ଗହୀରମଥାରେ ଅଲିଭ ରିଡଲେଙ୍କ ସମୂହ ଅଣ୍ଡାଦାନ ଜାରି: ୩ଦିନରେ ୨ଲକ୍ଷ କଇଁଛ ଅଣ୍ଡାଦେଲେ

ରାଜନଗର, ୧୮।୩(ଡି.ଏନ.ଏ.)-ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଏବେ ଅଲିଭରିଡଲେ କଇଁଛଙ୍କ ସମୂହ ଅଣ୍ଡାଦାନ ପ୍ରକ୍ରିୟା ଚାଲୁ ରହିଛି। ୩ଦିନରେ ୨ଲକ୍ଷ କଇଁଛ ଅଣ୍ଡାଦାନ କରିଛନ୍ତି। କଇଁଛମାନଙ୍କୁ ବାହ୍ୟ ଶତ୍ରୁଠାରୁ ସୁରକ୍ଷା ଦେବା ପାଇଁ ରାଜନଗର ବନ ବିଭାଗ କର୍ମଚାରୀମାନେ ସେଠାରେ ଅସ୍ଥାୟୀ କ୍ୟାମ୍ପ କରି କଇଁଛମାନଙ୍କ ଅଣ୍ଡାଦାନ ସମୟରେ ସୁରକ୍ଷା ପ୍ରଦାନ କରିଛନ୍ତି। ପାଗ ଅନୁକୂଳ ଥିବାରୁ କଇଁଛମାନେ ଏହି ସମୂହ ଅଣ୍ଡାଦାନ ପ୍ରକ୍ରିୟାକୁ ୩/୪ ଦିନ ଜାରି ରଖିବେ ବୋଲି କଇଁଛ ବିଷାରଦମାନେ ଆଶାବ୍ୟକ୍ତ କରିଛନ୍ତି। ସମୂହ ଅଣ୍ଡାଦାନ ପ୍ରକ୍ରିୟାକୁ ଅନୁଧ୍ୟାନ କରିବା ପାଇଁ ରାଜ୍ୟ ପ୍ରମୁଖ ମୁଖ୍ୟ ବନସରଂକ୍ଷକ ସନ୍ଦୀପ ତ୍ରିପାଠୀ, ଆଞ୍ଚଳିକ ରାଜ୍ୟ ବନ ସଂରକ୍ଷକ ମନୋଜ ମହାପାତ୍ର, ଡିଏଫଓ ବିକାଶ ରଞ୍ଜନ ଦାସ ପ୍ରମୁଖ ଗହୀରମଥାର ବାବୁବାଲି ଦ୍ୱୀପରେ ପହଁଚି ସମୂହ ଅଣ୍ଡାଦାନ ପ୍ରକ୍ରିୟାକୁ ଅନୁଧ୍ୟାନ କରିଛନ୍ତି। ପ୍ରତ୍ୟହ ସନ୍ଧ୍ୟା ପରଠୁଁ ବିଳମ୍ବିତ ରାତ୍ରି ଯାଏଁ କଇଁଛମାନେ ସମୁଦ୍ରର ଢେଉକୁ ଅତିକ୍ରମ କରି ବାବୁବାଲି ଦ୍ୱୀପର ବାଲୁକା ରାଶିରେ ଅଣ୍ଡାଦାନ କରୁଛନ୍ତି। ଅପରପକ୍ଷେ ସମୂହ ଅଣ୍ଡାଦାନଠାରୁ ଅଳ୍ପ ଦୂରରେ ଥିବା ପ୍ରତିରକ୍ଷା ବିଭାଗର କ୍ଷେପଣାସ୍ତ୍ର ଘାଟିର ଉଜ୍ଜ୍ୱଳ ଆଲୋକକୁ ଅଣ୍ଡାଦାନ ସମୟରେ ବନ୍ଦ ରଖାଯାଉଛି। ସମୁଦ୍ରକୂଳଠାରୁ ୫ କିଲୋମିଟର ପରିଧି ଭିତରେ ଲକ୍ଷ ଲକ୍ଷ କଇଁଛ ଏବେ ଅଣ୍ଡାଦାନ ଅପେକ୍ଷାରେ ରହିଛନ୍ତି। ବାବୁବାଲି ଦ୍ୱୀପର ସୀମା ସରହଦ ଦିନକୁ ଦିନ ହ୍ରାସ ପାଉଥିବାରୁ ଏହି ଦ୍ୱୀପରେ ଲକ୍ଷ ଲକ୍ଷ କଇଁଛ ଅଣ୍ଡାଦେବା ସମୟରେ ବିଘଟଣ ଘଟୁଥିବା ଦୃଷ୍ଟିକୁ ଆସିଛି। ପ୍ରଥମେ କଇଁଛମାନେ ଅଣ୍ଡାଦାନ କରି ଫେରିଯିବା ପରେ ଅନ୍ୟ କଇଁଛମାନେ ଅନୁରୂପ ଭାବେ ସେହି ସ୍ଥାନକୁ ନିଜ ପାଦରେ ଗାତଖୋଳି ଅଣ୍ଡାଦେବା ସମୟରେ ପୂର୍ବରୁ ସେଠାରେ ଦିଆଯାଇଥିବା ଅଣ୍ଡାଗୁଡିକ ନଷ୍ଟ ହେବାରେ ଲାଗିଛି। ବିଶ୍ୱ ପଯର୍ର୍‌ୟଟନ ମାନଚିତ୍ରରେ ଅଲିଭରିଡଲେ କଇଁଛମାନଙ୍କର ସବୁଠୁ ନିରାପଦ ଓ ସୁରକ୍ଷିତ ସ୍ଥାନ ଭାବେ ଗହୀରମଥାର ବାବୁବାଲି ଦ୍ୱୀପ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri