ଗର୍ଭରେ ପିଲାଙ୍କୁ ସଂସ୍କାରି କରିବା ପାଇଁ ଏହି ରାଜ୍ୟ ସରକାର ଆପଣାଇଲେ ନିଆରା ପଦକ୍ଷେପ

ଲକ୍ଷ୍ନୌ,୩।୧୨: ମହିଳାଙ୍କ ଗର୍ଭରେ ବଢ଼ୁଥିବା ପିଲାଙ୍କ ଭିତରେ ସଂସ୍କାର ଆଣିବା ପାଇଁ ଉତ୍ତରପ୍ରଦେଶ ସରକାର ଏକ ନିଆରା ପଦକ୍ଷେପ ଆପଣାଇଛନ୍ତି। କାନପୁରର ଛତ୍ରପତି ସାହୁଜି ମହାରାଜ ବିଶ୍ୱବିଦ୍ୟାଳୟ (ସିଏମ୍‌ଜେଏମ୍‌ୟୁ) ପକ୍ଷରୁ ଏନେଇ ଏକ ଅଭିଯାନ ଆରମ୍ଭ କରାଯାଇଛି। ଗର୍ଭାବସ୍ଥାରେ ଶିଶୁଙ୍କୁ ସଂସ୍କାରି କରିବା ପାଇଁ ମା’ମାନଙ୍କୁ କୌଶଳ ଶିଖାଇବା ପାଇଁ ଶିକ୍ଷା ଦିଆଯିବ। ଗର୍ଭବତୀ ମହିଳାଙ୍କ ଗର୍ଭରେ ହିଁ ଶିଶୁଙ୍କୁ ସଂସ୍କାର ଦିଆଯିବ। ଜାନୁୟାରୀ ପହିଲାରୁ ଆରମ୍ଭ ହେବାକୁ ଥିବା ଏହି ପାଠ୍ୟକ୍ରମରେ ଗର୍ଭବତୀ ଥିବା ମହିଳାଙ୍କ ସହ ଅବିବାହିତ ଯୁବତୀଙ୍କୁ ମଧ୍ୟ ଶିକ୍ଷାଦାନ କରାଯିବ। ବର୍ତ୍ତମାନ ସମୟରେ ସଂସ୍କାରକୁ ଗୁରୁତ୍ୱ ଦିଆଯାଉ ନ ଥିବା ବେଳେ ସମାଜରେ ଆପରାଧିକ ମାମଲା ବଢ଼ି ବଢ଼ି ଚାଲିଛି। ତେଣୁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଏହି ପାଠ୍ୟକ୍ରମ ଆରମ୍ଭ କରାଯାଉଛି ବୋଲି ସିଏମ୍‌ଜେଏମ୍‌ୟୁର କୁଳପତି ପ୍ରୋ ନୀଳିମା ଗୁପ୍ତା କହିଛନ୍ତି। ଏହି ପାଠ୍ୟକ୍ରମର ଅବଧି ୩ ଓ ୬ ମାସ ରହିବ। ଏଥିସହ ପଢ଼ା ସରିବା ପରେ ଶିକ୍ଷାର୍ଥୀଙ୍କୁ ଏକ ସାର୍ଟିଫିକେଟ ପ୍ରଦାନ କରାଯିବ। ଏଥିରେ ପ୍ରବେଶ ପାଇଁ ଗର୍ଭବତୀ ମହିଳାଙ୍କ ସହ ସାଧାରଣ ମହିଳା ମଧ୍ୟ ଆବେଦନ କରିପାରିବେ। ଦ୍ୱାଦଶ ପାଠପଢ଼ା ପରେ ଯୁବତୀମାନେ ଏଥିରେ ଆବେଦନ କରିପାରିବେ। ଏକାଡେମୀ ପରିଷଦ ବୈଠକରେ ଏହି ପାଠ୍ୟକ୍ରମକୁ ଅନୁମୋଦନ ମିଳିବା ପରେ ଜାନୁୟାରୀ ପହିଲାରୁ କ୍ଲାସ୍‌ ଆରମ୍ଭ ହେବ ବୋଲି କୁଳପତି ନୀଳିମା ସୂଚନା ଦେଇଛନ୍ତି। ତେବେ ସିଏସ୍‌ଜେଏମ୍‌ୟୁ ରାଜ୍ୟର ପ୍ରଥମ ବିଶ୍ୱବିଦ୍ୟାଳୟ, ଯେଉଁଠାରେ ଏଭଳି ଶିକ୍ଷାଦାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଟୁପଡ଼ାରେ ବ୍ୟବସାୟୀଙ୍କ ଘରୁ ଚୋରି ଘଟଣା, ୪ ଜଣଙ୍କୁ ଗିରଫ କରି ପୋଲିସର କୋର୍ଟ ଚାଲାଣ

ଖଡ଼ିଆଳ,୧୮।୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ପୁଟୁପଡା ୱାର୍ଡ ନଂ ୧୧ ନିବାସୀ ପ୍ରବୀଣ ଅଗ୍ରୱାଲ ଘରୁ ଚୋରି ହୋଇଥିବା ଫେବୃଆରୀ ୧୬ ତାରିଖରେ ଖଡ଼ିଆଳ…

ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା କଲେ ସ୍ୱାମୀ

ବଲାଙ୍ଗୀର,୧୮।୨(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଜାମପଡା ଗାଁ ଖୁଣ୍ଟିଆପଡାରେ ଛାତିଥରା ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା…

ଏସବୁ କରିବା ବଳାତ୍କାର ଉଦ୍ୟମ: ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ରଦ୍ଦ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୮ା୨: ନାବାଳିକା ଯୌନ ନିର୍ଯାତନା ମାମଲାରେ ଆଲ୍ଲାହାବାଦ ହାଇକୋର୍ଟଙ୍କ ଏକ ବିବାଦୀୟ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ରଦ୍ଦ କରିଦେଇଛନ୍ତି। ଜଣେ ୧୧ ବର୍ଷର ଶିଶୁ କନ୍ୟାର ସମ୍ବେଦନଶୀଳ ଅଙ୍ଗକୁ…

ବ୍ୟବସାୟୀଙ୍କ ଘରୁ ଚୋରି କରି ଧରାପଡ଼ିଲେ

ଖଡ଼ିଆଳ,୧୮।୨: ନୂଆପଡ଼ା ଜିଲା ୧୧ ନମ୍ବର ୱାର୍ଡ ପୁଟୁପଡ଼ାରେ ରହୁଥିବା ଜଣେ ବ୍ୟବସାୟୀଙ୍କ ଘରୁ ବଡ଼ଧରଣର ଚୋରି ହୋଇଥିଲା। ପୋଲିସ ବୁଧବାର ଉକ୍ତ ଘଟଣାର ପର୍ଦ୍ଦାଫାଶ କରିଛି।…

ବୋଲଗଡ଼ ବିଡିଓଙ୍କୁ ହଟାଇବା ଦାବିରେ ତାତିଲେ ଆନ୍ଦୋଳନକାରୀ; ପୋଲିସ ସହ ଠେଲାପେଲା, କାର୍‌ ଭାଙ୍ଗିଲେ…

ଖୋର୍ଦ୍ଧା,୧୮।୨(ପ୍ରଭାତ ପାଣିଗ୍ରାହୀ): ଉଗ୍ରରୂପ ନେଲା ବ୍ଲକ ସମୁଖ ଆନ୍ଦୋଳନ । ବୋଲଗଡ଼ ବ୍ଲକ ପରିସରରେ ବିଡିଓ ବିବାଦକୁ ନେଇ ଉତ୍ତେଜନା ଦେଖାଯାଉଥିବା ବେଳେ ବିଡିଓଙ୍କ ଗାଡି ଭଙ୍ଗାରୁଜା…

ପୌର ପରିଷଦ କାର୍ଯ୍ୟାଳୟ ଗେଟରେ ତାଲା ପକାଇଲେ ସଫେଇ କର୍ମଚାରୀ

ଯାଜପୁରରୋଡ଼,୧୮।୨(ପବିତ୍ର ରଞ୍ଜନ ମହାନ୍ତି): ବ୍ୟାସନଗର ପୌର ପରିଷଦ କାର୍ଯ୍ୟାଳୟ ଗେଟରେ ତାଲା ପକାଇ ବୁଧବାର ସଫେଇ କର୍ମଚାରୀମାନେ ଆନ୍ଦୋଳନ କରିଛନ୍ତି। କର୍ମଚାରୀଙ୍କ ଅଭିଯୋଗ ମୁତାବକ ସେମାନେ ୩…

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ହୋଲି ପୂର୍ବରୁ ବଢ଼ିପାରେ DA!

ନୂଆଦିଲ୍ଲୀ,୧୮।୨: ଚଳିତ ବର୍ଷର ହୋଲି କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ସ୍ୱତନ୍ତ୍ର ହୋଇପାରେ। ହୋଲି ଉତ୍ସବ ପୂର୍ବରୁ ସରକାର ମହଙ୍ଗା ଭତ୍ତା (DA)…

୧୭ ଜଣଙ୍କୁ ପଛରେ ପକାଇ ଉପରକୁ ଉଠିଲେ ଇଶାନ କିଷାନ

ନୂଆଦିଲ୍ଲୀ,୧୮।୨: ICC ଟି-୨୦ ରାଙ୍କିଙ୍ଗ ପ୍ରକାଶ ପାଇଛି। ଏଥିରେ ପ୍ରଭାବଶାଳୀ ପ୍ରଦର୍ଶନ କରିଥିବା ଇଶାନ କିଷାନଙ୍କ ତାଙ୍କୁ ଶ୍ରେଷ୍ଠ ୧୦ରେ ସ୍ଥାନ ମିଳିଛି। ସେ ୧୭ ବ୍ୟାଟସମ୍ୟାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri