ଗାଡ଼ିରେ ଫାଷ୍ଟଟାଗ ଲାଗି ନଥିଲେ;ଟୋଲ୍‌ରେ ଆଦାୟ ହେବ ଡବଲ ଜରିମାନା

ନୂଆଦିଲ୍ଲୀ,୨୧-୭: ଜାତୀୟ ରାଜପଥ ବ୍ୟବହାର କରୁଥିବା ଗାଡ଼ିଚାଳକଙ୍କ ଜରୁରୀ ଖବର। ଡିସେମ୍ବର ପହିଲା ପୂର୍ବରୁ ଗାଡ଼ିରେ ଫାଷ୍ଟଟାଗ୍‌ ଲଗାଇ ନେବା ଭଲ ହେବ। ନଚେତ୍‌ ଡିସେମ୍ବର ପହିଲାପରେ ଗାଡିରୁ ଦୁଇଗୁଣା ଜରିମାନା ଆଦାୟ କରାଯିବ। ଦେଶରେ ଇଲେକ୍ଟ୍ରୋନିକ ପେମେଣ୍ଟ ଓ ଇଲେକ୍ଟ୍ରୋନିକ ଟୋଲ୍‌ ଅସୁଲ କରିବା ଉଦ୍ଦେଶ୍ୟରେ ସରକାର ଏହି ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି। ଡିସେମ୍ବର ପହିଲାରୁ ଦେଶର ସମସ୍ତ ଜାତୀୟ ରାଜପଥର ଟୋଲ୍‌ ଲେନ୍‌ ଫାଷ୍ଟଟାଗ୍‌ଯୁକ୍ତ ହେବ। କେବଳ ଗୋଟିଏ ଲେନ୍‌କୁ ହାଇବ୍ରିଡ ଲେନ୍‌ ଭାବେ ବ୍ୟବହାର କରାଯିବ। ଏହି ହ୍ରାଇବ୍ରିଡ ଲେନ୍‌ରେ ଗାଡ଼ିଚାଳକ ନଗଦ ଅଥବା ଡିଜିଟାଲ ପେମେଣ୍ଟ ମାଧ୍ୟମରେ ଟୋଲ୍‌ ଟିକସ ଦେଇପାରିବେ। ଫାଷ୍ଟଟାଗ୍‌ ଲାଗି ନ ଥିବା ଗାଡ଼ି ଯଦି ଏହି ଲେନ୍‌ରେ ପ୍ରବେଶ କଲେ ତାଙ୍କଠାରୁ ଡବଲ ଜରିମାନା ଆଦାୟ କରାଯିବ। ସୂଚନାଥାଉ କି, ଗତ ୩/୪ ବର୍ଷ ହେବ କେନ୍ଦ୍ର ସରକାର ଫାଷ୍ଟଟାଗ୍‌୍‌କୁ ପ୍ରୋତ୍ସାହିତ କରୁଛନ୍ତି। ଏହାଦ୍ୱାରା ଟୋଲ୍‌ ଗେଟ୍‌ରେ ଗାଡ଼ି ରହଣି ସମୟ ବହୁଳ ଭାବେ ହ୍ରାସ ପାଇଛି। ୨୦୧୮-୧୯ରେ ଜାତୀୟ ରାଜପଥରୁ ସରକାର ପ୍ରାୟ ୨୪ ହଜାର କୋଟି ଟଙ୍କା ଟୋଲ୍‌ ଆଦାୟ କରିଛନ୍ତି। କିନ୍ତୁ ଇ-ଟୋଲ୍‌ ଆଦାୟ ମାତ୍ର ୨୫%ରେ ସୀମିତ ରହିଥିଲା। ଇ-ଟୋଲ୍‌ ଆଦାୟ ହ୍ରାସ ପାଉଥିବାରୁ ସରକାର ଶେଷରେ ବାଧ୍ୟ ହୋଇ ଉକ୍ତ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ଏ ସମ୍ପର୍କରେ ବିଜ୍ଞପ୍ତି ଜାରି ହୋଇସାରିଛି। ସୂଚନାଥାଉ କି, ଫାଷ୍ଟଟାଗ୍‌ ଏଭଳି ଏକ ଡିଭାଇସ୍‌ ଯାହାକୁ ଗାଡ଼ିର ସାମ୍ନା କାଚରେ ଲଗାଇବାକୁ ପଡିଥାଏ। ଆର୍‌ଏଫ୍‌ଆଇଡି ଟେକ୍ନୋଲୋଜି ଆଧାରିତ ଫାଷ୍ଟଟାଗ୍‌୍‌ ଲାଗିଥିବା ଗାଡ଼ି ଟୋଲ୍‌ ଦେଇ ଯାଉଥିବା ବେଳେ ରେଡିଓ ଫ୍ରିକ୍ୱୋଏନ୍ସି ଜରିଆରେ ଫାଷ୍ଟଟାଗ୍‌ ସ୍କାନ୍‌ ହୋଇଯାଇଥାଏ ଏବଂ ଟୋଲ୍‌ରେ ପେମେଣ୍ଟ ଅଟୋମେଟିକ ହୋଇଯାଏ। ଏଥିଯୋଗୁ ଟୋଲ୍‌ଗେଟରେ ଅଧିକ ସମୟ ରହିବାକୁ ପଡେ ନାହିଁ। ଏହି ଫାଷ୍ଟଟାଗ୍‌କୁ ବ୍ୟାଙ୍କ, ଇ-କମର୍ସ ପୋର୍ଟାଲ ଅଥବା ନିକଟସ୍ଥା ପେଟ୍ରୋଲ ପମ୍ପରୁ କିଣି ହେବ। ଫାଷ୍ଟଟାଗ୍‌କୁ ବ୍ୟାଙ୍କ ଆକାଉଣ୍ଟ ସହ ଲିଙ୍କ୍‌ କରିହେବ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଫସିଲେ କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନ ଖାନ, ଭିଡିଓ ଭାଇରାଲ ପରେ ବଢିଲା ଅଡୁଆ

