Posted inଜାତୀୟ

ଗସ୍ତକୁ ନେଇ ଝଡ଼ : ସିରିଆ କି ଆଫଗାନିସ୍ତାନ ନ ହେଉ କଶ୍ମୀର

ଶ୍ରୀନଗର,୩୧ା୧୦(ପି.ଟି./ଆଇଏଏନ୍‌ଏସ୍‌): ଯୁଦ୍ଧ ପ୍ରଭାବିତ ସିରିଆ କିମ୍ବା ଆଫଗାନିସ୍ତାନ ଭଳି ସ୍ଥିତି ଜମ୍ମୁ-କଶ୍ମୀରରେ ସୃଷ୍ଟି ନ ହେଉ। କଶ୍ମୀର ଆଉ ଏକ ସିରିଆ କି ଆଫଗାନିସ୍ତାନ ନ ପାଲଟୁ। ଉପତ୍ୟକାରେ ଅରାଜକତା ଓ ହିଂସା ଲାଗି ନ ରହୁ। ଦୁଇଦିନିଆ କଶ୍ମୀର ଗସ୍ତରେ ଆସିଥିବା ୟୁରୋପୀୟ ପାର୍ଲାମେଣ୍ଟ ସଦସ୍ୟ(ଇଏମ୍‌ପି)ମାନେ ବୁଧବାର ଏଭଳି ଆଶା କରିଛନ୍ତି। ଏହାସହ କଶ୍ମୀର ସ୍ଥିତି ଖରାପ ହେବା ପାଇଁ ସେମାନେ ଆତଙ୍କବାଦକୁ ଦାୟୀ କରିବା ସହ ଶାନ୍ତି ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି। ୨୩ଜଣିଆ ପ୍ରତିନିଧି ଦଳ କଶ୍ମୀର ଗସ୍ତ ଶେଷ କରିବା ପରେ ଶ୍ରୀନଗରସ୍ଥିତ ଏକ ହୋଟେଲରେ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି। ପ୍ରତିନିଧି ଦଳ ସଦସ୍ୟମାନେ କହିଛନ୍ତି, ଭାରତୀୟ ରାଜନୀତିରେ ହସ୍ତକ୍ଷେପ ପାଇଁ ନୁହେଁ, ବରଂ କଶ୍ମୀର ସମସ୍ୟାର ସମାଧାନ ପାଇଁ ସହଯୋଗର ଉପାୟ ବାହାର କରିବାକୁ ଏଠାକୁ ଆସିଛୁ। ଉତ୍ତେଜନା ହ୍ରାସ ଲାଗି ଭାରତ-ପାକିସ୍ତାନ ଲଢ଼େଇ ନ କରି ଆଲୋଚନା କରିବା ଉଚିତ ବୋଲି ସେମାନେ ମତବ୍ୟକ୍ତ କରିଛନ୍ତି। ଫ୍ରାନ୍ସର ହେନରି ମାଲୁସେ କହିଛନ୍ତି, ପ୍ରତିନିଧି ଦଳକୁ ଇସ୍‌ଲାମୋଫୋବିକ୍‌ (ଇସ୍‌ଲାମ ପ୍ରତି ଭୟ ସୃଷ୍ଟିକାରୀ), ଫାସିବାଦୀ ଏବଂ ଜାତିବାଦୀ ଭାବେ ଅଭିହିତ କରାଯିବା ଅନୁଚିତ। କଶ୍ମୀରର ବାସ୍ତବ ସ୍ଥିତି ପରଖିବା ପାଇଁ ସୁଯୋଗ ଦେଇଥିବାରୁ ସେ ଏହି ଅବସରରେ ଭାରତ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି। ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଉଥିବା କଶ୍ମୀର ସମ୍ପର୍କିତ ରିପୋର୍ଟକୁ ନେଇ ପୋଲାଣ୍ଡ୍‌ର ରିସ୍‌ଜାର୍ଡ କାର୍ନେସ୍କି ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଆମେ ଏଠାରେ କ’ଣ ଦେଖିଲୁ ନିଜ ନିଜ ଦେଶକୁ ଫେରିଯିବା ପରେ ସେମାନଙ୍କୁ ଜଣାଇବୁ ବୋଲି ପ୍ରାଓ୍ବୋ ଆଇ ସ୍ପ୍ରାଓ୍ବିଡ୍‌ଲିଓ୍ବୋସ୍କ ପାର୍ଟି ନେତା ରିସ୍‌ଜାର୍ଡ କହିଛନ୍ତି। ଫ୍ରାନ୍ସର ରାସେମ୍ବଲମେଣ୍ଟ ନ୍ୟାଶନାଲ ପାର୍ଟି ନେତା ଥିଏରି ମାରିଆନି କହିଛନ୍ତି, ଫାସିବାଦୀ କହି ଆମର ଛବିକୁ ମଳିନ କରାଯାଇଛି। ଏପରି କରିବା ପୂର୍ବରୁ ଆମ ବିଷୟରେ ଭଲଭାବେ ଜାଣିବା ଦରକାର ଥିଲା।
ୟୁରୋପୀୟ ସଂଘର ସଦସ୍ୟମାନେ ଉପତ୍ୟକାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ସେନା, ପୋଲିସ, ପ୍ରଶାସନ, ନାଗରିକ ସମାଜ, ବ୍ୟବସାୟୀ, ଆଇନଜୀବୀ, କଳାକାର, ଟୁର୍‌ ଓ ଟ୍ରାଭେଲ ଅପରେଟର୍ସ ଏବଂ କେତେଜଣ ରାଜନେତାଙ୍କ ସହ ଆଲୋଚନା କରିଛନ୍ତି। ଏହି ଟିମ୍‌ରେ ପ୍ରଥମେ ୨୭ ସଦସ୍ୟ ରହିଥିଲେ। କିନ୍ତୁ ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ କଶ୍ମୀର ଆସିବାକୁ ଅନୁମତି ଦିଆଯାଇନାହିଁ।

