Categories: ଜାତୀୟ

ଗରିବଙ୍କ ପେଟକୁ ଦାନା ଦେଉଛି ‘ରୁଟି ବ୍ୟାଙ୍କ’

ଅହମ୍ମଦାବାଦ,୧୮।୫: ଗୁଜରାଟ ରାଜକୋଟରେ ଗରିବଙ୍କୁ ପେଟର ଭୋକ ଦାଉରୁ ରକ୍ଷା କରିବା ପାଇଁ ‘ରୁଟି ବ୍ୟାଙ୍କ’ ସାଜିଛି ସାହା ଭରସା। ଶ୍ରୀ ବୋଲବାଳା ଚାରିଟେବୁଲ୍‌ ଟ୍ରଷ୍ଟ୍‌ ପକ୍ଷରୁ ଏଭଳି ନିଆରା ସମାଜ ସେବା କରାଯାଉଛି। ସ୍ଥାନୀୟ ଅଟୋ ରିକ୍ସା ଡ୍ରାଇଭରମାନେ ବିଭିନ୍ନ ସ୍ଥାନରୁ ରୁଟି ସଂଗ୍ରହ କରି ଗରିବଙ୍କୁ ଦେଇଥାନ୍ତି। ଏହାସହିତ ବିଭିନ୍ନ ହସ୍ପିଟାଲରେ ମଧ୍ୟ ରୁଟି ବଣ୍ଟା ଯାଇଥାଏ। ପ୍ରତି ଘରୁ ୨ଟି ରୁଟି ସଂଗ୍ରହ କରାଯାଇଥାଏ। ପ୍ରତିଦିନ ପ୍ରାୟ ଏକ ହଜାର ଘରୁ ରୁଟି ସଂଗ୍ରହ ହୋଇଥାଏ। ମହାରାଷ୍ଟ୍ର ଔରଙ୍ଗାବାଦ ଜିଲାରେ ମଧ୍ୟ ଏଭଳି ରୁଟି ବ୍ୟାଙ୍କ କାର୍ଯ୍ୟ କରୁଛି।

Share