ଗାନ୍ଧିଜୀଙ୍କ ପ୍ରଚାର ପାଇଁ ଆମେରିକା କଂଗ୍ରେସରେ ବିଲ୍‌

ଓ୍ବାଶିଂଟନ,୨୨ା୧୨ ମହତ୍ମା ଗାନ୍ଧୀ ଓ ମାର୍ଟିନ ଲୁଥର କିଙ୍ଗ୍‌ ଜୁନିୟରଙ୍କ ଲିଗାସୀର ପ୍ରଚାର ପ୍ରସାର ପାଇଁ ସିଭିଲ ରାଇଟ୍ସ ନେତା ତଥା କଂଗ୍ରେସ ସଦସ୍ୟ ଜନ୍‌ ଲଓ୍ବେିସ୍‌ ଆମେରିକା ପ୍ରତିନିଧି ସଭାରେ ଏକ ବିଲ୍‌ ଆଣିଛନ୍ତି। ଆଗାମୀ ୫ ବର୍ଷ ପାଇଁ ଏଦିଗରେ ୧୫୦ ନିୟୁତ ଡଲାର ବଜେଟ ମଞ୍ଜୁର ପାଇଁ ସେ ଦାବି କରିଛନ୍ତି। ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ଅବସରରେ ବିଶ୍ୱର ଦୁଇ ବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ମଧ୍ୟରେ ବନ୍ଧୁତ୍ୱକୁ ସୁଦୃଢ଼ କରିବା ସହ ଗାନ୍ଧିଜୀ ଓ ମାର୍ଟିନ ଲୁଥରଙ୍କ ଲିଗାସୀ ଓ ଅବଦାନକୁ ସମ୍ମାନ ଜଣାଇ ଏହି ହାଉସ୍‌ ବିଲ୍‌ ଅଣାଯାଇଛି। ବିଲ୍‌ର ପ୍ରସ୍ତାବ ଅନୁଯାୟୀ ଅନ୍ତର୍ଜାତୀୟ ବିକାଶ ପାଇଁ ଗାନ୍ଧୀ-କିଙ୍ଗ୍‌ ଡେଭେଲପମେଣ୍ଟ ଫାଉଣ୍ଡେଶନ ପ୍ରତିଷ୍ଠା କରାଯିବ।

Share