ଗରିବ ପିଲାଙ୍କୁ ମାଗଣାରେ ପଢ଼ାନ୍ତି ଦମ୍ପତି

ଭବାନୀପାଟଣା,୨୫।୨(ସ୍ବ.ପ୍ର.): ଗରିବ ପରିବାର ଛାତ୍ରୀଛାତ୍ର, ଶିଶୁ ଶ୍ରମିକ, ଟଙ୍କା ଅଭାବରୁ ପାଠ ପଢ଼େଇ ନ ପାରୁଥିବା ଆର୍ଥିକ ଅନାଗ୍ରସର ପରିବାରର ପିଲାମାନଙ୍କୁ ମାଗଣାରେ ପାଠ ପଢ଼ାଇ ଏବେ ଜୁନାଗଡ଼ ସହରର ସୀତା ଗୁରୁମା’ ତାଙ୍କ ସ୍ବାମୀ ଦୀପକ ରଞ୍ଜନ ସାହୁ ଅନ୍ୟଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ଗରିବ, ଆର୍ଥିକ ଅନାଗ୍ରସର ଘର ପିଲାମାନେ ତାଙ୍କ ପରିବାରରେ ପାଠ ପଢାଇବା ପାଇଁ ଆର୍ଥିକ ସମ୍ବଳ ନାହିଁ ତ ଆଉ କିଏ ଶିଶୁ ଶ୍ରମିକ ଭାବରେ କାମ କରୁଥିଲେ। ଦେଶର ଭବିଷ୍ୟତ କୁହାଯାଉ ଥିବା ଏଭଳି ପିଲାମାନଙ୍କ ପାଇଁ ଆଶାର ଆଲୋକ ପାଲଟିଛନ୍ତି ସୀତା ଗୁରୁମା’। କଳାହାଣ୍ଡି ଜିଲା ଜୁନାଗଡ଼ ସହରର ସୀତାରାଣୀ ସାହୁ ଏହିଭଳି ପିଲାମାନଙ୍କୁ ମାଗଣାରେ ପାଠ ପଢାଇ ଅଞ୍ଚଳ ପାଇଁ ଏକ ଆଦର୍ଶ ସୃଷ୍ଟି କରିଛନ୍ତି। ପ୍ରଥମେ ସେ କେତେଜଣ ପିଲାଙ୍କୁ ନେଇ ପଢେଇବା ଆରମ୍ଭ କରିଥିଲେ। ଏବେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ବଢ଼ି ୧୨୦ଜଣ ପିଲା ହୋଇଯାଇଛନ୍ତି। ସେଥିପାଇଁ ଦରମା ଦେଇ ଏବେ ସେ କିଛି ଶିକ୍ଷକ ନିଯୁକ୍ତି ଦେଇଛନ୍ତି। ପାଠଶଳାରେ ପାଠ ଛଡ଼ା ଅନ୍ୟାନ୍ୟ ଆକ୍ଟିଭିଟି ମଧ୍ୟ ଶିଖାଉଛନ୍ତି ସୀତା ଗୁରୁ ମା’। ଗୁରୁମା’ ସୀତାରାଣୀ ସାହୁଙ୍କ ସ୍ବାମୀ ଦୀପକ ରଞ୍ଜନ ସାହୁ ତାଙ୍କୁ ଏହି ମହତ କାର୍ଯ୍ୟ ପାଇଁ ସବୁବେଳେ ସହଯୋଗ କରିଥାନ୍ତି l ଯିଏ କି ପେଶାରେ ଜଣେ ଉଦ୍ୟୋଗୀ। ତାଙ୍କ ବ୍ୟବସାୟରେ ଯେତିକି ଅର୍ଥ ଉପାର୍ଜନ କରନ୍ତି ସେଥିରେ କିଛି ଅଂଶ ଗରିବ ଛାତ୍ରୀଛାତ୍ରମାନଙ୍କ ଆଡ଼ମିସନ, ପାଠ ପାଇବା ତଥା ସମାଜ ସେବା କ୍ଷେତ୍ରରେ ଖର୍ଚ୍ଚ କରିଥାନ୍ତି। ଏପରି ମହତ କାର୍ଯ୍ୟ ପାଇଁ ଗୁରୁମା’ ସୀତାରାଣୀ ସାହୁ ତାଙ୍କ ସ୍ବାମୀ ଦୀପକ ରଞ୍ଜନ ସାହୁଙ୍କୁ ଏବେ ଅଞ୍ଚଳରେ ବେଶ ପ୍ରଶଂସା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri