Categories: ଅପରାଧ

ଗାଡ଼ି ଡ୍ରାଇଭରଙ୍କୁ ଅପହରଣ ଅଭିଯୋଗ: ୩ ଗିରଫ, ୪ ଫେରାର, ବୋଲେରୋ ଜବତ

ବଇଣ୍ଡା,୬।୬(ଡି.ଏନ.ଏ.)-କିଶୋରନଗର ବ୍ଲକ ହଣ୍ଡପା ଥାନା ବୁଦୁଲିମୁଣ୍ଡା ଗ୍ରାମର ଗା଼ଡ଼ି ଡ୍ରାଇଭର ଅଜୟ ବେହେରାଙ୍କୁ ମଙ୍ଗଳବାର ରାତିରେ ଅପରହଣ କରାଯାଇଥିବା ନେଇ ସ୍ତ୍ରୀ ଅନିତା ବେହେରା ବୁଧବାର ହଣ୍ଡପା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ ନଂ. ୯୫/୧୯ରେ ଏକ ମାମଲା ରୁଜୁ କରି ଘଟଣାରେ ସମ୍ପୃକ୍ତ ଥିବା ୭ ଜଣଙ୍କ ମଧ୍ୟରୁ ଗୁରୁବାର ୩ ଜଣଙ୍କୁ ଗିରଫ କରିଥିବାବେଳେ ୪ ଜଣ ଫେରାର ହୋଇଯାଇଛନ୍ତି। ଗିରଫ ବ୍ୟକ୍ତିମାନେ ହେଲେ ହଣ୍ଡପା ଥାନା ଚୁଳିଆପୁର ଗ୍ରାମର ଏକାଦଶିଆ ବେହେରା, ଜିତେନ୍ଦ୍ର ବେହେରା, ଜରପଡ଼ା ଥାନା ଭାଗିରଥୀପୁର ଗ୍ରାମର ସୁଦର୍ଶନ ବେହେରା। ସେହିପରି କିଶୋରନଗର ଥାନା ପାଣ୍ଡୁରିପଥର ଗ୍ରାମର ପ୍ରବୀଣ ବେହେରା, ତାପ ବେହେରା, ରେଢାଖୋଲ ଅଞ୍ଚଳର ସୁଶାନ୍ତ ବେହେରା ଓ ପିଙ୍କୁ ବେହେରା ଫେରାର ହୋଇଯାଇଛନ୍ତି। ଏଥିସହିତ ଏହି ଘଟଣାରେ ଏକ ବୋଲେରୋ (ନଂ.ଓଡ଼ି୧୯ପି୧୦୫୮)କୁ ପୋଲିସ ଜବତ କରିଛି।
ପୋଲିସ କହିଛି, ଅଜୟ ଡ୍ରାଇଭର ଭାବେ ଏକାଦଶିଆଙ୍କ କାରକୁ କିଛିମାସ ତଳେ ଚଲାଉଥିଲେ। ତେବେ ଦରମା ଦେଉ ନ ଥିବା ଯୋଗୁ ୨ ମାସ ହେବ କାମ ଛାଡ଼ି ଦେଇଥିଲେ। ମଙ୍ଗଳବାର ଅଜୟ ଘରେ ଥିବାବେଳେ ଏକାଦଶି ଓ ତାଙ୍କ ସହଯୋଗୀମାନେ ଆସି ତାକୁ ଅପହରଣ ଉଦ୍ୟମ କରିଥିଲେ। ଅଜୟଙ୍କ ସ୍ତ୍ରୀ ଅନିତା ଏହାର ପ୍ରତିବାଦ କରିବାରୁ ତାଙ୍କୁ ମାଡ଼ ମାରିଥିଲେ। ପରେ ଗ୍ରାମବାସୀ ଆସିବାରୁ ଗାଡ଼ି ଧରି ସମସ୍ତେ ଫେରାର ହୋଇଯାଇଥିଲେ।