ଗରିବଙ୍କୁ ରାଶନ ଦେବାକୁ ବିଧାୟକଙ୍କ ଦାବି

କଟକ ଅଫିସ୍‌,୧୮ା୪: କଟକ ମହାନଗର ନିଗମ ଅଞ୍ଚଳରେ ଅନେକ ଗରିବ ଖଟିଖିଆ, ଦିନମଜୁରିଆ, ଶ୍ରମିକ ମୂଲିଆ ରହିଛନ୍ତି, ଯେଉଁମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚିତ ହୋଇ ରାଶନ କାର୍ଡ ଖଣ୍ଡିଏ ପାଇ ନାହାନ୍ତି। ଯାହାଫଳରେ ସେମାନେ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାର ସୁଫଳ ଓ ସହାୟତା ପାଇବାରୁ ବଞ୍ଚିତ ହେଉଛନ୍ତି ବୋଲି ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ କ୍ଷୋଭ ପ୍ରକାଶ କରି କହିଛନ୍ତି। ସମ୍ପ୍ରତି କରୋନା ମହାମାରୀ ସମୟରେ ଏହି ଗରିବ ପରିବାରଗୁଡିକୁ ପର୍ଯାପ୍ତ ପରିମାଣର ସରକାରୀ ସହାୟତା ଯୋଗାଇ ଦେବା ପାଇଁ ସେ ଜିଲା ପ୍ରଶାସନ ଓ ନିଗମ କର୍ତ୍ତୃପକ୍ଷଙ୍କ ପାଖରେ ଦାବି କରିଛନ୍ତି। କଟକ ମହାନଗର ନିଗମ ୱାର୍ଡ ଅଧିକାରୀ, ସିଓ ଏବଂ ଅନ୍ୟାନ୍ୟ ଅଧିକାରୀଙ୍କ ସହାୟତାରେ ବଣ୍ଟନ କାର୍ଯ୍ୟକୁ ତ୍ୱରାନ୍ବିତ କରିବାକୁ ଦାବି ରଖିଛନ୍ତି।