Categories: ଜାତୀୟ

ଗାଈ ଖୁରାକୁ ଭ୍ରୁକ୍ଷେପ ନକରି ମାଟିରେ ଶୋଇଲେ ଶହ ଶହ ଶ୍ରଦ୍ଧାଳୁ: ପାଳିତ ହେଲା ପୁରାତନ ପରମ୍ପରା

ଉଜ୍ଜୟିନୀ,୨୮।୧୦: ମଧ୍ୟପ୍ରଦେଶ ଉଜ୍ଜୟିନୀ ନିକଟବର୍ତ୍ତୀ ବଡ଼ନଗର ତହସିଲ୍‌ରେ ଥିବା ଭିଡ଼ାବଦ୍‌ ଗାଁରେ ପୁରାତନ ପରମ୍ପରା ସୋମବାର ପାଳିତ ହୋଇଛି। ଏଠାରେ ଶହ ଶହ ଶ୍ରଦ୍ଧାଳୁ ଗାଈ ଖୁରାକୁ ଭ୍ରୁକ୍ଷେପ ନକରି ମାଟିରେ ଶୋଇ ରହିଥିଲେ। ସେମାନଙ୍କ ଉପରେ ଗାଈପଲ ଚାଲି ଯାଇଥିଲେ। ଏହାଦ୍ୱାରା ମାନସିକ ପୂରଣ ହୋଇଥାଏ ବୋଲି ସ୍ଥାନୀୟ ଲୋକଙ୍କର ବିଶ୍ୱାସ ରହିଛି। ଗାଈଠାରେ ୩୩ କୋଟି ଦେବୀଦେବତା ବାସ କରୁଥିବା ପୁରାଣରେ ଉଲ୍ଲେଖ ରହିଛି। ଗାଈପଲ ତଳେ ଶୋଇଥିବା ଶ୍ରଦ୍ଧାଳୁଙ୍କ ଉପରେ ଚାଲୁଥିବା ବେଳେ ଉପସ୍ଥିତ ଅନ୍ୟ ଶ୍ରଦ୍ଧାଳୁ ଭଜନ କୀର୍ତ୍ତନ କରୁଥିବା ଦେଖିବାକୁ ମିଳିଥିଲା। ପ୍ରତିବର୍ଷ ଦୀପାବଳି ପରଦିନ ଏଠାରେ ଏହି ପରମ୍ପରା ପାଳିତ ହୋଇଥାଏ।

Share