Categories: ଜାତୀୟ

ଗାଈକୁ ବଞ୍ଚାଇବାକୁ ଯାଇ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ମୋହନ ଭାଗବତ

ପୁଣେ, ୧୭।୫: ଆରଏସଏସ ମୁଖ୍ୟ ମୋହନ ଭାଗବତ ଏକ ନିଶ୍ଚିତ ସଡ଼କ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଏକ ଗାଇକୁ ବଞ୍ଚାଇବାକୁ ଯାଇ ମୋହନ ଭାଗବତଙ୍କ ଗାଡି ଓଲଟି ଯାଇଥିଲା। କିନ୍ତୁ ଏହି ଦୁର୍ଘଟଣାରେ ଭାଗବତଙ୍କ କିଛି ହୋଇ ନ ଥିଲାବେଳେ ଜଣେ ସିଆରଏଫ ଯବାନ ଆହତ ହୋଇଛନ୍ତି। ମହାରାଷ୍ଟ୍ରର ଚନ୍ଦପୁର-ନାଗପୁର ହାଇଓ୍ବେରେ ଏହି ଦୁର୍ଘଟଣା ଘଟିଛି। ଗାଇକୁ ବଞ୍ଚାଇବା ପାଇଁ ଗାଡି ଡ୍ରାଇଭର୍‌ ହଠାତ୍‌ ବ୍ରେକ୍‌ ଲଗାଇ ଦେଇଥିଲେ। ଫଳରେ କାର୍‌ର ଏକ ଟାୟାର୍‌ ଫାଟି ଯାଇଥିଲା। ଗାଇ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ସୂଚନାଯୋଗ୍ୟ, ଗୁରୁବାର ସନ୍ଧ୍ୟା ୫.୧୫ରେ ମୋହନ ଭାଗବତ୍‌ ଜେଡ୍‌ ସୁରକ୍ଷାରେ ଚନ୍ଦ୍ରପୁରରୁ ନାଗପୁର ଯାଉଥିଲେ। ଗାଡିରେ ୬ଜଣ ସୁରକ୍ଷାକର୍ମୀ ଥିଲେ। ଆହତ ଯବାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା

Share