ମୁମ୍ବାଇ,୬।୧୨: ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ବିବାଦରେ ଗଭୀର ଭାବରେ ଜଡିତ। ପ୍ରଥମେ ଡ୍ରଗ୍ସ ମାମଲା, ତା’ପରେ ‘ବ୍ୟାଡ୍ସ ଅଫ ବଲିଉଡ’ରେ ତାଙ୍କ ଭୂମିକାକୁ...

ଭାରତର ଏସବୁ ଜିନିଷ ଉପରେ ନିର୍ଭର କରେ ଋଷିଆ, ଖର୍ଚ୍ଚ କରେ ଏତେ ଟଙ୍କା

ନୂଆଦିଲ୍ଲୀ,୬।୧୨: ରୁଷିଆ ଏବଂ ଭାରତ ଦୀର୍ଘଦିନ ଧରି ଦୃଢ଼ ସମ୍ପର୍କ ଉପଭୋଗ କରିଆସିଛନ୍ତି। ଏହି ଗଭୀର ସମ୍ପର୍କ ଦୁଇ ଦେଶ ମଧ୍ୟରେ ବାଣିଜ୍ୟରେ ପ୍ରତିଫଳିତ ହୋଇଛି।...

ଇଣ୍ଡିଗୋ ସଙ୍କଟ: ଖୁବ୍‌ ଜୋର ପାଟି କରି କାଉଣ୍ଟର ଉପରକୁ ଚଢିଗଲେ ବିଦେଶିନୀ

ନୂଆଦିଲ୍ଲୀ,୬।୧୨: ଗତ ଚାରି ଦିନ ମଧ୍ୟରେ ସାରା ଦେଶରେ ୧,୦୦୦ରୁ ଅଧିକ ଇଣ୍ଡିଗୋ ବିମାନ ବାତିଲ କରାଯାଇଛି, ଯାହା ଯାତ୍ରୀମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ କରୁଛି।...

ସ୍ବାମୀ ରଣବୀରଙ୍କୁ ନେଇ ଏମିତି କହିଦେଲେ ଦୀପିକା, ଚର୍ଚ୍ଚା ଆରମ୍ଭ

ମା’ ହେବା ପରେ ବଦଳିଗଲେଣି ଅଭିନେତ୍ରୀ ଦୀପିକା ପାଦୁକୋନ। ସେ ଏବେ ନିଜ କ୍ୟାରିୟର୍‌ ନୁହେଁ, ଝିଅ ଦୁଆକୁ ଅଧିକ ସମୟ ଦେଉଛନ୍ତି। ଏସବୁ ଭିତରେ...

ଭାରତ ସହ ମ୍ୟାଚ ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ଲାଗିଲା ୩ ବଡ଼ ଝଟକା!

ନୂଆଦିଲ୍ଲୀ,୬।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଏକଦିବସୀୟ ମ୍ୟାଚ ବିଶାଖାପାଟଣାରେ ଖେଳାଯାଉଛି, ଯାହା ତିନି ମ୍ୟାଚ ବିଶିଷ୍ଟ ସିରିଜର ନିର୍ଣ୍ଣାୟକ ମ୍ୟାଚ। ଦକ୍ଷିଣ...

କରୁଣ ନାୟାରଙ୍କୁ ଅଣଦେଖା କଲା BCCI!

ନୂଆଦିଲ୍ଲୀ,୬।୧୨: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ହେଉଛି ଭାରତର ସର୍ବୋଚ୍ଚ ପ୍ରଶାସକ ସଂସ୍ଥା। କୁହାଯାଏ ଯେ ଏହି ଦେଶର ପ୍ରତ୍ୟେକ କ୍ରିକେଟର୍‌ BCCI ସହ...

ଭାରତର ୫ ମହଙ୍ଗା ମହିଳା ପ୍ରବଚକ, ଯିଏ କଥା କହି ନେଇଯାଆନ୍ତି ଏତେ ଫି

ନୂଆଦିଲ୍ଲୀ,୬।୧୨: ବୃନ୍ଦାବନର ପ୍ରସିଦ୍ଧ କାହାଣୀକାର ଇନ୍ଦ୍ରେଶ ଉପାଧ୍ୟାୟ ଏବଂ ପୂର୍ୱତନ ଡିଏସପିଙ୍କ ଝିଅ ଶିପ୍ରା ଶର୍ମା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଶୁକ୍ରବାର, ଡିସେମ୍ୱର 5...

ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା: ଶୀତର ମଜା ଉଠାଉଛନ୍ତି ପର୍ଯ୍ୟଟକ

ଜି.ଉଦୟଗିରି,୬।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ ): ଜି.ଉଦୟଗିରି ଅଞ୍ଚଳରେ ଫେରିଛି ହାଡ଼ଭଙ୍ଗା ଶୀତ । ସରକାରୀ ସୂଚନା ଅନୁସାରେ କନ୍ଧମାଳ ଜିଲାରେ ସର୍ବନିମ୍ନ ତାପମାତ୍ରା ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri