Categories: ବାଣିଜ୍ୟ

ଗାଡ଼ି ଆମଦାନୀ ଶୁଳ୍କ;ନିଷ୍ପତ୍ତି ୬ ମାସ ଟାଲିଦେଲେ ଟ୍ରମ୍ପ

ଓ୍ବାଶିଂଟନ,୧୯-୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗାଡ଼ି ଆମଦାନୀ ଉପରେ ଲାଗୁଥିବା ଶୁଳ୍କରେ ଭାରି ବୃଦ୍ଧି କରିବାକୁ ଚାହୁଁଛନ୍ତି। ତେବେ ସେ ଏହି ନିଷ୍ପତ୍ତିକୁ ଆସନ୍ତା ୬ ମାସ ପାଇଁ ଟାଳି ଦେଇଛନ୍ତି। ଗାଡ଼ି ଆମଦାନୀ-ରପ୍ତାନି କ୍ଷେତ୍ରରେ ୟୁରୋପ ଓ ଜାପାନକୁ ଆଲୋଚନା ଟେବୁଲକୁ ଆଣିବା ଲାଗି ଟ୍ରମ୍ପଙ୍କ ଏହା ଏକପ୍ରକାର ଚାପ ପକାଇବା କୌଶଳ ବୋଲି କୁହାଯାଉଛି। ଆମେରିକା ରାଷ୍ଟ୍ରପତିଙ୍କ ଏହି ନିଷ୍ପତ୍ତି ଯୋଗୁ ତାଙ୍କ ଦେଶ ବିଭିନ୍ନ ଦେଶ ସହ ଆରମ୍ଭ କରିଥିବା ବାଣିଜ୍ୟ ଯୁଦ୍ଧକୁ କିଛି ପରିମାଣରେ ରୋକିପାରିବ। ସୂଚନାଥାଉ କି, ଗାଡ଼ି ଉପରେ ଅଧିକ ଆମଦାନୀ ଶୁଳ୍କ ଆଦାୟ ଲାଗି ଟ୍ରମ୍ପ ନିଷ୍ପତ୍ତି ନେଲେ ବିଶ୍ୱ ଅର୍ଥନୀତିରେ ଏହାର ବଡ଼ଧରଣର ପ୍ରଭାବ ପଡ଼ିବା ନିଶ୍ଚିତ ଥିଲା। କାରଣ ପ୍ରତିବର୍ଷ ବହୁ ବିଲିୟନ ଡଲାରର ଗାଡ଼ି ନିର୍ମାଣ ଓ ଆମଦାନୀ-ରପ୍ତାନି ହୋଇଥାଏ। ୟୁରୋପ୍‌, ଜାପାନ ଓ ଅନ୍ୟ ଦେଶଗୁଡ଼ିକ ସହ ଗାଡ଼ି ଆମଦାନୀ ନେଇ ଆଲୋଚନାର ଫଳାଫଳ ଜଣାଇବାକୁ ରାଷ୍ଟ୍ରପତି ଟ୍ରମ୍ପ ଆମେରିକା ବାଣିଜ୍ୟ ପ୍ରତିନିଧି ରବର୍ଟ ଲାଇଟହାଇଜରଙ୍କୁ ୧୮୦ ଦିନ ସମୟ ଦେଇଛନ୍ତି।

Share