ଗର୍ଲଫ୍ରେଣ୍ଡ ଚକ୍କରରେ ସବ୍ୟସାଚୀ

ସବ୍ୟସାଚୀ ଏବେ ଗର୍ଲଫ୍ରେଣ୍ଡ ଚକ୍କରରେ ଅଛନ୍ତି। ଖୋଲା ମିଜାଜ, ବିନ୍‌ଦାସ ଲାଇଫ। ହେଲେ କ’ଣ ହେବ, ମନଲାଖି ସୁନ୍ଦରୀଟିଏ ମିଳିଲେ ସେ ତାକୁ ହୃଦୟର ଏପରି ଜାଗାରେ ସାଇତି ରଖନ୍ତେ ଯେମିତି ଯେ କେହି ତାକୁ ତାଙ୍କଠାରୁ ଅଲଗା କରିପାରିବ ନାହିଁ। ସବ୍ୟସାଚୀଙ୍କ ଏହି ଗର୍ଲଫ୍ରେଣ୍ଡ ମିଶନ ବିଷୟରେ ଶୁଣି ଅନେକେ ନିଶ୍ଚୟ ଚମକି ଉଠିବେଣି। ହେଲେ ଏଭଳି ରୋଚକ କଥାକୁ ନେଇ କେହି ତର୍ଜମା କରିବା ପୂର୍ବରୁ ତା’ ଉପରେ ଥିବା ପରଦା ହଟାଇଦେବା ଭଲ ହେବ। ଏହି କଥାଟି ସତ, ହେଲେ ତାହାର ଶତ ପ୍ରତିଶତ ସଂଯୋଗ ରହିଛି ଓଲିଉଡ୍‌ର ପାଗଳପ୍ରେମୀ ଭାବରେ ପରିଚିତ ସବ୍ୟସାଚୀ ଓରଫ ସବ୍ୟଙ୍କର ରିଲ୍‌ ଲାଇଫ ସହ। ଅସଲ କଥା ହେଲା, ରିଲିଜ ଅପେକ୍ଷାରେ ଥିବା ଓଡ଼ିଆ ସିନେମା ‘ମାଲ୍‌ ମହୁ ଜୀବନ ମାଟି-ଭାଗ୍ୟର ନୋ ଗ୍ୟାରେଣ୍ଟି’ରେ ତାଙ୍କୁ ଏପରି ଏକ ରୋମାଣ୍ଟିକ, କମେଡି ଏବଂ ଇମୋଶନାଲ ଭୂମିକା(ମାଇକେଲ୍‌) ମିଳିଛି। ଏ ସମ୍ପର୍କରେ ସବ୍ୟ କହନ୍ତି, ‘ମାଇକେଲ ଖନା, ତେଣୁ ତାକୁ ସମସ୍ତେ ଥଟ୍ଟା କରନ୍ତି। ତାହାର ଦୁଇ ବର୍ଷରେ ଦାନ୍ତ ଉଠିଲା, ୧୫ବର୍ଷରେ ନିଶ ଦାଢ଼ି ଉଠିଲା, ହେଲେ ୨୫ବର୍ଷ ହୋଇଗଲାଣି ଗର୍ଲଫ୍ରେଣ୍ଡଟିଏ ମିଳୁନାହିଁ। କିନ୍ତୁ ସେ ଏପରି ଏକ ଚମତ୍କାର କରୁଛି ଯାହା ଚକକୁ ପୂରା ଓଲଟାଇ ଦେଉଛି। ଗୋଟିଏ ପ୍ରେମିକା ଖୋଜୁ ଖୋଜୁ ଏକାଥରେ ୪-୫ଟି ପ୍ରେମିକା ମିଳିଯାଇଛନ୍ତି। ହେଲେ ସେହି ଚମତ୍କାର କ’ଣ ତାହା ସିନେମା ଦେଖିଲେ ହିଁ ଜାଣିପାରିବେ। ଯଦି ମାଇକେଲ ରାଗିଯାଏ, ତେବେ ତା’ ପାଟିରୁ ଗାଳି ଆଉ ହାତରୁ ମାଡ଼ ବନ୍ଧୁକରୁ ଗୁଳି ବାହାରିଲା ପରି ଚାଲେ। ମୋଟ ଉପରେ କହିବାକୁ ଗଲେ ଏହି ଦ୍ୱିଭାଷୀ (ଓଡ଼ିଆ, ଛତିଶଗଡି) ଫିଲ୍ମରେ କମେଡି ରହିଛି, ହେଲେ ଏହା ଅନେକଙ୍କ ପାଇଁ ଏକ ପ୍ରେରଣାଦାୟକ ସିନେମା ହେବ।’ ଆମରା ଷ୍ଟୁଡିଓ ଏବଂ ଭେକ୍ଟର ଇନ୍‌ଫିନିଟି ବ୍ୟାନରରେ ଏହାର ପ୍ରଯୋଜନା କରିଛନ୍ତି ନବୀନ ଭଣ୍ଡାରୀ ଏବଂ ନିର୍ଦ୍ଦେଶନା ଦେଇଛନ୍ତି ରମେଶ ରାଉତ। ସବ୍ୟସାଚୀଙ୍କ ବ୍ୟତୀତ ଏଥିରେ ଏଲିନା ସାମନ୍ତରାୟ, ବିଦୁସ୍ମିତା, ସ୍ବପ୍ନା ପତି, ବିଜୁ ବଡଜେନା, କେକେ ପ୍ରମୁଖ କଳାକାରଙ୍କୁ ଦେଖିବାକୁ ମିଳିବ। ନଭେମ୍ବର ୮ରେ ପରଦା ଉପରକୁ ଆସୁଥିବା ଏହି ସିନେମାରେ ମାଇକେଲ ଭୂମିକାରେ ସବ୍ୟସାଚୀ କେତେ ବାଜିମାତ କରୁଛନ୍ତି ତାହାକୁ ହିଁ ଅପେକ୍ଷା।


Enter your email to get our daily news in your inbox.

All Right Reserved By Dharitri.Com

ସିଦ୍ଧାର୍ଥଙ୍କୁ ବିବାହ ଲାଗି ହଁ କହିଲେ ଅଦିତି, ସରିଲା ନିର୍ବନ୍ଧ

ବମ୍ବେ: ବିବାହ ହୋଇନି, ସରିଛି ନିର୍ବନ୍ଧ। ଲୁଚାଛପାରେ ବଲିଉଡ୍‌ ଅଭିନେତ୍ରୀ ଅଦିତି ରାଓ ହୈଦରୀ ଏବଂ ସିଦ୍ଧାର୍ଥ କର୍ନାଟକର ଏକ ମନ୍ଦିରରେ ବିବାହ କରିନେଇଛନ୍ତି ବୋଲି...

ମନର ଯନ୍ତ୍ରଣା ବଖାଣିଲେ କରିନା

ଆଜିକାଲି କରୀନା କପୁର ଫିଲ୍ମ ‘କ୍ରୁ’କୁ ନେଇ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମରେ ତାଙ୍କ ସହ ତବୁ ଏବଂ କ୍ରିତି ସାନନ ମଧ୍ୟ ମୁଖ୍ୟ...

ମାତ୍ର ଦେଢ ବର୍ଷ ବୟସରେ ୨୫୦ କୋଟି ଟଙ୍କାର ମାଲିକାଣୀ ହେବେ ଏହି ଷ୍ଟାରକିଡ୍‌

ବଲିଉଡର ପାଓ୍ବାରଫୁଲ୍‌ କପଲ୍‌ ରଣବୀର କପୁର ଏବଂ ଆଲିଆ ଭଟ୍ଟ ମୁମ୍ବାଇର ବାନ୍ଦ୍ରାଠାରେ ନୂଆ ଘର ପ୍ରସ୍ତୁତ କରୁଛନ୍ତି। ଏହି ଦମ୍ପତି ଶୀଘ୍ର ନିଜ ନୂଆ...

ଭାଜପାରେ ମିଶିଲେ ସିଦ୍ଧାନ୍ତ ମହାପାତ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮ା୩: ଭାଜପାରେ ଗୁରୁବାର ଯୋଗ ଦେଇଛନ୍ତି ଅଭିନେତା ତଥା ବିଜେଡିର ପୂର୍ବତନ ଏମ୍‌ପି ସିଦ୍ଧାନ୍ତ ମହାପାତ୍ର। ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ଯୋଗଦେଇ ସେ ଭାଜପାରେ ସାମିଲ...

ମୁନାୱାର ଫାରୁକିଙ୍କୁ ଅଟକ ରଖିଲା ପୋଲିସ

ମୁମ୍ବାଇ: ‘ବିଗ୍‌ ବସ’ ୧୭ ବିଜେତା ତଥା ଷ୍ଟାଣ୍ଡଅପ ହାସ୍ୟ ଅଭିନେତା ମୁନାୱାର ଫାରୁକି ପୁଣି ଥରେ ଅସୁବିଧାରେ ପଡ଼ିଛନ୍ତି । ବାସ୍ତବରେ ମୁନାୱାର ଫାରୁକିଙ୍କୁ...

ବିଦେଶି ବୟଫ୍ରେଣ୍ଡଙ୍କୁ ବିବାହ କଲେ ତାପସି? ଅନୁରାଗ କାଶ୍ୟପ ଅତିଥି!

ମୁମ୍ବାଇ: ଲଙ୍ଗ ଟାଇମ ବୟଫ୍ରେଣ୍ଡ ମୈଥିୟାସ ବୋଙ୍କ ସହ ବଲିଉଡ ଅଭିନେତ୍ରୀ ତାପସି ପନ୍ନୁଙ୍କ ବିବାହ ଖବର ଏବେ ହେଡଲାଇନରେ ରହିଛି। ଗତ ଦଶ ବର୍ଷ...

୫୧ ବର୍ଷ ବୟସରେ ଦ୍ୱିତୀୟ ଥର ପାଇଁ ମା’ ହେଲେ ଏହି ଅଭିନେତ୍ରୀ

ଓ୍ବାଶିଂଟନ: ହଲିଉଡର ପ୍ରସିଦ୍ଧ ଅଭିନେତ୍ରୀ କ୍ୟାମେରନ ଡିଆଜଙ୍କ ଘରେ ପୁଣିଥରେ ଖୁସିର ମୁହୂର୍ତ୍ତ ଆସିଛି। ଅଭିନେତ୍ରୀଙ୍କ ଘରେ କୁଆଁ କୁଆଁ ଡାକ ଶୁଭିଛି। ହଁ, କାମେରନ...

ହୋଲି ପୂର୍ବରୁ ‘ମମ ଟୁ ବି’ ୟାମି ଗୌତମ ପାଳିଲେ ରଙ୍ଗର ପର୍ବ

ମୁମ୍ବାଇ: ଚଳିତ ବର୍ଷ ରଙ୍ଗର ପର୍ବ ହୋଲି ୨୫ ମାର୍ଚ୍ଚକୁ ଅଧିକାଂଶ ସ୍ଥାନରେ ପାଳନ କରାଯାଉଛି। ଏହାକୁ ନେଇ ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ବଲିଉଡ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri