ଗଲଓ୍ବାନ ଉପରେ ଦାବି ଦୋହରାଇଲା ଚାଇନା

ବେଜିଂ,୧୮ା୬: ଲଦାଖସ୍ଥିତ ଗଲଓ୍ବାନ ଉପତ୍ୟକା ଉପରେ ବୁଧବାର ପୁଣିଥରେ ନିଜର ଦାବି ଦୋହରାଇଛି ଚାଇନା। ଏହି ଅଞ୍ଚଳ ସବୁବେଳେ ଚାଇନାର ଥିଲା ବୋଲି ବେଜିଂ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ସମ୍ପୃକ୍ତ ଭୂଖଣ୍ଡର ସ୍ଥିତାବସ୍ଥାରେ ଚାଇନା ସେନାର ଏକତରଫା ପରିବର୍ତ୍ତନ ଉଦ୍ୟମ ଯୋଗୁ ଦୁଇଦେଶ ମଧ୍ୟରେ ସଂଘର୍ଷ ଘଟିଥିବା ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି।
ଚାଇନା ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଝାଓ ଲିଜିଆନ୍‌ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି, ଗଲଓ୍ବାନ ଉପତ୍ୟକା ଅଞ୍ଚଳରେ ସବୁବେଳେ ଚାଇନାର ସାର୍ବଭୌମତ୍ୱ ରହିଆସିଛି। ଏହା ଚାଇନାର ଅଞ୍ଚଳ। ତେବେ ଗଲଓ୍ବାନକୁ ଭାରତ-ଚାଇନାର ସୀମା ଭାବେ ବିବେଚନା କରାଯାଉଥିବାବେଳେ ବେଜିଂ ଏହା ଉପରେ ସାର୍ବଭୌମତ୍ୱ କାହିଁକି ଜାହିର କରୁଛି ବୋଲି ଖବରଦାତାମାନେ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ଝାଓ କହିଥିଲେ, ଏହି ଅଞ୍ଚଳ ଏଲ୍‌ଏସିର ଚାଇନା ପଟେ ଅଛି। ତେଣୁ ଚାଇନାକୁ ଦୋଷ ଦିଆଯାଇ ପାରିବ ନାହିଁ। ସେହିପରି ପିଏଲ୍‌ଏର ୪୩ ସୈନ୍ୟ ନିହତ ହେବା ନେଇ ପ୍ରଶ୍ନ କରାଯିବାରୁ ସେ ଏହାର ଉତ୍ତର ଦେବାକୁ ଏଡ଼ାଇଯାଇଥିଲେ। ସୀମା ସୁରକ୍ଷା ବଳ ଏହି ପ୍ରସଙ୍ଗରେ କାର୍ଯ୍ୟ କରୁଛନ୍ତି ବୋଲି ସେ କହିଥିଲେ। ଭାରତ ନିଜ ଯବାନଙ୍କ ମୃତାହତ ହେବା ନେଇ ସ୍ପଷ୍ଟ କରିଥିବାବେଳେ ଚାଇନା କାହିଁକି ନିଜ ପକ୍ଷର କିଛି ସ୍ପଷ୍ଟ କରୁନାହିଁ ବୋଲି ଝାଓଙ୍କୁ ପ୍ରଶ୍ନ କରାଯାଇଥିଲା। ସେ କହିଥିଲେ, ଭାରତ ଓ ଚାଇନା ସୈନ୍ୟମାନେ ଗ୍ରାଉଣ୍ଡରେ ଏହି ବିଷୟରେ ସମାଧାନ ନେଇ ନିୟୋଜିତ। ତେଣୁ ଏହା ଉପରେ କିଛି ମନ୍ତବ୍ୟ ଦେବାକୁ ସେ ଚାହୁଁ ନାହାନ୍ତି।
ଭାରତ-ଚାଇନା ସୀମା ସ୍ଥିତିକୁ ନେଇ ସେ କହିଥିଲେ, ଉଭୟ ପକ୍ଷ ଏହାର ସମାଧାନ ପାଇଁ କୂଟନୈତିକ ଓ ସାମରିକ ଚ୍ୟାନେଲ ଜରିଆରେ ପରସ୍ପର ସହିତ ଯୋଗାଯୋଗ ରଖିଛନ୍ତି। ସୀମା ସ୍ଥିତି ସ୍ଥିର ଓ ନିୟନ୍ତ୍ରଣାଧୀନ ବୋଲି ଝାଓ କହିଥିଲେ। ସେହିପରି ଭବିଷ୍ୟତରେ ଏପରି ସଂଘର୍ଷକୁ ଏଡ଼ାଯାଇପାରିବ କି ବୋଲି ପ୍ରଶ୍ନର ଉତ୍ତରରେ ଝାଓ କହିଥିଲେ, ଚାଇନା ପକ୍ଷରୁ ଆମେ ଅଧିକ ସଂଘର୍ଷ ଦେଖିବାକୁ ଚାହୁଁନାହୁଁ। ସୀମାରେ ଶାନ୍ତି ପ୍ରତିଷ୍ଠା ପାଇଁ ଦୁଇଦେଶ ପକ୍ଷରୁ ଉଦ୍ୟମ ହେଉଛି। ବିଶ୍ୱର ଦୁଇ ବୃହତ୍‌ ଦେଶ ତଥା ବିକାଶଶୀଳ ଅର୍ଥନୀତି ମଧ୍ୟରେ ଆଲୋଚନା ଜରିଆରେ ମତଭେଦ ଦୂର ହେବ। ପୂର୍ବରୁ ଦୁଇଦେଶର ନେତା (ଚାଇନା ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି)ଙ୍କ ମଧ୍ୟରେ ହୋଇଥିବା ସହମତିକୁ ନେଇ ଦ୍ୱିପାକ୍ଷିକ ସମ୍ପର୍କକୁ ଆଗକୁ ବଢ଼ାଯିବା ଉଚିତ। ଭାରତ ଏହି କ୍ଷେତ୍ରରେ ଚାଇନା ସହ ମିଶି କାମ କରିବ ବୋଲି ଝାଓ ଆଶାବ୍ୟକ୍ତ କରିଛନ୍ତି।
ପ୍ରକାଶ ଯେ, ଗଲଓ୍ବାନ ଉପତ୍ୟକାକୁ ଚାଇନା ପ୍ରଥମେ ୧୯୫୬ରେ ନିଜର ବୋଲି ଦାବି କରିଥିଲା। ୧୯୬୦ରେ ଏହି ଦାବିକୁ ଜୋର୍‌ଦାର କରିବା ସହ ଦୁଇବର୍ଷ ମଧ୍ୟରେ ଏହାକୁ ସମ୍ପୂର୍ଣ୍ଣ ଭାବେ ଦଖଲ କରିଥିଲା। ସେବେଠୁ ଉଭୟ ଭାରତ ଓ ଚାଇନା ସମ୍ପୃକ୍ତ କ୍ଷେତ୍ରରେ ଶାନ୍ତି ବଜାୟ ରଖିଆସୁଛନ୍ତି। ତେବେ ଗଲଓ୍ବାନ ଉପତ୍ୟକାକୁ ନେଇ କୌଣସି ମ୍ୟାପ ଉପରେ ଦୁଇଦେଶ ମଧ୍ୟରେ ସହମତି ପ୍ରକାଶ ପାଇନାହିଁ। କେବଳ ସ୍ଥାନୀୟ ସ୍ତରରେ ଦୁଇ ସେନା ମଧ୍ୟରେ ବୁଝାମଣା ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri