Categories: ଜାତୀୟ

ଗାଁର ପ୍ରତିଘରେ ଅଛନ୍ତି ଯବାନ: ଶିବାଜୀଙ୍କ ଶାସନ କାଳରୁ ସେନାରେ ଯୋଗଦେବା ରହିଛି ପରମ୍ପରା

ମୁମ୍ବାଇ,୧୮।୮: ମହାରାଷ୍ଟ୍ରର ସାତାରା ଜିଲାରେ ରହିଥିବା ଏକ ଗାଁରେ ପ୍ରତିଘରୁ କେହି ନା କେହି ଜଣେ ଭାରତୀୟ ସେନାରେ ଅଥବା ବିଏସ୍‌ଏଫ୍‌ରେ ଯୋଗଦେଇଛନ୍ତି। ଏହି ଗାଁ ହେଉଛି ମିଲିଟ୍ରି ଆପଶିଙ୍ଗେ। ଏହାର ନାମ ପୂର୍ବରୁ କେବଳ ଆପଶିଙ୍ଗେ ଥିଲା। ପ୍ରଥମ ବିଶ୍ୱଯୁଦ୍ଧରେ ଗାଁର ୪୬ ଯବାନ ଶହୀଦ୍‌ ହୋଇଥିଲେ। ତେଣୁ ବ୍ରିଟିଶ୍‌ ସରକାର ଗାଁ ନାମ ପୂର୍ବରୁ ମିଲିଟ୍ରି ଶବ୍ଦ ଲଗାଇଥିଲେ। ଛତ୍ରପତି ଶିବାଜୀଙ୍କ ସମୟରୁ ଗାଁର ପ୍ରତି ପରିବାରର ଜଣେ ଜଣେ ସୈନ୍ୟ ବାହିନୀରେ ଯୋଗ ଦେବାର ପରମ୍ପରା ରହିିଛି। ଏବେ ଗାଁର ୧୬ ଶହ ୫୦ ଲୋକ ସେନାରେ ରହିଛନ୍ତି। ଗାଁର ଗୋଟିଏ ପରିବାରର ୨୩ ଜଣ ସେନାରେ ରହିଛନ୍ତି। ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଗାଁ ୪ ଜଣ ଶହୀଦ୍‌ ହୋଇଥିଲେ। ସେହିପରି ୧୯୬୨ ଭାରତ-ଚାଇନା ଯୁଦ୍ଧରେ ୪ ଜଣ ଶହୀଦ୍‌ ହୋଇଥିଲେ। ୧୯୬୫ ଏବଂ ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧରେ ଗାଁର ଜଣେ ଲେଖାଏଁ ଯବାନ ଶହୀଦ୍‌ ହୋଇଥିଲେ।

Share