ଗଳାପୋଲ ପାଖରେ ଗଳା କାଟି ଫିଙ୍ଗି ଦେଲେ

ବାଲେଶ୍ୱର ଅଫିସ,୧୯।୧୨: ବାଲେଶ୍ୱର ସହର ସହଦେବଖୁଣ୍ଟା ଥାନା ନିକଟସ୍ଥ ଗଳା ପୋଲ ପାଖରେ ଯୁବକଙ୍କୁ ନିର୍ମମ ହତ୍ୟା କରାଯାଇଛି। ଯୁବକ ଜଣକ ଗଳା ପୋଲ ଅଞ୍ଚଳର ମାଛ ବ୍ୟବସାୟୀ ରବି ସିଂ ବୋଲି ଜଣାପଡ଼ିଛି । ଶନିବାର ବିଳମ୍ବିତ ରାତିରେ ଯୁବକଙ୍କୁ ଗଳା କାଟି କେହି ଦୁର୍ବୃତ୍ତମାନେ ହତ୍ୟା କରିଛନ୍ତି। ତେବେ ହତ୍ୟାକାଣ୍ଡକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳିଥିବା ବେଳେ ଘଟଣାସ୍ଥଳରେ ସହଦେବଖୁଣ୍ଟା ଥାନା ପୋଲିସ ପହଞ୍ଚି ତଦନ୍ତ ଚଳାଇଛି। ମୃତ ଦେହକୁ ଉଦ୍ଧାର ପରେ ବାଲେଶ୍ୱର ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଯୁବକଙ୍କ ମୃତ୍ୟୁ ପଛରେ ପୂର୍ବ ଶତ୍ରୁତା ରହିଥିବା ସନ୍ଦେହ କରାଯାଉଛି ।