ଗାଡ଼ି ଡିକି ଭାଙ୍ଗି ଅଳଙ୍କାର ଲୁଟ୍‌

ଭଦ୍ରକ ଅଫିସ, ୨୮ା୫- ଭଦ୍ରକ ଟାଉନ ଥାନା ଅଞ୍ଚଳରେ ଲୁଟେରାଙ୍କ ପ୍ରାର୍ଦୁଭାବ ଦିନକୁ ଦିନ ବଢିବାରେ ଲାଗିଛି। କେତେବେଳେ ବାଇକ୍‌ ଲୁଟ୍‌ ତ ଆଉ କେତେବେଳେ ଘରେ ପଶି ସୁନା ଅଳଙ୍କାର ଲୁଟଇ ନେବା ଭଳି ଘଟଣା ଘଟୁଛି। ସୋମବାର ବାଁଶଡା ଥାନା ଅଧୀନ ପରମାନନ୍ଦପୁର ଗାଁର ଅଳଙ୍କାର ବ୍ୟବସାୟୀ ପର୍ଶୁରାମ ସାହୁ(୨୮) ଭଦ୍ରକରୁ ସୁନା ଓ ରୁପା ଅଳଙ୍କାର କିଣି ଭଦ୍ରକ ବାଇପାସ୍‌ରେ ଥିବା ଏକ ଜୁସ୍‌ ଦୋକାନ ନିକଟରେ ଗାଡି ରଖି ଜୁସ୍‌ ପିଉଥିବା ବେଳେ ସେଠାରେ ଅଳଙ୍କାର ବ୍ୟାଗ୍‌ ଲୁଟ୍‌ ହୋଇଯାଇଥିଲା। ସେ ଜୁସ୍‌ ପିଇ ସାରି ସ୍କୁଟିିର ଡିକି ଖୋଲି ସୁନାଅଳଙ୍କାର ବ୍ୟାଗ ନ ଥିବା ଦେଖି ଆଖପାଖ ଅଞ୍ଚଳରେ ଲୁଟେରାଙ୍କୁ ଖୋଜାଖୋଜି କରିଥିଲେ । କୌଣସି ସନ୍ଧାନ ନ ପାଇବାରୁ ଶେଷରେ ଟାଉନ ଥାନାରେ ଏତଲା ଦାଏର କରିଥିଲେ। ପୋଲିସ ଏ ନେଇ ଏକ ମାମଲା(ନଂ ୧୫୮/୧୯) ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଲୁଟେରାଙ୍କର କୌଣସି ସନ୍ଧାନ ମିଳିନାହିଁ।