ଗରିବ, ଅସହାୟଙ୍କୁ ସହାୟତା ପ୍ରଦାନ

ପିପିଲି, ୨୦ା୪(ସ୍ବ.ପ୍ର): କରୋନା ସମୟରେ ପ୍ରଭାବିତ ପିପିଲି ଓ ଡେଲାଙ୍ଗ ଅଞ୍ଚଳର ଗରିବ ଏବଂ ଅସହାୟଙ୍କ ପ୍ରତି ସହାୟତାର ହାତ ବଢାଇଛି ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ। ସ୍ବୟଂ ସେବକମାନେ ଗତ ଦୁଇ ସପ୍ତାହ ଧରି ପିପିଲି ହାଟସାହି ପଞ୍ଚାୟତର ଭୁଇଁଗୁଣ, ଜଗନ୍ନାଥପୁର ପଞ୍ଚାୟତର ଦରଡା, ବାଙ୍କିପୋଖରୀ, ବିଲିସାହି, ଦାଣ୍ଡମୁକୁନ୍ଦପୁର ପଞ୍ଚାୟତର ବାସୁଦେଇପୁର (ଗଡି ଉପର), ତେଇଶିପୁର ପଞ୍ଚାୟତର ଓଡସମୁଦି, ମଙ୍ଗଳପୁର ପଞ୍ଚାୟତର ଜେନାସାହି, ସମ୍ପୁର ପଞ୍ଚାୟତର ବଲ୍ଲପୁର, ଡେଲାଙ୍ଗ କଂଅର ସାହି, ପିପିଲି ଏନ୍‌ଏସି ଆଶ୍ରମପାଟଣା ଆଦି ବିଭିନ୍ନ ସ୍ଥାନରେ ନିରାଶ୍ରୟ ଲୋକଙ୍କୁ ଶୁଖିଲା ଖାଦ୍ୟ, ମାସ୍କ ଏବଂ ହାତଧୁଆ ସାମଗ୍ରୀ ବଣ୍ଟନ କରୁଛନ୍ତି। ଏଥିସହ କରୋନା ସମ୍ପର୍କିତ ସଚେତନତା କରାଯାଉଛି। ପ୍ରଭାତ କୁମାର ମହାପାତ୍ର ଓ ବଂଶୀଧର ସାହୁଙ୍କ ନେତୃତ୍ୱରେ ଏହି କାର୍ଯ୍ୟ ଚାଲିଛି। ଏଥିରେ ପ୍ରଦୀପ୍ତ ଘଡେଇ, ଅଭିଜିତ୍‌ ବେହେରା, ସୁଜିତ୍‌ ବାରିକ, ଅଭିଷେକ ଲେଙ୍କା, ସଞ୍ଜୀବ ସେଠୀ, ବାପୁ ବେହେରା, ଜୀବନଜୟ ରାଉତରାୟ, ପ୍ରଭାତ ବେହେରା, ଚିତ୍ତରଞ୍ଜନ ସାହୁ ଏବଂ ମାନସ ମହାପାତ୍ର ପ୍ରମୁଖ ସହଯୋଗ କରୁଛନ୍ତି।