ଗର୍ଭଗୃହରେ ପୂଜାର୍ଚ୍ଚନା ସମୟର ଫଟୋ ଭାଇରାଲ

ଭୁବନେଶ୍ୱର,୯।୮(ବ୍ୟୁରୋ):ଲିଙ୍ଗରାଜ ମନ୍ଦିରର ଗର୍ଭଗୃହରେ ଅମିତ୍‌ ଶାହା ପୂଜାର୍ଚ୍ଚନା କରୁଥିବା ସମୟର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଜଣେ ବ୍ୟକ୍ତିଙ୍କ ଫେସବୁକରେ ଏହି ଫଟୋ ଅପଲୋଡ ହୋଇଥିବା ଜଣାପଡ଼ିଛି। ମନ୍ଦିର ଭିତରକୁ କ୍ୟାମେରା ଓ ମୋବାଇଲ ଫୋନ ନେବା ଉପରେ କଟକଣା ରହିଛି। ଏହା ସତ୍ତ୍ୱେ କିଏ ଏହି ଫଟୋ ଉତ୍ତେଳନ କଲା ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।