ଗରିବ ଲୋକଙ୍କୁ ରାଶନ ସାମଗ୍ରୀ ଦେଲେ ସ୍ଥାନୀୟ ଲୋକେ

ବାମରା, ୩୦।୩ (ଡି.ଏନ.ଏ.)-ସମ୍ବଲପୁର ଜିଲା ବାମରା ସଦର ମହକୁମା ଅଞ୍ଚଳରେ ଲକ ଡାଉନ ଯୋଗୁ ଅନାହାରରେ ଥିବା ଗରିବ ପରିବାରଙ୍କୁ ସ୍ଥାନୀୟ କେତେ ଜଣ ବ୍ୟକ୍ତି ରାସନ ସାମଗ୍ରୀ ଯୋଗାଇ ଦେଇଛନ୍ତି। ପରିବାର ପ୍ରତି ୪ ଦିନର ରାସନ ସାମଗ୍ରୀ ଆକାରରେ ଚାଉଳ, ଡାଲି, ଲୁଣ, ଚୂଡା ଓ ଗୁଡ ସହିତ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ ବଣ୍ଟନ ହୋଇଥିଲା। ସେହିପରି ବାମରାଠାରେ ଫସି ରହିଥିବା ମହାରାଷ୍ଟ୍ରର କେତେକ ଯାଯାବର ପରିବାରଙ୍କୁ ମଧ୍ୟ ଉତ୍କଳ ପ୍ରନ୍ତୀୟ ମାରୱାଡି ସମାଜ ପକ୍ଷରୁ ରାଶନ ସାମଗ୍ରୀ ବଣ୍ଟନ କରାଯାଇଥିଲା । ଏହାବ୍ୟତିତ ଝାରସୁଗୁଡାରୁ ମନୋହରପୁର ଓ ଜମନକିରାରୁ ଉତ୍ତରପ୍ରଦେଶକୁ ଚାଲି ଚାଲି ନିଜ ଘରକୁ ଫେରୁଥିବା ଶ୍ରମିକମାନଙ୍କୁ ମଧ୍ୟ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଇଥିଲା।