ଗରମ ଓ ଗର୍ଭବତୀଙ୍କ ଯତ୍ନ

କାଲି ସରିଛି ସ୍ନାନ ପୂର୍ଣ୍ଣମୀ। ଆଜିଠୁ ରଥଯାତ୍ରା ପର୍ଯ୍ୟନ୍ତ ମହାପ୍ରଭୁ ରହିବେ ଅଣବସରରେ। କୁହାଯାଏ ଏହି ସମୟରେ ଅନୁଭୂତ ହୁଏ ଅଣବସର ଗୁଳୁଗୁଳି। ତେବେ ଖରାଦିନ ଶେଷ ଏବଂ ବର୍ଷାର ଆରମ୍ଭ ମଧ୍ୟବର୍ତ୍ତୀ ଏହି ସମୟରେ ହେଉଥିବା ପାଣିପାଗ ପରିବର୍ତ୍ତନଜନିତ ଗରମ ସମସ୍ତଙ୍କ ଲାଗି ବିଶେଷ କରି ଗର୍ଭବତୀଙ୍କ ଲାଗି ହୋଇପଡ଼େ ଅସହ୍ୟ। ତେଣୁ ଏହି ସମୟରେ ଉଭୟ ମା’ ଏବଂ ଗର୍ଭସ୍ଥ ସନ୍ତାନର ସୁରକ୍ଷା ଲାଗି ଯତ୍ନଶୀଳ ହେବା ଆବଶ୍ୟକ…

ଗର୍ଭାବସ୍ଥା ଏକ ସ୍ପର୍ଶକାତର ସମୟ, ଯେଉଁଥିରେ ଭାବୀ ମା’କୁ ଦୀର୍ଘ ୯ ମାସ ଧରି ଶିଶୁଟିକୁ ଗର୍ଭରେ ଧାରଣ କରି ସବୁ ସୁବିଧା, ଅସୁବିଧାକୁ ସାମ୍ନା କରିବାକୁ ପଡ଼ିଥାଏ। ମାତୃତ୍ୱର ଏହି ଯାତ୍ରା ଖୁବ୍‌ ଆନନ୍ଦଦାୟକ ହେଲେ ମଧ୍ୟ କେତେବେଳେ ଏହା ନିରାପଦ ହୋଇଥାଏ ତ’ ପୁଣି କେତେବେଳେ ବିପଦ ସଙ୍କୁଳ ହୋଇଥାଏ। କାରଣ ନିଜର ଓଜନ ସହ ଆଉ ଗୋଟିଏ ଶିଶୁକୁ ଗର୍ଭରେ ଧାରଣ କରି ଜୀବନ ନିର୍ବାହ କରିବା କମ୍‌ କଷ୍ଟକର ବ୍ୟାପାର ନୁହେଁ। ବିଶେଷ ଭାବରେ ଖରା ଗରମ ଏବଂ ଗୁଳୁଗୁଳି ସମୟ ଗର୍ଭବତୀ ନାରୀ ପାଇଁ ବେଶ୍‌ କଷ୍ଟଦାୟକ ହୋଇଥାଏ। ଅସହ୍ୟ ତାତି ସାଙ୍ଗକୁ ଝାଳ ବୋହିବା, ଜଣେ ସାଧାରଣ ମଣିଷ ପାଇଁ କଷ୍ଟକର ହୋଇପଡ଼ିଥିବା ବେଳେ ଗର୍ଭବତୀ ନାରୀ ପାଇଁ ଏହାକୁ ସହନ କରିବା ଯନ୍ତ୍ରଣାଦାୟକ ହୋଇଥାଏ। ଗର୍ଭାବସ୍ଥାରେ କେତେକ ଅନ୍ତଃସ୍ରାବୀ ରସ ତଥା ଶାରୀରିକ ପରିବର୍ତ୍ତନ ଯୋଗୁ ଭାବୀ ମା’ମାନଙ୍କୁ ବେଶି ଗରମ ଲାଗିଥାଏ। ସେମାନଙ୍କର ବେଶି ଝାଳ ମଧ୍ୟ ବୋହିଥାଏ।
ସାଧାରଣତଃ ପ୍ରତ୍ୟେକ ଗର୍ଭବତୀ ନାରୀଙ୍କ ଠାରେ ବାନ୍ତି ଲାଗିବା, ମୁଣ୍ଡ ବୁଲାଇବା, କ୍ଳାନ୍ତି ଲାଗିବା ଆଦି ଲକ୍ଷଣ ଦେଖାଦେଇଥାଏ। କିନ୍ତୁ ଗରମ ଦିନେ ଏହି ଲକ୍ଷଣ ବଢ଼ିଯାଏ ଏବଂ ଟିକେ ଯନତ୍ ନ ପାଇଲେ ସେମାନଙ୍କର ଅଂଶୁଘାତ ହେବାର ଭୟ ଥାଏ। ମା’ ଦେହର ତାପମାତ୍ରା ବଢ଼ିଗଲେ ଗର୍ଭସ୍ଥ ଶିଶୁ ଉପରେ ମଧ୍ୟ ତା’ର ଖରାପ ପ୍ରଭାବ ପଡ଼ିଥାଏ। ବେଶି ଝାଳ ବୋହୁଥିବାରୁ ଦେହରୁ ଜଳୀୟ ଅଂଶ କମିଯାଏ (ଡିହାଇଡ୍ରେଶନ୍‌) ତେଣୁ ପ୍ରଚୁର ପାଣି (ଅତି କମ୍‌ରେ ୮-୧୦ଗ୍ଲାସ୍‌) ପିଇବା ଆବଶ୍ୟକ। ଏହି ପାଣି ଗର୍ଭରେ ଶିଶୁକୁ ଶକ୍ତି ଯୋଗାଉଥିବା ଗର୍ଭଫୁଲକୁ ବିକାଶ କରିଥାଏ। ତା’ ଛଡା ଏହା ଦେହରେ ଥିବା ବିଷାକ୍ତ ପଦାର୍ଥକୁ ପରିସ୍ରା ଓ ଝାଳ ବାଟେ ବାହାରି ଯିବାରେ ସାହାଯ୍ୟ କରିଥାଏ। ପାଣି ବ୍ୟତୀତ ଲେମ୍ବୁପାଣି, ପଇଡ଼ପାଣି, ଆଖୁରସ, ସରବତ୍‌ ପ୍ରଚୁର ପରିମାଣରେ ପିଇବା ଦରକାର। ବାହାରକୁ ଗଲାବେଳେ ସବୁବେଳେ ବୋତଲରେ ପିଇବା ପାଣି ରଖିବା ଆବଶ୍ୟକ। ଅଧିକ ଗରମ ଲାଗିଲେ ମୁହଁ ଏବଂ ଦେହ ଧୋଇଦେବା ଜରୁରୀ।
ଏ ସମୟରେ ଶୀଘ୍ର ହଜମ ହେଉ ନ ଥିବାରୁ, ତରଭୁଜ, କାକୁଡ଼ି, ସାଲାଡ଼, ଫଳ ଖାଆନ୍ତୁ । ଚା, କଫି ଆଦି ବଦଳରେ ଦହି ସାଲାଡ଼, ଲେମ୍ବୁ, ଲୁଣ, ଚିନି ସରବତ, ଫ୍ରୁଟ୍‌ ଜୁସ୍‌ ପିଅନ୍ତୁ।
ଏହି ଅବସ୍ଥାରେ ଖରାରେ ଆଦୌ ବାହାରକୁ ବାହାରନ୍ତୁ ନାହିଁ। ଯେତେ ଦୂର ସମ୍ଭବ ଘର ଭିତରେ ରୁହନ୍ତୁ ଏବଂ ନିହାତି କିଛି କାମ ଥିଲେ ସନ୍ଧ୍ୟା ପରେ ସାରିବାକୁ ଚେଷ୍ଟା କରନ୍ତୁ। ଅତ୍ୟଧିକ ଗରମ, ଟାଣ ଖରା ତଥା ପ୍ରଦୂଷଣ ଶରୀରର ବହୁତ କ୍ଷତି କରେ। ସକାଳେ କିଛି ସମୟ ଚାଲିବା ବେଶ୍‌ ଭଲ।
ଗର୍ଭାବସ୍ଥାରେ ଅନେକଙ୍କର ଗୋଡ଼ ଫୁଲିଥାଏ। ତେଣୁ ଗରମ ଗୁଳୁଗୁଳିରେ ସିନ୍ଥେଟିକ୍‌ ଏବଂ ଟାଇଟ୍‌ ପୋଷାକ ପିନ୍ଧବା ଦ୍ୱାରା ଅସୁବିଧା ହୋଇଥାଏ। ଯଥାସମ୍ଭବ ଆରାମଦାୟକ ଢିଲା କଟନ ପୋଷାକ ପିନ୍ଧନ୍ତୁ। ତେଣୁ ଟାଇଟ ଜୋତା ପରିବର୍ତ୍ତେ ନରମ, କୋମଳ ଢିଲା ଚପଲ ବ୍ୟବହାର କରନ୍ତୁ।
ଗରମ, ଗୁଳୁଗୁଳି ସମୟରେ କେଶ ଲମ୍ବା ରଖିନ୍ତୁ ନାହିଁ। ସେହିପରି ଝାଳ ନ ହେବା ଲାଗି କେଶ ଛୋଟ ରଖନ୍ତୁ, ମଝିରେ ମଝିରେ ଶାମ୍ପୁ କରନ୍ତୁ। କେଶ ଖୋଲା ନ ରଖି ଖୋଷା ବା ପନିଟେଲ୍‌ କରନ୍ତୁ। ଆବଶ୍ୟକ ହେଲେ କେଶ କାଟି ଛୋଟ କରିଦିଅନ୍ତୁ।
ଏମିତିରେ ଗର୍ଭାବସ୍ଥାରେ ଚର୍ମରେ ଡାର୍କ ପ୍ୟାଚ୍‌, ଡ୍ରାଏ ସ୍ପଟ୍‌ସ, ପିଗ୍‌ମେଣ୍ଟେଶନ୍‌, ଚମ ଫଳିବା (ର଼୍ୟାସେସ୍‌) ଆଦି ଭଳି ଅନେକ ପରିବର୍ତ୍ତନ ଦେଖାଦିଏ। ଯାହାକି ଗରମରେ ବଢିଯିବାର ଆଶଙ୍କା ଥାଏ। ତେଣୁ ଗାଧୋଇସାରି ଚର୍ମରେ ଭଲଭାବେ ମଏଶ୍ଚରାଇଜିଂ ଲୋସନ ବା କ୍ରିମ୍‌ ଲଗାଇବା ଭଲ। ଏଦିନେ ଗରମ ପାଣି ବା ହଟ୍‌ ସାୱର ବାଥ୍‌ କରନ୍ତୁ ନାହିଁ, ନଚେତ୍‌ ଚର୍ମ କୁଣ୍ଡାଇ ହେବା ସହ ଶୁଖିଲା ହୋଇଯିବ।
ଅଧିକ ଗରମ, ଗୁଳୁଗୁଳି ଲାଗିଲେ ଥଣ୍ଡା ଘରେ ୮-୧୦ ଘଣ୍ଟା ବିଶ୍ରାମ ନିଅନ୍ତୁ। ପ୍ରଚୁର ଝାଳ ବୋହିଲେ ଶରୀରର ଇଲେକ୍ଟ୍ରୋଲାଇଟସ୍‌ ଯଥା ସୋଡିୟମ ଓ ପଟାସିୟମ ଅସନ୍ତୁଳନ ହୁଏ ଏବଂ ଗୋଡ଼ହାତ ବିନ୍ଧିବା ସହ କ୍ଳାନ୍ତି ଲାଗେ । ଏହାକୁ ହିଟ୍‌ କ୍ରାମ୍ପସ୍‌ କୁହାଯାଏ। ଏପରି ଲାଗିଲେ କଦଳୀ ଖାଇବା ସହ ଲେମ୍ବୁ ଲୁଣ ପାଣି ପିଇବା ଉଚିତ । ଗର୍ଭାବସ୍ଥାର ପ୍ରଥମ ୩ ମାସରେ ଅଂଶୁଘାତ ହେଲେ ଗର୍ଭସ୍ଥ ଶିଶୁ ବିକଳାଙ୍ଗ ହେବାର ଭୟ ଥାଏ। ତେଣୁ ଦିନରେ ବାହାରକୁ ଯିବା କିମ୍ବା ଚୁଲି ପାଖରେ ବହୁ ସମୟ ଠିଆ ହୋଇ ରୋଷେଇ କରିବା ଉଚିତ ନୁହେଁ।
– ଲିଙ୍କ୍‌ ରୋଡ,କଟକ
ମୋ- ୯୪୩୭୯୫୫୦୦୭


