Categories: ଜାତୀୟ

ଗାନ୍ଧୀ ପରିବାର ନିକଟରୁ ଏସ୍‌ପିଜି ସୁରକ୍ଷା ଛଡ଼ାଇ ନେଇ ପାରନ୍ତି ମୋଦି ସରକାର

ନୂଆଦିଲ୍ଲୀ,୮।୧୧: କଂଗ୍ରେସର ଅସ୍ଥାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସୁରକ୍ଷାକୁ ସମୀକ୍ଷା କରାଯାଇ ଏମାନଙ୍କ ନିକଟରେ ଥିବା ସ୍ପେଶାଲ ପ୍ରୋଟେକ୍ସନ୍‌ ଗ୍ରୁପ(ଏସ୍‌ପିଜି) ସୁରକ୍ଷାକୁ ଉଠାଇ ନିଆଯିବ ବୋଲି ସୂଚନା ମିଳିଛି। ଯଦି ଏହା କାର୍ଯ୍ୟକାରୀ ହେଲା ତେବେ ସେମାନଙ୍କୁ Z+ CRPF ସୁରକ୍ଷା ପ୍ରଦାନ କରାଯିବ। ସୂଚନାଯୋଗ୍ୟ, ଏହା ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଉପରୁ ମଧ୍ୟ ଏସ୍‌ପିଜି ସୁରକ୍ଷା ଛଡାଇ ନେଇଥିଲେ ମୋଦି ସରକାର। ଗତ ସେପ୍ଟେମ୍ବରରେ ମନମୋହନଙ୍କ ନିକଟରୁ ଏହି ସୁରକ୍ଷା ହଟାଇ ଦିଆଯାଇ ତାଙ୍କୁ ଡାଉନ ଗ୍ରେଡ ଜେଡ୍‌ ପ୍ଲସ୍‌ ବର୍ଗର ସିଆର୍‌ପିଏଫ୍‌ କମାଣ୍ଡୋ ସୁରକ୍ଷା ଦିଆଯାଇଥିଲା। ଏବେ ଗାନ୍ଧୀ ପରିବାରକୁ ମଧ୍ୟ ଏହି ସୁରକ୍ଷା ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି।

Share