ଗସ୍ତକୁ ନେଇ ଝଡ଼

ଇୟୁ ପ୍ରତିନିଧି ଦଳର କଶ୍ମୀର ଗସ୍ତକୁ ନେଇ ଝଡ଼ ସୃଷ୍ଟି ହୋଇଛି। କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକ ଏହାକୁ ‘କୂଟନୈତିକ ବିଫଳତା’ ଭାବେ ଅଭିହିତ କରି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେହିପରି ଏହି ବିଦେଶୀ ପ୍ରତିନିଧି ଦଳକୁ ସରକାର କଶ୍ମୀର ଆସିବା ପାଇଁ କିପରି ଅନୁମତି ଦେଲେ ବୋଲି ଏନ୍‌ଡିଏର ଦୁଇ ସହଯୋଗୀ ସଂଯୁକ୍ତ ଜନତା ଦଳ (ଜେଡିୟୁ) ଓ ଶିବସେନା ମଧ୍ୟ ପ୍ରଶ୍ନ କରିଛନ୍ତି।
ମୁଖପାତ୍ର ରଣଦୀପ ସୁର୍ଜଓ୍ବୋଲା କହିଛନ୍ତି, ବିଗତ ୩ ଦିନ ଧରି ଭାଜପା ସରକାରର ଅପରିପକ୍ୱ, ମନ୍ଦ ପରାମର୍ଶ ଓ ଭୁଲ୍‌ ପରିକଳ୍ପନାର ପିଆର୍‌ କସରତର ଶିକାର ହୋଇଛି ଭାରତ। ଏହି ଗସ୍ତକୁ ଜଣେ ‘ଅନ୍ତର୍ଜାତୀୟ ବ୍ୟବସାୟ ବ୍ରୋକର’ ଆୟୋଜନ କରିଛନ୍ତି। ଜମ୍ମୁ-କଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ହୋଇଥିବାବେଳେ କେନ୍ଦ୍ର ସରକାର ଏହାର ଆନ୍ତର୍ଜାତିକୀକରଣ କାହିଁକି କରୁଛନ୍ତି ବୋଲି ସୁର୍ଜଓ୍ବୋଲା ପ୍ରଶ୍ନ କରିଛନ୍ତି। ଇୟୁ ପ୍ରତିନିଧି ଦଳର କଶ୍ମୀର ଗସ୍ତ ଆୟୋଜନ କରିଥିବା ମାଦି ଶର୍ମା କିଏ ତାହା ସରକାର ସ୍ପଷ୍ଟ କରନ୍ତୁ ବୋଲି କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। କଶ୍ମୀରକୁ ଭାରତୀୟ ଏମ୍‌ପିମାନଙ୍କୁ ଯିବାକୁ ଅନୁମତି ମିଳୁ ନ ଥିବାବେଳେ ଇୟୁ ପ୍ରତିନିଧି ଦଳକୁ କାହିଁକି ଗସ୍ତ କରିବାକୁ ଦିଆଗଲା ବୋଲି ଜେଡିୟୁ ମୁଖପାତ୍ର ପବନ ବର୍ମା ପ୍ରଶ୍ନ କରିଛନ୍ତି। ଶିବସେନା ମୁଖପତ୍ର ‘ସାମ୍ନା’ର ସମ୍ପାଦକୀୟରେ ମଧ୍ୟ ଏହାକୁ ନିନ୍ଦା କରାଯାଇଛି। ଏହି ଗସ୍ତ ଭାରତର ସ୍ବାଧୀନତା ଓ ସାର୍ବଭୌମତ୍ୱ ଉପରେ ବାହ୍ୟ ଆକ୍ରମଣ ନୁହେଁ କି ବୋଲି ଏଥିରେ ପ୍ରଶ୍ନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବଦେଶୀ ଟିଟାନସ୍‌, ଡିପ୍‌ଥେରିଆ ଟିକାର ହେଲା ଶୁଭାରମ୍ଭ, ବୈଜ୍ଞାନିକଙ୍କୁ ଅଭିନନ୍ଦନ ଜଣାଇଲେ ନଡ୍ଡା

ନୂଆଦିଲ୍ଲୀ,୨୧ା୨: ସ୍ବଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ଟିଟାନସ୍‌ ଏବଂ ବୟସ୍କଙ୍କ ପାଇଁ ଡିପ୍‌ଥେରିଆ ଟିକାକୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା ଶନିବାର ହିମାଚଳପ୍ରଦେଶର କସୌଲିସ୍ଥିତ ସେଣ୍ଟ୍ରାଲ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ରେ…

ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଯୁବତୀଙ୍କ ଆତ୍ମାହୁତି ଉଦ୍ୟମ, ନିଜ ଡ୍ରେସରେ ନିଆଁ ଲଗାଇଦେବା ପରେ…

ଭଦ୍ରକ, ୨୧।୨(ସନାତନ ରାଉତ)- ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟଳୟ ପରିସରରେ ଜଣେ ଯୁବତୀ ଆତ୍ମାହୁତି ଉଦ୍ୟମ କରିଛନ୍ତି । ଯୁବତୀ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଯୁବତୀଜଣଙ୍କ…

୧୦ ବର୍ଷ ଅପେକ୍ଷାର ଅନ୍ତ, ଅଷ୍ଟ୍ରେଲିଆ ମାଟିରେ ଟି-୨୦ ସିରିଜ ଜିତି ଇତିହାସ ରଚିଲା ଭାରତ

ଆଡିଲେଡ,୨୧।୨: ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ମହିଳା କ୍ରିକେଟ ଦଳ ଜବରଦସ୍ତ ପ୍ରଦର୍ଶନ କରି ଟି-୨୦ ସିରିଜକୁ ୨-୧ରେ ନିଜ ନାମରେ କରିଛି। ଶନିବାର ୨୧ ଫେବୃଆରୀରେ…

ଧାଓ୍ବନଙ୍କ ନୂଆ ଇନିଂସ: ପ୍ରେମିକାଙ୍କ ସହ ଧୁମ୍‌ଧାମରେ ବିବାହ ଶେଷ; ବରଯାତ୍ରୀରେ ସାମିଲ ହେଲେ ଏହି କ୍ରିକେଟର; ଦେଖନ୍ତୁ Photos 

ନୂଆଦିଲ୍ଲୀ,୨୧।୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ବିସ୍ଫୋରକ ଓପନର୍‌ ଶିଖର ଧାଓ୍ବନ ନିଜ ଜୀବନର ଏକ ନୂଆ ଇନିଂସ ଆରମ୍ଭ କରିଛନ୍ତି। ଶନିବାର ୨୧ ଫେବୃଆରୀରେ ସେ…

ପୁଣି ପ୍ରେମରେ ଉବୁଟୁବୁ ମଲାଇକା? ରୋମ୍‌ରୁ ଭାଇରାଲ ହେଲା ଡାଇମଣ୍ଡ ମର୍ଚ୍ଚାଣ୍ଟଙ୍କ ସହ ରୋମାଣ୍ଟିକ୍‌ ଫଟୋ

ମୁମ୍ବାଇ: ବଲିଉଡର ଫିଟନେସ୍‌ କୁଇନ୍‌ ତଥା ଖ୍ୟାତନାମା ଆଇଟମ୍‌ ଗର୍ଲ ମଲାଇକା ଅରୋରା ପୁଣିଥରେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ। ଅଭିନେତା ଅର୍ଜୁନ କପୁରଙ୍କ ସହ…

ଦେଖନ୍ତୁ ଛତିଥରା ଭିଡିଓ, ରାସ୍ତାରେ ଲୁଚିଥିଲା ମୃତ୍ୟୁ! କେହିକିଛି ବୁଝିବା ପୂର୍ବରୁ…

ସାଣ୍ଟିଆଗୋ,୨୧।୨: ଚିଲିର ରାଜଧାନୀ ସାଣ୍ଟିଆଗୋରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାର ଏକ ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଦ୍ରୁତ ଗତିରେ ଭାଇରାଲ ହେଉଛି। ଭିଡିଓରେ ଦେଖାଯାଉଛି ଯେ…

‘AI ଆସିଲେବି ମଣିଷର ସ୍ଥାନ ନେଇପାରିବନି ମେଶିନ’, ସିସ୍କୋ ଅଧିକାରୀ କହିଲେ କେମିତି ପରିବର୍ତ୍ତନ ହେବ ନିଯୁକ୍ତି ସୁଯୋଗ

ନୂଆଦିଲ୍ଲୀ,୨୧।୨: କର୍ପୋରେଟ ଜଗତ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ କୃତ୍ରିମ ବୁଦ୍ଧିମତ୍ତା (AI)ର ଦ୍ରୁତ ବର୍ଦ୍ଧିତ ବ୍ୟବହାର ମଧ୍ୟରେ, ମେଶିନଗୁଡ଼ିକ ମଣିଷକୁ ବଦଳାଇବେ ବୋଲି ବଢୁଥିବା ଭୟ…

ବିଦ୍ୟୁତ୍‌ ଟିକସ ବୃଦ୍ଧି ବାତିଲ, ସ୍ମାର୍ଟ ମିଟର ଲଗାଇବା ବନ୍ଦ ନେଇ ସିପିଆଇଏମ୍‌ର ବିକ୍ଷୋଭ

ଛତ୍ରପୁର,୨୧ା୨(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାପରିଷଦ ଭବନର ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ବିଭିନ୍ନ ବିଷୟକୁ ନେଇ ଓଇଆରସି ପକ୍ଷରୁ ଏକ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଟିପିଏସଓଡିଏଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri