ଗରା, ବାଲ୍‌ଟି ଧରି ରାସ୍ତା ଅବରୋଧ

ଉଦଳା, ୧।୧୨(ଡି.ଏନ.ଏ.)- ମୟୂରଭଞ୍ଜ ଜିଲା ଉଦଳା ଏନ୍‌ଏସିର ୯ନଂ ୱାର୍ଡର ବାସିନ୍ଦା ଜଳକଷ୍ଟର ଶିକାର ହେଉଛନ୍ତି। ପାନୀୟ ଜଳ ଯୋଗାଣ ଲାଗି ଦୀର୍ଘବର୍ଷ ହେଲା ପାଇପ୍‌ ବିଛା ଯାଇଥିଲେ ବି ଲୋକଙ୍କୁ ଜଳ ଯୋଗାଇ ଦିଆଯାଉନାହିଁ ା ପ୍ରଶାସନ ଏହାର କୌଣସି ପ୍ରତିକାର ନ କରିବାରୁ ଉକ୍ତ ଓ୍ବାର୍ଡ ଅଧୀନ ୱାର୍ଡ ମେଣ୍ଢାଖାଇ ଅଞ୍ଚଳରେ ବସବାସ କରୁଥିବା ୨୩ ପରିବାରର ମହିଳାପୁରୁଷ ଶନିବାର ଗରା, ବାଲ୍‌ଟି ଧରି ରାସ୍ତା ଅବରୋଧ ସହ ଆନ୍ଦୋଳନ କରିଥିଲେ। ସେମାନେ ମେଣ୍ଢାଖାଇ ଛକଠାରେ ରାସ୍ତା ଅବରୋଧ କରିବା ଫଳରେ ଉଦଳା-ବରହମ୍‌ପୁର ମଧ୍ୟରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ା ରାସ୍ତାର ଦୁଇପାର୍ଶ୍ୱରେ ଅନେକ ଯାନବାହନ ଅଟକି ରହିଥିବା ଦେଖିବାକୁ ମିଳିଥିଲା। ଖବର ପାଇ ଉଦଳା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଉତ୍ତ୍ୟକ୍ତ ଜନସାଧାରଣଙ୍କୁ ବୁଝାଶୁଝା କରିଥିଲା ା ଏହାସହିତ ୭ ଦିନ ମଧ୍ୟରେ ସମସ୍ୟାର ସମାଧାନ କରାଯାଇ ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ମିଳିବାରୁ ୱାର୍ଡବାସୀ ଆନ୍ଦୋଳନ ପ୍ରତ୍ୟାହୃତ କରିଥିଲେ ା ପ୍ରତିଶ୍ରୁତି ଅନୁଯାୟୀ, ପାନୀୟ ଜଳର ଯୋଗାଣ ନ ହେଲେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ା