Categories: ଫୁରସତ

ଗାଁରେ ପୂର୍ବରୁ ଥିଲେ ୨୦୦ ଲୋକ, ଏବେ ରହୁଛନ୍ତି ଜଣେ: ଚକିତ କରିପାରେ କାରଣ..

ପ୍ରତ୍ୟେକ ଦେଶରେ ସହର ଏବଂ ଗାଁ ଦେଖିବାକୁ ମିଳିଥାଏ। ସହରୀ ଜୀବନ ଧାଁ ଧଉଡ଼ରେ କଟୁଥିବାବେଳେ ଗାଁରେ ରହିଥାଏ ନୈସର୍ଗିକ ସୁଖ। କିନ୍ତୁ ରୋଜଗାର ଆଶାରେ ଲୋକେ ଗାଁ ଛାଡ଼ି ସହରକୁ ଚାଲିଯାଉଛନ୍ତି। କିନ୍ତୁ ଏମିତି ଏକ ଗାଁ ସମ୍ପର୍କରେ କହିବୁ ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଋଷ୍‌ର ସୀମାରେ ଥିବା ଡୋବରୁଷା ଗାଁରେ ୩୦ ବର୍ଷ ପୂର୍ବରୁ ୨୦୦ ଲୋକ ବସବାସ କରୁଥିଲେ । ମାତ୍ର ଏହି ଗାଁରେ ଏବେ ମାତ୍ର ଜଣେ ବ୍ୟକ୍ତି ରହୁଛନ୍ତି।

କୁହାଯାଏ, ସୋଭିଏତ୍‌ ସଂଘ ଭାଙ୍ଗିଯିବା ପରେ ଏହି ଗାଁର ଲୋକେ ଆଖପାଖ ସହରକୁ ଚାଲି ଯାଇଥିଲେ। ଶେଷରେ ଗ୍ରାମରେ ମାତ୍ର ୩ ଜଣ ଲୋକ ଥିଲେ। ସେଥିମଧ୍ୟରୁ ଦମ୍ପତି ଜେନା ଏବଂ ଲିଡାଙ୍କୁ ଗତ ଫେବୃୟାରୀରେ କେହି ହତ୍ୟା କରିଦେଇଛନ୍ତି। ଫଳରେ ଏବେ ଗ୍ରାମରେ ଗରିସା ମୁନ୍‌ଟେନ୍‌ ନାମକ ଜଣେ ବ୍ୟକ୍ତି ହିଁ ବଞ୍ଚିଛନ୍ତି।

ନିଜର ଏକଲାପଣ ଦୂର କରିବାକୁ ମୁନ୍‌ଟେନ୍‌ କେତେକ ଜୀବଜନ୍ତୁଙ୍କ ସହ ରହୁଛନ୍ତି। ସେ ୫ଟି କୁକୁର, ୯ଟି ପକ୍ଷୀ, ୨ଟି ବିଲେଇ, ୪୨ଟି କୁକୁଡ଼ା, ୧୨୦ ବତକ ଏବଂ ୫୦ ପାରାଙ୍କ ସହ ଜୀବନ କାଟୁଛନ୍ତି। ଏକୁଟିଆ ରହିବାକୁ ବିରକ୍ତି ଲାଗୁଛି। ତେଣୁ ଏହିସବୁ ପଶୁପକ୍ଷୀ ପାଳନ କରି ବାକି ଜୀବନ କାଟିଦେବି ବୋଲି ମୁନ୍‌ଟେନ୍‌ କୁହନ୍ତି।

Share