Enter your email to get our daily news in your inbox.

All Right Reserved By Dharitri.Com

ସୁସ୍ଥ ହେଉଛନ୍ତି ଅଭିଜିତ୍‌ ମଜୁମଦାର: ମେଡିକାଲରୁ ହେବେ ଡିସ୍‌ଚାର୍ଜ

ଭୁବନେଶ୍ୱର, ୩୧।୧୨: ସୁସ୍ଥ ହେଉଛନ୍ତି ସଙ୍ଗୀତକାର ଅଭିଜିତ୍‌ ମଜୁମଦାର। ଆସନ୍ତା ୨/୩ ଦିନ ମଧ୍ୟରେ ଏମ୍ସରୁ ଡିସ୍‌ଚାର୍ଜ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଅଭିଜିତଙ୍କୁ ଚିକିତ୍ସା...

ବିଳିବିଳାଉଛନ୍ତି ହାଫିଜ ସଇଦ: ଭାରତକୁ ନେଇ ଏମିତି କହିଦେଲେ, ୫୦ ବର୍ଷ ପର୍ଯ୍ୟନ୍ତ…

ଇସଲାମାବାଦ୍‌,୩୧।୧୨: ଜମ୍ମୁ କଶ୍ମୀରରେ ସକ୍ରିୟ ଥିବା ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବା(LeT)ର ପ୍ରତିଷ୍ଠାତା ହାଫିଜ ସଇଦ ଏବଂ ତାଙ୍କର ନିକଟତର ସହଯୋଗୀମାନେ ପୁଣି ଥରେ ଭାରତର ଅପରେଶନ...

ଆକ୍ସନରେ ନୟନତାରା: ନୂଆବର୍ଷରେ କରିବେ ଧମାଲ୍‌

ପ୍ରଶଂସକମାନେ ୟଶଙ୍କ ଫିଲ୍ମ ‘ଟକ୍ସିକ’ର ମୁକ୍ତିଲାଭ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ନୂଆବର୍ଷ ପୂର୍ବରୁ ପ୍ରଶଂସକଙ୍କୁ ବଡ଼ ଉପହାର ଦେଇଛନ୍ତି ଏହି ଫିଲ୍ମର ନିର୍ମାତା।...

ବିଜେଡି ଅସନ୍ତୁଷ୍ଟଙ୍କ ଉପରେ ମୋକିମଙ୍କ ନଜର, ନୂଆ ସମୀକରଣକୁ ନେଇ କହିଲେ…

ଭୁବନେଶ୍ୱର,୩୧ା୧୨: ନୂଆଦଳ ଓ ସମୀକରଣକୁ ନେଇ କଂଗ୍ରେସର ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଏକ ବଡ଼ ବୟାନ ଦେଇଛନ୍ତି। ମୁଖ୍ୟତଃ ଭାଜପା, ବିଜେଡି ଏବଂ କଂଗ୍ରେସକୁ...

PEOଙ୍କୁ ପଚରାଉଚରା କରୁଛି ଭିଜିଲାନ୍ସ: ଚଢାଉବେଳେ ମିଳିଥିଲା ପୁଳାପୁଳା ଟଙ୍କା

ହାଟଡିହୀ,୩୧l୧୨(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପିଇଓ ଜିତେନ୍ଦ୍ର ଜେନାଙ୍କ ଘର, ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟାଳୟ ଉପରେ ଗତ ମଙ୍ଗଳବାରରୁ ଭିଜିଲାନ୍ସ...

ଭଦ୍ରକ ଏସପି ଅଫିସକୁ ନୂଆ ବର୍ଷରେ ଫୁଲତୋଡ଼ା ମନା: ଲାଗିଲା ନୋଟିସ

ଭଦ୍ରକ,୩୧।୧୨(ସନାତନ ରାଉତ): ଭଦ୍ରକ ଏସ୍‌ପି ଅଫିସକୁ ନୂଆବର୍ଷରେ ଫୁଲ ତୋଡ଼ା ନେଇ ଯିବାକୁ ବାରଣ କରାଯାଇଛି। ନୂଆ ବର୍ଷରେ ଶୁଭେଚ୍ଛା ଜଣାଇବା ପାଇଁ ବହୁ ବହୁ...

ଭିତରେ ମିଟିଂ କରୁଥିଲେ ସିଏସଓ: ଅଫିସ ଭିତରେ ଧାରଣା ଦେଲେ ଚାଷୀ, ଧାନ ନ ଉଠିବାରୁ…

ବଲାଙ୍ଗୀର, ୩୧।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଳକ କୁସମେଲ ପ୍ୟାକ୍ସରେ ଚାଷୀମାନଙ୍କ ଧାନ କିଣା ନ ଥିବାରୁ ଏହି ପ୍ୟାକ୍ସ ଅନ୍ତର୍ଗତ ବିଭିନ୍ନ...

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri