ଗର୍ଭବତୀ ଥିବା ଭିନ୍ନକ୍ଷମ ଝିଅକୁ ଘରୁ ତଡ଼ିଦେଲେ ପରିବାର: ଅଳିଆଗଦାରେ ଶିଶୁପୁତ୍ର ପ୍ରସବ

କୋରାପୁଟ,୨୪ା୪(ସ୍ବ.ପ୍ର.)

ଗର୍ଭବତୀ ଥିବା ଜଣେ ମୂକ ବଧିର ମହିଳାଙ୍କ ପ୍ରସବ ବେଦନା ହେବା କ୍ଷଣି ପରିବାର ଲୋକେ ତାଙ୍କୁ ଘରୁ ତଡ଼ିଦେଲେ। ମହିଳା ଜଣକ ଘର ସାମ୍ନା ଅଳିଆଗଦାରେ ପଡ଼ିରହି ସନ୍ତାନ ଜନ୍ମ କଲେ। ଗାଁଲୋକେ ମଧ୍ୟ କିଛି ସହାୟତା କଲେନାହିଁ। କୋରାପୁଟ ଜିଲା ଲମତାପୁଟ ବ୍ଲକ ତୁସବା ପଞ୍ଚାୟତ ଆଉଡିଗୁଡ଼ା ଗ୍ରାମରେ ଅମାନବିକତାର ଏଭଳି ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି। ଜିଲା ଶିଶୁ ସୁରକ୍ଷା ବିଭାଗ ଏହି ଖବର ପାଇ ବୁଧବାର ପ୍ରସୂତି ଓ ନବଜାତ ଶିଶୁକୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି।
ସୂଚନା ଅନୁଯାୟୀ, ଆଉଡିଗୁଡ଼ା ଗ୍ରାମର ଏହି ପୀଡ଼ିତା ମହିଳା (୨୯) ମୂକ ଓ ବଧିର ଅଟନ୍ତି। ଏହି ଅକ୍ଷମତାର ସୁଯୋଗ ନେଇ କେହି ତାଙ୍କ ସହ ଶାରୀରିକ ସମ୍ପର୍କ ରଖି ତାଙ୍କୁ ଗର୍ଭବତୀ କରିଥିଲେ। ମଙ୍ଗଳବାର ରାତିରେ ତାଙ୍କର ପ୍ରସବ ବେଦନା ଆରମ୍ଭ ହେବାରୁ ଲୋକଲଜ୍ଜା ଭୟରେ ପରିବାର ଲୋକେ ତାଙ୍କୁ ଘରୁ ତଡ଼ିଦେଇଥିଲେ। ମହିଳା ଜଣକ ଘର ସମ୍ମୁଖ ଅଳିଆଗଦାରେ ଯାଇ ରହିଥିବା ବେଳେ ସେଠାରେ ସନ୍ତାନ ପ୍ରସବ ହୋଇଥିଲା। ଏପରି ଅବସ୍ଥାରେ ଗାଁଲୋକେ ମଧ୍ୟ ମାନବିକତା ଦେଖାଇ ନଥିଲେ। ପ୍ରସୂତି ଜଣକ ଅନ୍ୟ କିଛି ଉପାୟ ନପାଇ ସଦ୍ୟଜାତ ସନ୍ତାନର ନାହି ନିଜେ କାଟିବା ସହ ମୂର୍ମୁଷୁ ଅବସ୍ଥାରେ ସେଠାରେ ରାତିସାରା ପଡ଼ିରହିଥିଲେ। ବୁଧବାର ସକାଳୁ ଗ୍ରାମର ଜଣେ ସହୃଦୟ ବ୍ୟକ୍ତି ତାଙ୍କ ପାଖକୁ ଆସି ମଶାରୀ ଓ ଚାଦର ସହ କିଛି ଖାଦ୍ୟ ଦେଇଥିଲେ। ଗାଁର ଅଙ୍ଗନଓ୍ବାଡ଼ି କର୍ମୀ ଗୀତା ଜାନି ଏ ସମ୍ପର୍କରେ କୋରାପୁଟ ମେଡିକାଲରେ ଥିବା ସଖୀ କେନ୍ଦ୍ରକୁ ଫୋନରେ ଜଣାଇବା ପରେ ସେଠାକାର ଇନଚାର୍ଜ କୋରାପୁଟ ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାସଙ୍କୁ ଏନେଇ ସୂଚନା ଦେଇଥିଲେ। ଡିସିପିଓ ଘଟଣାସ୍ଥଳରେ ପହଞ୍ଚତ୍ ଅସ୍ବାସ୍ଥ୍ୟକାର ପରିବେଶ ଓ ଅସହାୟ ଅବସ୍ଥାରେ ଥିବା ପ୍ରସୂତିଙ୍କ ସହ ତାଙ୍କର ନବଜାତ ଶିଶୁକୁ ଅଳିଆଗଦାରୁ ଉଦ୍ଧାର କରିଥିଲେ। ସେଠାରୁ ଉଭୟଙ୍କୁ କୋରାପୁଟ ସ୍ଥିତ ଡିସିପିଓ ଅଫିସ ଅଣାଯିବା ପରେ ଚିକିତ୍ସା ପାଇଁ ରାତି ୮ଟାରେ କୋରାପୁଟ ମେଡିକାଲରେ ଭର୍ତ୍ତି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାକଡ଼ରେ ପଡ଼ିଛି ନବଜାତ ଶିଶୁପୁତ୍ରର ମୃତଦେହ, କିଏ-କାହିଁକି ଫିଙ୍ଗି…

ରାୟଗଡ଼ା,୩୦।୧୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହର ମହିଳା ମହାବିଦ୍ୟାଳୟ ପାର୍ଶ୍ୱ ଗଳିରେ ରିଙ୍ଗ ରୋଡକୁ ସଂଯୋଗ କରୁଥିବା ରାସ୍ତାକଡ଼ରେ ଏକ ନବଜାତ ଶିଶୁପୁତ୍ର ମୃତଦେହ ପଡ଼ିଥିବା...

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

ଭୟଙ୍କର ଦୁର୍ଘଟଣା: ଟ୍ରକ୍‌ ଚକା ତଳେ ଗଲା ଜୀବନ 

ରାୟଗଡା,୨୦।୧୨(ଆଶିଷ ରଞ୍ଜନ ପଣ୍ଡା): ଭୟଙ୍କର ଦୁର୍ଘଟଣା। ଟ୍ରକ୍‌-ବାଇକ ମୁହାଁମୁହିଁ ଧକ୍କାରେ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି...

ଡିଜିଟାଲ ଆରେଷ୍ଟ ଜାଲରେ ଫସିଲେ ମହିଳା ଡାକ୍ତର, ୧୨ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହରାଇଲେ

ରାୟଗଡା,୧୮।୧୨(ଆଶିଷ ରଞ୍ଜନ ପଣ୍ଡା)- ଡିଜିଟାଲ ଆରେଷ୍ଟ ହୋଇ ସାଇବର କ୍ରାଇମରେ ଫସିଛନ୍ତି ରାୟଗଡାର ଜଣେ ମହିଳା ଡାକ୍ତର। ରାୟଗଡା ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ...

ଦାଦନ ଖଟିବାକୁ ଯାଇ ଫସିଲେ ୯ ଯୁବକ, ପାଖରେ ଟଙ୍କା ନାହିଁ କି କାମ ନାହିଁ, ଭିଡିଓ କରି କହିଲେ…

ରାୟଗଡ଼ା,୧୮ା୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାର ଖଣିଜ ସମ୍ପଦ ଭରା କାଶୀପୁର ବ୍ଲକରେ ବକ୍ସାଇଟ ପାଇଁ ବିଶ୍ବ ପରିଚିତ ଉତ୍କଳ ଆଲୁମିନା ଭଳି କମ୍ପାନୀ ରହିଛି।...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

ତୀର୍ଥଯାତ୍ରାରେ ବାହାରିଲେ ୭୭୫ ଜଣ ବରିଷ୍ଠ ନାଗରିକ: ସବୁଜ ପତାକା ଦେଖାଇଲେ ଉପମୁଖ୍ୟମନ୍ତ୍ରୀ

ରାୟଗଡା,୧୫।୧୨(ଆଶିଷ ରଞ୍ଜନ ପଣ୍ଡା): ରାଜ୍ୟ ପର୍ଯ୍ୟଟନ ବିଭାଗ ଆନୁକୂଲ୍ୟରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅନ୍ତର୍ଗତ ତୀର୍ଥଯାତ୍ରା ଭ୍ରମଣରେ ଯାଇଛନ୍ତି ୭୭୫ ଜଣ ବରିଷ୍ଠ ନାଗରିକ।...

ବସ୍‌-ବାଇକ୍‌ ମୁହାଁମୁହିଁ, ଚାଲିଗଲା ୨ ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୧ା୧୨(ଆଶିଷ ରଞ୍ଜନ ପଣ୍ଡା): ଗୁଡାରୀରୁ ବାଡ଼ିସୋଲା ସ୍କୁଲରେ ଯୁକ୍ତଦୁଇ ପାଠ ପଢ଼ିବା ପାଇଁ ବାଇକ୍‌ରେ ଯାଉଥିବା ବେଳେ ଗୁରୁବାର ସକାଳୁ ରାମନାଗୁଡ଼ା ବ୍ଲକ ପାଲୁପାଇ ନିକଟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri