ଗାଡ଼ିରେ ଛାଡ଼ିଦେଲେ, ଆଣିଲେନି

ଅନୁଗୋଳ ଅଫିସ, ୧୯।୫
ମହାମାରୀ କରୋନା ମୁକାବିଲା ପାଇଁ ଅନୁଗୋଳ ଜିଲାରେ ୧୮୬ ପାରା ମେଡିକାଲ ଷ୍ଟାଫ୍‌ଙ୍କୁ ନୂଆ ନିଯୁକ୍ତି ଦିଆଯାଇଛି। ସେମାନଙ୍କ ମଧ୍ୟରେ ୪୦ ଜଣ ଷ୍ଟାଫ୍‌ନର୍ସ ଅଛନ୍ତି। ଗତ ମାର୍ଚ୍ଚ ୩୧ରେ ସେମାନେ କାର୍ଯ୍ୟରେ ଯୋଗ ଦେଇଥିଲେ ବି ଏ ଯାଏ ଦରମା ପାଇନାହାନ୍ତି। ତେବେ ସୋମବାର ସେମାନଙ୍କୁ ଏକ ଗାଡ଼ିରେ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥିଲା। କିନ୍ତୁ ସନ୍ଧ୍ୟାରେ ଗାଡ଼ି ପଠାଯାଇ ଅଣା ନ ଯିବାରୁ ସେମାନେ ଚାଲି ଚାଲି ଫେରିଥିବା ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମ୍‌ଓ) ପ୍ରତାପ ବେହେରାଙ୍କ ନିକଟରେ ଅଭିଯୋଗ ହୋଇଛି।
ଷ୍ଟାଫ୍‌ନର୍ସମାନେ ଅଭିଯୋଗ କରିଛନ୍ତି ଯେ, ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ୧୦ ଜଣ ଷ୍ଟାଫ୍‌ନର୍ସଙ୍କୁ ପରୀକ୍ଷାମୂଳକ ଭାବେ ସହର ଉପକଣ୍ଠ ପଞ୍ଚମହଲା ଅସ୍ଥାୟୀ ମେଡିକାଲ କ୍ୟାମ୍ପକୁ ପଠାଯାଇଥିଲା। ଏକ ସ୍ବତନ୍ତ୍ର ଗାଡ଼ି ସେମାନଙ୍କୁ ସେଠାରେ ଛାଡ଼ି ଆସିଥିଲା। ହେଲେ ଉକ୍ତ ଅସ୍ଥାୟୀ ମେଡିକାଲରେ ସେମାନଙ୍କ ରହିବା କି ଖାଇବା ପାଇଁ କୌଣସି ବ୍ୟବସ୍ଥା କରାଯାଇ ନ ଥିଲା। ଏପରି କି ବସିବାକୁ ଜାଗା ନ ଥିଲା। କେଉଁ କାମ କରିବାକୁ ହେବ ତାହା କହିବାକୁ ମଧ୍ୟ କେହି ନ ଥିଲେ। ଫଳରେ ସେମାନେ ଗଛମୂଳେ ଦିନତମାମ ଉପବାସରେ ବସି ରହିବାକୁ ବାଧ୍ୟ ହୋଇଥିଲେ। ଫେରିବା ପାଇଁ ଗାଡ଼ି ପଠା ନ ଯିବାରୁ ସେମାନେ ଚାଲି ଚାଲି ମୁଖ୍ୟ ଚିକିତ୍ସାଳୟକୁ ଫେରି ସିଡିଏମ୍‌ଓଙ୍କ ଦ୍ୱାରସ୍ଥ ହୋଇଥିଲେ। ଅନ୍ୟ ଜିଲାରେ ସମସ୍ତ ବ୍ୟବସ୍ଥା କରାଯାଉଥିବା ବେଳେ ଅନୁଗୋଳରେ କାହିଁକି ଏପରି ଅବ୍ୟବସ୍ଥା ବୋଲି ଷ୍ଟାଫ୍‌ନର୍ସମାନେ ପ୍ରଶ୍ନ କରିଥିଲେ। ତେବେ ରହିବା ପାଇଁ ସୁବିଧା କରାଯିବ ବୋଲି ସିଡିଏମ୍‌ଓ ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri