ଗହମ ବ୍ୟତୀତ ଖାଆନ୍ତୁ ଏସବୁ ଶସ୍ୟରୁ ପ୍ରସ୍ତୁତ ରୁଟି, ମିଳିବ ଅନେକ ରୋଗରୁ ମୁକ୍ତି

ଖାଦ୍ୟରେ ରୁଟିକୁ ସମ୍ପୂର୍ଣ୍ଣ ଆହାର କୁହାଯାଇଥାଏ। ଦିନରେ ହେଉ କି ରାତିରେ। ରୁଟି ସ୍ବାସ୍ଥ୍ୟ ପାଇଁ ବହୁ ଉପକାରୀ ବୋଲି ବିଶେଷଜ୍ଞମାନେ ମତ ଦିଅନ୍ତି। ତେବେ ଜାଣନ୍ତୁ ଭିନ୍ନ ଭିନ୍ନ ଶସ୍ୟରୁ ପ୍ରସ୍ତୁତ ରୁଟି ଖାଇଲେ କ’ଣ ସବୁ ଉପକାର ମିଳିଥାଏ।

ମାଣ୍ଡିଆ : ପୋଟାସିୟମ, କ୍ୟାଲସିୟମ, ସୋଡିୟମ ଏବଂ ଆଇରନରେ ଭରଭୂର ମାଣ୍ଡିଆ ଚୂନାରୁ ପ୍ରସ୍ତୁତ ରୁଟି ଗର୍ଭବତୀ ମହିଳାଙ୍କ ପାଇଁ ଖୁବ୍‌ ଭଲ। ଏଥିରୁ ଭିଟାମିନ୍‌ ଏବଂ ଖଣିଜ ପଦାର୍ଥ ମିଳିଥାଏ। ପ୍ରତି ୧୦୦ ଗ୍ରାମ ମାଣ୍ଡିିଆରୁ ୨୫ ମିଲିଗ୍ରାମ କ୍ୟାଲସିୟମ ମିଳିଥାଏ। ମାଣ୍ଡିଆ ହୃଦ୍‌ରୋଗ ଜନିତ ସମସ୍ୟା ଦୂର କରିବାରେ ମଧ୍ୟ ସହାୟକ ହୋଇଥାଏ।

ଯଅ : ଭିଟା-ଗ୍ଲୁକୋନ୍‌ରେ ଭରପୂର ଯଅରୁ ପ୍ରସ୍ତୁତ ରୁଟି ଖାଇଲେ କୋଲେଷ୍ଟରଲ୍‌ କମ୍‌ ହୋଇଥାଏ। ବ୍ଲଡ ପ୍ରେସର ରୋଗୀଙ୍କ ପାଇଁ ଏହା ବହୁତ ଭଲ। ୧୦୦ ଗ୍ରାମ ଯଅରୁ ୩.୯ ଗ୍ରାମ ଫାଇବର ଏବଂ ୧୧.୫ ଗ୍ରାମ ପ୍ରୋଟିନ୍‌ ମିଳିଥାଏ।

ବାଜରା : ରାଜସ୍ଥାନରେ ଲୋକେ ବହୁଳ ପରିମାଣରେ ବାଜରାରୁ ପ୍ରସ୍ତୁତ ରୁଟି ଖାଇଥାନ୍ତି। ଏଥିରେ ଆଇରନ୍‌, ଜିଙ୍କ୍‌, ମ୍ୟାଗ୍ନେସିୟମ ଏବଂ ଭିଟାମିନ୍‌ ଇ ଭରପୂର ରହିଛି। ଅନ୍ୟ ଶସ୍ୟ ତୁଳନାରେ ବାଜରାରୁ ଅଧିକ ଶକ୍ତି ମିଳିଥାଏ। ଏଥିରେ କ୍ୟାଲସିୟମ ଥିବାରୁ ହାଡ଼ ମଜଭୁତ ହେବାରେ ସହାୟକ ହୋଇଥାଏ। ବାଜରାରୁ ପ୍ରସ୍ତୁତ ରୁଟି ଶୀତଦିନରେ ଖାଇଲେ ସବୁଠୁ ଭଲ।

ମକା : ଏଥିରୁ ପ୍ରସ୍ତୁତ ରୁଟି ଡାଇବେଟିସ୍‌ ରୋଗୀଙ୍କ ପାଇଁ ଲାଭଦାୟକ ହୋଇଥାଏ। ମକାରୁଟି କୋଲନ୍‌ କ୍ୟାନସର ଆଶଙ୍କା କମ୍‌ କରିଥାଏ। ଏଥିରେ ଭିଟାମିନ୍‌ ଏ, ବି ୧, ବି-୫, ଭିଟାମିନ୍‌ ସି ରହିଛି। ଏହା ସହିତ ଭିଟା କ୍ୟାରୋଟିନ୍‌ ମଧ୍ୟ ପ୍ରଚୁର ପରିମାଣରେ ରହିଛି। ଏଥିରେ ମହଜୁଦ୍‌ ଫାଇବର ହୃଦ ଜନିତ ରୋଗଠାରୁ ଦୂରେଇ ରଖେ।