ବୋଲି ସରକାରଙ୍କ ପକ୍ଷରୁ ବିଧାନସଭାରେ ଘୋଷଣା କରାଯାଇଥିଲା। ମାତ୍ର ଏପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇପାରିନାହିଁ। ଘୋଷଣା କେବଳ ପରିକଳ୍ପନାରେ ରହିଯାଇଥିବାବେଳେ ଗାନ୍ଧିଜୀଙ୍କ ସହ ଜଡ଼ିତ ଉକ୍ତ ସ୍ଥାନଗୁଡିକ ପର୍ଯ୍ୟଟକଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଛି।
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସୂଚନା ଅନୁଯାୟୀ, ୧୯୨୧ରେ ପ୍ରଥମଥର ମହାତ୍ମା ଗାନ୍ଧୀ ଓଡିଶା ଗସ୍ତରେ ଆସିଥିଲେ। ମାର୍ଚ୍ଚ ମାସରେ କଟକରେ ପହଞ୍ଚତ୍ବା ପରେ କାଠଯୋଡି ପଠାରେ ଆୟୋଜିତ ସଭାରେ ଉଦ୍‌ବୋଧନ ଦେଇଥିଲେ। ସ୍ବାଧୀନତା ସଂଗ୍ରାମ ଲାଗି ଗାନ୍ଧିଜୀ ସେଠାରେ ମଞ୍ଜି ବୁଣିଥିଲେ। ଏହାପରେ ସେ ଭଦ୍ରକ ଜିଲାର ସାଳନ୍ଦୀ ନଦୀ ନିକଟରେ ଏକ ସଭାରେ ଯୋଗଦେଇ ସେଠାରୁ ସିଧା ପୁରୀ ଅଭିମୁଖେ ଯାଇଥିଲେ। ମାର୍ଚ୍ଚ ୨୯ରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ସହ ମିଶି ବ୍ରହ୍ମପୁର ଯାଇଥିଲେ। ସେଠାରେ ଏକ ବିଶାଳ ସାଧାରଣ ସଭାରେ ଉଦ୍‌ବୋଧନ ଦେଇ ଫେରିଯାଇଥିଲେ। ସେହିଭଳି ୧୯୨୫ ଅଗଷ୍ଟରେ ଗାନ୍ଧିଜୀ ଦ୍ବିତୀୟ ଥର ଲାଗି କଟକକୁ ଆସିଥିଲେ। ୧୯୨୭ ଡିସେମ୍ବରରେ ବାଲେଶ୍ୱର, ଭଦ୍ରକ ଜିଲାର ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରିବା ପରେ କଟକ ଫେରି ଆସିଥିଲେ। ୧୯୨୮ରେ ଝାରସୁଗୁଡା ଏବଂ ସମ୍ବଲପୁର ଗସ୍ତରେ ଆସିଥିଲେ। ୧୯୩୪ ମେ’ରେ ଓଡିଶା ଗସ୍ତ କରିବା ସମୟରେ ଏକାଧିକ ସଭାରେ ଅଭିଭାଷଣ ପ୍ରଦାନ କରିଥିଲେ। ଝାରସୁଗୁଡା, ସମ୍ବଲପୁର, ଭଦ୍ରକ, ପୁରୀର ବିଭିନ୍ନ ସଭାରେ ଯୋଗଦେଇ ପୁରୀରୁ କଟକ ପର୍ଯ୍ୟନ୍ତ ପଦଯାତ୍ରାରେ ଯାଇଥିଲେ। ଏହି ପଦଯାତ୍ରା ସମୟରେ ସେ ହରେକୃଷ୍ଣପୁର, ଚନ୍ଦନପୁର, ସାକ୍ଷୀଗୋପାଳ, କାଦୁଅ ଆଶ୍ରମ, ଦାଣ୍ଡମୁକୁନ୍ଦପୁର, ପିପିଲି, ବାଳକାଟୀ, ସତ୍ୟଭାମାପୁର, ତେଲେଙ୍ଗାପେଣ୍ଠ, କାଜିପାଟଣା ଦେଇ ଅତିକ୍ରମ କରିଥିଲେ। ଏକ ସପ୍ତାହ ଧରି ଅବିଭକ୍ତ କଟକ, ଭଦ୍ରକ ଏବଂ ବାଲେଶ୍ୱର ଜିଲାର ବିଭିନ୍ନ ସ୍ଥାନକୁ ଗସ୍ତ କରିଥିଲେ। ୧୯୩୮ ମାର୍ଚ୍ଚରେ ପୁରୀ ଜିଲାର ଗାନ୍ଧୀ ସେବାସଂଘର ବାର୍ଷିକ ସମ୍ମିଳନୀରେ ଯୋଗଦେଇଥିଲେ। ଶେଷଥର ଲାଗି ୧୯୪୬ରେ କଟକ ଏବଂ ବ୍ରହ୍ମପୁରରେ ଭାଷଣ ଦେଇଥିଲେ ଗାନ୍ଧୀ।
ମହାତ୍ମା ଗାନ୍ଧୀ ଗସ୍ତ କରିଥିବା ସ୍ଥାନଗୁଡିକରେ ତାଙ୍କର ଜୀବନୀ ଏବଂ ଚାଲିଚଳଣି ଆଜି ବି ଦେଖିବାକୁ ମିଳୁଛି। ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଉକ୍ତ ସ୍ଥାନଗୁଡ଼ିକର ବିକାଶ କରି ତାହାକୁ ପରସ୍ପର ସହ ଯୋଡ଼ିବାକୁ ଗାନ୍ଧୀ ସର୍କିଟ୍‌ର ପରିକଳ୍ପନା କରାଯାଇଥିଲା। କଟକର ସ୍ବରାଜ ଆଶ୍ରମ, ତେଲେଙ୍ଗାପେଣ୍ଠ, ପୁରୀ ଜିଲାର ବେରବୋଇ ଏବଂ ବାଲିଅନ୍ତାକୁ ଏହି ସର୍କିଟରେ ଅନ୍ତର୍ଭୁକ୍ତ କରାଯାଇଥିବା ପୂର୍ବତନ ପର୍ଯ୍ୟଟନ ମନ୍ତ୍ରୀ ବିଧାନସଭାରେ ସୂଚନା ଦେଇଥିଲେ। ଏପରି କି ପ୍ରଥମ ପର୍ଯ୍ୟାୟରେ ଡେଲାଙ୍ଗର ବେରବୋଇ ଏବଂ ବାଲିଅନ୍ତାର ନିକୁଞ୍ଜ ବିହାରୀର ଭିତ୍ତିଭୂମି ବିକାଶ ସହ ଟଙ୍କପାଣି ରୋଡ୍‌ ଅଞ୍ଚଳରେ ଗାନ୍ଧିଜୀଙ୍କର ୧୧ଟି ପ୍ରତିମୂର୍ତ୍ତି ସ୍ଥାପନା କରି ତାହାକୁ ଗାନ୍ଧୀ ସର୍କିଟ ସହ ଯୋଡ଼ିବାକୁ ମଧ୍ୟ ମନ୍ତ୍ରୀ ଘୋଷଣା କରିଥିଲେ। ଏଥିପାଇଁ ୩କୋଟିରୁ ଅଧିକ ଟଙ୍କା ମଞ୍ଜୁର ହୋଇଥିଲା। କେବଳ ଗାନ୍ଧୀ ସର୍କିଟ୍‌ ନୁହେଁ, ଖଣ୍ଡଗିରି ପାଦଦେଶରେ ୨୦୧୩ରୁ ନିର୍ମାଣ ପାଇଁ ଯୋଜନା ହୋଇଥିବା ଇଟର୍‌ନାଲ୍‌ ଗାନ୍ଧୀ ପିସ୍‌ ସେଣ୍ଟର ମଧ୍ୟ ଆଜିପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିନାହିଁ। ଏନେଇ ବର୍ତ୍ତମାନର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କୁ ପଚାରିବାରୁ ସେ ଏନେଇ ଯାଞ୍ଚ କରିବାପରେ ପଦକ୍ଷେପ ନେବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri