ଗର୍ଭ ନଷ୍ଟ ପାଇଁ ହସ୍ପିଟାଲ ଆଣି ଛାଡ଼ି ପଳାଇଲେ ପ୍ରେମିକ: ବିବାହ ପାଇଁ ଜିଦ୍‌ ଧରି ହାତ କାଟିଲେ ଯୁବତୀ

ଭୁବନେଶ୍ୱର,୫-୨(ବ୍ୟୁରୋ):ପ୍ରେମ ବ୍ୟାପାରକୁ ନେଇ ଇନ୍‌ଫୋସିଟି ଥାନାଞ୍ଚଳରେ ଅପ୍ରୀତିକର ଘଟଣା ଘଟିଛି। ବିବାହ ପାଇଁ ଜିଦ୍‌ ଧରି ଜଣେ ମୁସଲିମ୍‌ ସମ୍ପ୍ରଦାୟ ଯୁବତୀ ହାତ କାଟି ଗୁରୁତର ହୋଇଛନ୍ତି। ଏପରିସ୍ଥଳେ ଯୁବତୀଙ୍କ ଗର୍ଭ ନଷ୍ଟ ପାଇଁ କ୍ୟାପିଟାଲ ହସ୍ପିଟାଲ ଆଣି ତାଙ୍କୁ ପ୍ରେମିକ ଜଣକ ଛାଡ଼ି ଚାଲିଯାଇଛନ୍ତି। ଘଟଣାକୁ ନେଇ ପ୍ରେମିକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଯୁବତୀ ଜଣକ ତାଙ୍କୁ ବ୍ଲାକ୍‌ମେଲିଂ କରି ବିବାହ ପାଇଁ ଚାପ ପକାଉଥିବା ଅଭିଯୋଗପତ୍ରରେ ସେ ଉଲ୍ଲେଖ କରିଛନ୍ତି। କିନ୍ତୁ ଯୁବତୀ ଭିନ୍ନ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ଯୁବକଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ରହିଛି। ଗର୍ଭବତୀ ହୋଇଥିବାରୁ ଯୁବକ ତାଙ୍କୁ ଗର୍ଭନଷ୍ଟ ମେଡିସିନ ଖାଇବାକୁ ଦେଇଥିଲେ। ଏହାସତ୍ତ୍ୱେ ଗର୍ଭ ନଷ୍ଟ ହୋଇ ନ ଥିଲା। ଅଧିକ ଯନ୍ତ୍ରଣା ହେବାରୁ ଯୁବକ ତାଙ୍କୁ ହସ୍ପିଟାଲରେ ଛାଡ଼ି ପଳାଇଥିଲେ। ଡାକ୍ତର ଚିକିତ୍ସା କରିବା ସମୟରେ ଏସମ୍ପର୍କରେ ଜାଣିବା ପରେ କ୍ୟାପିଟାଲ ହସ୍ପିଟାଲ ଫାଣ୍ଡି ପୋଲିସକୁ ଜଣାଇଥିଲେ। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ଯୁବକଙ୍କ ଘର କୋରାପୁଟରେ ହୋଇଥିବାବେଳେ ଇନ୍‌ଫୋସିଟି ଥାନା ନନ୍ଦନବିହାର ଅଞ୍ଚଳରେ ରହି କମ୍ପିଟିଟିଭ୍‌ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି। ନୟାପଲ୍ଲୀର ଉକ୍ତ ଯୁବତୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କଥିଲା। ୬ମାସ ତଳେ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ରହିଥିବାବେଳେ ଇତିମଧ୍ୟରେ ସେ ଗର୍ଭବତୀ ହୋଇଥିଲେ। ମଙ୍ଗଳବାର ସକାଳେ ଯୁବତୀ ପ୍ରେମିକଙ୍କ ରୁମ୍‌କୁ ଆସି ବିବାହ କରିବାକୁ ଜିଦ୍‌ ଧରିଥିଲେ। ନିରାଶ ହେବାରୁ ହାତ କାଟିଥିଲେ। ପୂର୍ବାହ୍ନରେ ଯୁବକ ଇନ୍‌ଫୋସିଟି ଥାନାକୁ ଯାଇ ତାଙ୍କୁ ଯୁବତୀ ବ୍ଲାକ୍‌ମେଲିଂ କରୁଥିବା ଅଭିଯୋଗ କରିଥିଲେ। ଏହି ସମୟରେ ଯୁବତୀ ଆସି ତାଙ୍କୁ ବାହାରକୁ ଡାକି ନେଇଥିଲେ। ଉଭୟ ପୋଲିସକୁ କିଛ ନ ଜଣାଇ ଚାଲିଯାଇଥିଲେ। ପରେ ସେମାନେ କ୍ୟାପିଟାଲ ହସ୍ପିଟାଲକୁ ଗର୍ଭ ନଷ୍ଟ କରିବା ପାଇଁ ଯାଇଥିଲେ ବୋଲି ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି। ଯୁବତୀ ଗର୍ଭବତୀ ଅଛନ୍ତି କି ଯୁବକଙ୍କୁ ଫସାଇବାକୁ ଏପରି ଅଭିଯୋଗ ଆଣିଛନ୍ତି ମେଡିକାଲ ପରୀକ୍ଷା ପରେ ଜଣାପଡିବ ବୋଲି ଥାନା ଅଧିକାରୀ ବିଶ୍ୱଜିତ୍‌ ମହାନ୍ତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri