ଗର୍ବୀ ହୋଇଗଲେଣି ଶେହନାଜ, ଗୌତମ ନେଲେ କ୍ଲାସ

ବମ୍ବେ: ବିଗ୍‌ବସ୍‌ରୁ ଲୋକପ୍ରିୟତା ସାଉଁଟିବା ପରେ ଗର୍ବୀ ହୋଇଗଲେଣି ଶେହନାଜ ଗିଲ। ଏକଥା ଆମେ କହୁନାହୁଁ, ଶେହନାଜଙ୍କ କଥାରୁ ଏଭଳି ଜଣାପଡ଼ୁଥିବା କହିଛନ୍ତି ଗୌତମ ଗୁଲାଟି। ଏକଦା ଗୌତମଙ୍କ ପ୍ରଶଂସକ ଥିଲେ ଶେହନାଜ। ଏବେ କିନ୍ତୁ ଗୌତମ- ଶେହନାଜଙ୍କ ଶୋ’ ‘ମୁଝସେ ଶାଦି କରୋଗୀ’ର ହୋଷ୍ଟ। ନିକଟରେ କଲର୍ସ ସୋସିଆଲ ପୃଷ୍ଠାରେ ଭିଡିଓ ଶେୟାର କରାଯାଇଥିଲା। ଶୁକ୍ରବାର ଏପିସୋଡ୍‌ରେ ଗୌତମ ଶେହନାଜଙ୍କ କ୍ଲାସ ନେଉଥିବା ଦେଖାଯାଇଛି।

‘ମୁଝସେ ଶାଦି କରୋଗୀ’ରେ ନିଜ ପାଇଁ ବରପାତ୍ର ଖୋଜୁଛନ୍ତି ଶେହନାଜ। ତାଙ୍କ ସହ ପାରସ ମଧ୍ୟ ନିଜ ପାଇଁ ଘରଣୀ ଖୋଜୁଛନ୍ତି। ସମସ୍ତଙ୍କ ମନଲାଖି ପାଞ୍ଚ ପାଞ୍ଚ ଜଣ ପ୍ରତିଯୋଗୀ ଭାଗ ନେଇଛନ୍ତି। ସେମାନଙ୍କ ମଧ୍ୟରୁ କେହି ଜଣେ ବିଜେତା ହେବେ। ତାଙ୍କ ବେକରେ ଶେହନାଜ/ପାରସ ବରଣମାଳା ପକାଇବେ।

ଗୋଟିଏ ପଟେ ଶେହନାଜ ସିଦ୍ଧାର୍ଥଙ୍କୁ ମନ ଦେଇଥିବା ଯୋଗୁ ଶୋ’ର ପ୍ରତିଯୋଗୀଙ୍କ ସହ ସେତେଟା ସମୟ ବିତାଉନାହାନ୍ତି। ଏହାକୁ ନେଇ ଗୌତମ ଶେହନାଜଙ୍କ ଉପରେ ରାଗି ଯାଇଛନ୍ତି। ଯଦି କୌଣସି ପୁଅ ତାଙ୍କୁ ଭାଉ ଦେଉନାହାନ୍ତି, ତେବେ ସେ କିଛି ଭୁଲ କରୁଥାଇପାରନ୍ତି ବୋଲି କହିଛନ୍ତି ଗୌତମ। ଏହାର ଜବାବରେ ଶେହନାଜ କହିଥିଲେ, ସେ ଯୁବକମାନଙ୍କୁ ସେ ଭାଉ ଦେବାକୁ ଚାହାନ୍ତି ନାହିଁ। ସେ ଯେତେବେଳେ ଚାହାନ୍ତି ସମସ୍ତଙ୍କୁ ଡାକନ୍ତି। ହେଲେ କଡ଼ା ଭାଷାରେ ଏହା ଫନ୍‌ ଶୋ’ ନୁହେଁ ବୋଲି ଗୌତମ କହିଛନ୍ତି। ସେମାନେ ତୁମ ପାଇଁ ଆସିଛନ୍ତି। ଏପରିକି ଶେହନାଜ ସେମାନଙ୍କ ପାଇଁ ଶୋ’ରେ ଥିବା ଗୌତମ କହିଛନ୍ତି। ମୟଙ୍କ ଅଗ୍ନିହୋତ୍ରୀଙ୍କ କଥାର ଜବାବ ଶେହନାଜ ଦେବା ପରେ ଗୌତମ ରାଗି ଯାଇଥିଲେ। ତାଙ୍କର ଶୋ’ ନୁହେଁ ବୋଲି ସେ କହିଥିଲେ। ଏହା ସମସ୍ତଙ୍କର ଶୋ’ ବୋଲି ଗୌତମ ଟିପ୍ପଣୀ ଦେଇଥିଲେ।

Share