Categories: ଜାତୀୟ

ଗର୍ଜିଲେ ମମତା: ୨୦୨୪ରେ କ୍ଷମତାକୁ ଫେରିବ ନାହିଁ ଭାଜପା

କୋଲକାତା,୯।୧୧: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର କେନ୍ଦ୍ର ଭାଜପା ସରକାର ଉପରେ ବର୍ଷିଛନ୍ତି। ଗୁଜରାଟରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି ସଂଶୋଧିତ ନାଗରିକତା ଅଧିନିୟମ (ସିଏଏ) ଏବଂ ନ୍ୟାଶନାଲ ରେଜିଷ୍ଟର ଅଫ ନାଗରିକ (ଏନଆରସି) ବ୍ୟବହାର କରୁଛି। ପଶ୍ଚିମବଙ୍ଗରେ ସିଏଏକୁ କାର୍ଯ୍ୟକାରୀ କରିବାକୁ ଦେବି ନାହିଁ। ପଶ୍ଚିମବଙ୍ଗରେ ବିଚ୍ଛିନ୍ନତାବାଦକୁ ପ୍ରୋତ୍ସାହିତ କରିବାକୁ ଭାଜପା ଚେଷ୍ଟା କରୁଛି। ସେ ରାଜ୍ୟକୁ ବିଭାଜନ କରିବାକୁ ଦେବେ ନାହିଁ ବୋଲି ମମତା ରୋକଠୋକ ମନା କରିଦେଇଛନ୍ତି।
କୃଷ୍ଣନଗରରେ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରି ମମତା ଆହୁରି ମଧ୍ୟ କହିଛନ୍ତି, ଯେତେବେଳେ ବି ନିର୍ବାଚନ ଆସେ, ଭାଜପା ସିଏଏ ଏବଂ ଏନଆରସି କାର୍ଯ୍ୟକାରୀ କରିବା ବିଷୟରେ କଥାବାର୍ତ୍ତା କରେ। ଆସନ୍ତା ମାସର ଗୁଜରାଟ ବିଧାନସଭା ନିର୍ବାଚନ ଥିବାରୁ ଭାଜପା ଏହି ପ୍ରସଙ୍ଗକୁ ଉଠାଇବା ଆରମ୍ଭ କରି ଦେଇଛି। ୨୦୨୪ ଲୋକ ସଭା ନିର୍ବାଚନରେ ଭାଜପା କ୍ଷମତାକୁ ଫେରିବ ନାହିଁ। ୨୦୧୯ରେ ଦେଶର ରାଜନୈତିକ ପରିସ୍ଥିତି ଅଲଗା ଥିଲା ଏବଂ ଏହା ପରଠାରୁ ଏହା ବଦଳି ଯାଇଛି ବୋଲି ସେ ଦାବି କରିଛନ୍ତି।

Share