ଗର୍ଭବତୀ ଅଛନ୍ତି କି ନୀନା ଗୁପ୍ତା: ନିଜେ ମୁହଁ ଖୋଲିଲେ

ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତା ଆଜିକାଲି ଚର୍ଚ୍ଚାରେ ଅଛନ୍ତି। କିଏ କିଏ କହୁଛନ୍ତି ସେ କୁଆଡ଼େ ଗର୍ଭବତୀ ଅଛନ୍ତି। ଏସବୁ ଚର୍ଚ୍ଚା ମଧ୍ୟରେ ନୀନା ମୁହଁ ଖୋଲିଛନ୍ତି। ଏବେ ଏତିକି ଶୁଣିବା ବାକି ଥିଲା। ଏଥିରୁ ଆମ ସମାଜର ପ୍ରଗତି କେଉଁଆଡ଼କୁ ଗତି କରୁଛି ତାହା ଜଣାପଡ଼ୁଛି। କିଛି ଦିନ ପୂର୍ବରୁ ନୀନା ହାଇଦ୍ରାବାଦରେ ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡାଙ୍କ ଦ୍ୱାରା ଆୟୋଜିତ ବିବାହ ରିସେପ୍ସନରେ ଯୋଗ ଦେଇଥିଲେ। ଏହାର କିଛି ସମୟ ପରେ ଇଣ୍ଟରନେଟରେ ଖବର ପ୍ରସାରିତ ହେବା ଆରମ୍ଭ ହେଲା ୬୬ ବର୍ଷୀୟା ନୀନା ଗର୍ଭବତୀ ଅଛନ୍ତି। କାରଣ ସେ ତାଙ୍କ ପେଟରେ ହାତ ରଖି ପୋଜ ଦେଉଥିବାର ଦେଖାଯାଇଥିଲା।

ଏସବୁ ଚର୍ଚ୍ଚାକୁ ନେଇ ନୀନୀ କୁହନ୍ତି, ମୁଁ ପିନ୍ଧିଥିବା ଶାଢ଼ିର କପଡ଼ା ବହୁତ ମୋଟା ଥିଲା। ତେଣୁ ଭୁଲ ବୁଝାମଣା ସୃଷ୍ଟି କରିଥିଲା। ମୋ ବୟସରେ ଗର୍ଭଧାରଣ ଚର୍ଚ୍ଚା ପ୍ରକୃତରେ ମଜାଦାର ଲାଗିଥିଲା। ଏହା ସୂଚାଇ ଦିଏ ଯେ ଆମର ସମାଜ ଏବଂ ଦେଶ ସେମାନଙ୍କ ମାନସିକତା ଦୃଷ୍ଟିରୁ ପ୍ରଗତି କରୁଛି।

ନୀନା ବେଶ୍‌ ସ୍ପଷ୍ଟବାଦୀ। ୧୯୮୦ ଦଶକେ, ସେ ପ୍ରସିଦ୍ଧ ୱେଷ୍ଟଇଣ୍ଡିଜ କ୍ରିକେଟର ଭିଭିଆନ ରିଚାର୍ଡସଙ୍କ ସହିତ ସମ୍ପର୍କରେ ଥିଲେ। ସେହି ସମୟରେ ଝିଅ ମସାବା ଜନ୍ମ ହୋଇଥିଲେ। ୨୦୦୮ରେ ସେ ଦିଲ୍ଲୀର ଜଣେ ଚାର୍ଟର୍ଡ ଆକାଉଣ୍ଟାଣ୍ଟ ବିବେକ ମେହରାଙ୍କୁ ବିବାହ କରିଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଭୋଜିଖାଇ ଫେରିଲେ ସକାଳୁ ମିଳିଲାନି ବାଇକ୍‌ 

ଦିଗପହଣ୍ଡି,୧୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମର ରାଜେଶ କୁମାର ରାଉତଙ୍କ ଏକ ବାଇକ୍‌କୁ କେହି ଦୁର୍ବୃତ୍ତ ତାଙ୍କ ଘର ସମ୍ମୁଖରୁ ଚୋରି…

ଆମେରିକାର ବଡ଼ ଦାବି: ଇରାନର ନୂଆ ସର୍ବୋଚ୍ଚ ନେତା ମୋଜତାବା ଗୁରୁତର ଆହତ

ୱାଶିଂଟନ୍‌,୧୩।୩: ଆମେରିକାର ପ୍ରତିରକ୍ଷା ସଚିବ ପିଟ୍‌ ହେଗସେଠ୍‌ ଏକ ବଡ଼ ଦାବି କରିଛନ୍ତି। ଇରାନର ନୂଆ ସୁପ୍ରିମ ଲିଡର ମୋଜତାବା ଖାମନେଇ ଗୁରୁତର ଆହତ ହୋଇଥିବା ଏକ…

ୱାରେଣ୍ଟିଙ୍କୁ କୋର୍ଟଚାଲାଣ

ଦିଗପହଣ୍ଡି,୧୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶୁକ୍ରବାର କୁକୁଡ଼ାଖଣ୍ଡି ବ୍ଲକ ବଣିଆମାରି ଗ୍ରାମର ବିପ୍ର ମଲ୍ଲିକଙ୍କୁ କୋର୍ଟ ୱାରେଣ୍ଟ ବଳରେ ଗିରଫ କରି ବ୍ରହ୍ମପୁର…

ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ

ବଲାଙ୍ଗୀର,କଣ୍ଟାବାଞ୍ଜି,୧୩।୩ ( ସୁନିଲ କୁମାର ମହାନ୍ତି, ଗୁରୁ ଦୟାଲ ହଂସ): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନର ଜଣେ ଛାତ୍ରଙ୍କ ଶୁକ୍ରବାର ବଲାଙ୍ଗୀର ଭୀମ…

ଖେମୁଣ୍ଡି ଓକିଲ ସଂଘ ନିର୍ବାଚନ:  ସଭାପତି, ସମ୍ପାଦକ ପ୍ରାର୍ଥୀ କଲେ ନାମାଙ୍କନ ପ୍ରତ୍ୟାହାର 

ଦିଗପହଣ୍ଡି,୧୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ  ଅନୁଷ୍ଠିତ ହେବ।…

ରନ୍ଧନ ଗ୍ୟାସ୍‌ର ଅଚଳାବସ୍ଥା ନେଇ ଗର୍ଜିଲା କଂଗ୍ରେସ

ନୂଆପଡ଼ା,୧୩ା୩ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ରନ୍ଧନ ଗ୍ୟାସକୁ ନେଇ ସୃଷ୍ଟି ହୋଇଥିବା ଅଚଳାବସ୍ଥାକୁ ନେଇ ଶୁକ୍ରବାର ଜିଲା କଂଗ୍ରେସ ପକ୍ଷରୁ ପ୍ରତିବାଦ କରାଯାଇଛି। ଜିଲା କଂଗ୍ରେସ…

ଶ୍ରୀମନ୍ଦିରରେ ରକ୍ତଛିଟା: ଭିତର କାଠ ଦର୍ଶନ ବିଳମ୍ବ

ପୁରୀ,୧୩।୩: ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ। ରକ୍ତଛିଟା ପଡ଼ିଥିବାରୁ ଶ୍ରୀମନ୍ଦିରରେ ହେଲା ବଡ଼ ମହାସ୍ନାନ। ଗର୍ଭଗୃହ ଭିତର ପାହାଚ ପାଖରେ ରକ୍ତଛିଟା ପଡ଼ିଥିବା ଦେଖିବାକୁ ମିଳିଥିଲା। ମହାପ୍ରସାଦ ଆଣିବା…

କ୍ରିକେଟ ଟୁର୍ନାମେଣ୍ଟ: ଧରାକୋଟ ଟିମ୍‌ ଚାମ୍ପିୟନ

ଧରାକୋଟ,୧୩ା୩(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ସୋରଡା ଋଷିକୁଲ୍ୟା କ୍ରିକେଟ କ୍ଲବ ପକ୍ଷରୁ ଶଶିଭୂଷଣ ମିନି ଷ୍ଟାଡିୟମରେ ଚାଲିଥିବା ୧୬ତମ ଋଷିକୁଲ୍ୟା କ୍ରିକେଟ ଟର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଫାଇନାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri