Categories: ଫୁରସତ

ଗାଁରେ ବିନା ପାଠପଢ଼ାରେ ଫୁଟବଲ ଖେଳି ଯୁବବର୍ଗ ପାଉଛନ୍ତି ଚାକିରି: ଘରେଘରେ ପୂଜା ପାଉଛି ଫୁଟବଲ

ଜୟପୁର,୩।୨: ରାଜସ୍ଥାନ ଉଦୟପୁରରେ ରହିଛି ଏକ ଗାଁ। ଏଠାରେ ଯୁବବର୍ଗ ବିନା ପାଠପଢ଼ାରେ ଫୁଟବଲ ଖେଳି ଚାକିରି ପାଉଛନ୍ତି। ଗାଁରେ ୨୦୦ ପରିବାର ବାସ କରୁଛନ୍ତି। ଏହି ଗାଁଟି ହେଉଛି ଜାବର ମାଇନ୍ସ। ଲୋକେ ଏହାକୁ ଫୁଟବଲ ଭିଲେଜ୍‌ କହିଥାନ୍ତି। ଏଠାରେ ଭାରତର ବୃହତମ ଜିଙ୍କ୍‌ ଖଣି ରହିଛି। ଫୁଟବଲ ଖେଳି ଗାଁରେ ୧୭୦ରୁ ଅଧିକ ଲୋକ ଖଣିରେ ଚାକରି କରିଛନ୍ତି। ଗାଁରେ ପ୍ରାୟତଃ ଅନ୍ୟ କୌଣସି ଖେଳ ହୋଇ ନ ଥାଏ। କେବଳ ଫୁଟବଳ ଖେଳ ହିଁ ହୋଇଥାଏ। ପ୍ରତି ଲୋକଙ୍କ ଘରେ ଫୁଟବଲକୁ ପୂଜା ମଧ୍ୟ କରାଯାଇଥାଏ।

Share