Categories: ଫୁରସତ

ଗାଁରେ ହୁଏନି କେବେ ବି ବର୍ଷା

ସାନା,୧୯।୩: ପୃଥିବୀର ବିଭିନ୍ନ ଅଞ୍ଚଳରେ ବହୁ ରୋଚକ ରହସ୍ୟ ରହିଛି। ଭାରତର ମେଘାଳୟରେ ଥିବା ଗାସିନରାମ ଗାଁରେ ସର୍ବଧିକ ବର୍ଷା ହୋଇଥାଏ। ତେବେ ଏଭଳି ଗାଁ ରହିଛି ଯେଉଁଠି କେବେ ବି ବର୍ଷା ହୁଏ ନାହିଁ। ଏହି ଗାଁର ନାମ ହେଉଛି ହୁତୈବ। ଗାଁଟି ୟେମନର ରାଜଧାନୀ ସାନାର ପଶ୍ଚିମରେ ଅବସ୍ଥିତ। ଗାଁଟି ପାହାଡ଼ ଉପରେ ସମୁଦ୍ର ପତ୍ତନଠାରୁ ୩,୨୦୦ ମିଟର ଉଚ୍ଚରେ ରହିଛି। ଫଳରେ ମେଘଭରା ବାଦଲ ଗାଁଠାରୁ ଯଥେଷ୍ଟ ତଳେ ଭାସି ଯାଇଥାନ୍ତି। ତେଣୁ ଏଠି ବର୍ଷା ହୋଇ ନ ଥାଏ। ଏହାର ତଳ ଅଞ୍ଚଳରେ ବର୍ଷା ହେଲେ ମଧ୍ୟ ଗାଁରେ କେବେ ମଧ୍ୟ ବର୍ଷା ପାଣିର ବୁନ୍ଦା ପଡ଼ି ନ ଥାଏ କିମ୍ବା ଭବିଷ୍ୟତରେ କେବେ ଏଭଳି ହେବାର ସମ୍ଭାବନା ନାହିଁ ବୋଲି ପାଣିପାଗ ବିଶେଷଜ୍ଞ କହିଥାନ୍ତି। ରାତିରେ ଏଠାକାର ପରିବେଶ ବେଶ୍‌ ଥଣ୍ଡା ରହିଥାଏ। ତେବେ ସୂର୍ଯ୍ୟ ଉଦୟ ହେବା ପରେ ପରେ ଧୀରେ ଧୀରେ ଉତ୍ତାପ ବଢ଼ିଥାଏ। ଗାଁରେ ‘ଅଲ୍‌-ବୋହରା ଅଲ୍‌-ମୁକରମା’ ସମ୍ପ୍ରଦାୟ ବାସ କରିଥାନ୍ତି।

Share