ଗଭୀର ନିଷ୍ଠା ସଫଳତାର ବାଟ ଦେଖାଏ

ବଲାଙ୍ଗୀର ଅଫିସ, ୨୮ା୭ – ବଲାଙ୍ଗୀର ସିଏନ୍‌ସି କଲେଜ ପରିସରରେ ଗ୍ରାଜୁଏସନ୍‌ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସିଏନ୍‌ସି କଲେଜ ନିର୍ଦ୍ଦେଶକ ଆଶୁତୋଷ ପୁରୋହିତ ଏବଂ ପ୍ରଦୀପ ସାହୁଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଅତିଥିଭାବେ ଦୋହାସ୍ଥିତ ଅଲ୍‌ଜଜିରା ମିଡିଆ ନେଟୱର୍କ ଅନୁଷ୍ଠାନ ଉନ୍ନୟନ ମୁଖ୍ୟ ବଳଭଦ୍ର ପଟ୍ଟନାୟକ ଓ ଓଭୋ ଫାର୍ମର ନିର୍ଦ୍ଦେଶକ ସମରେନ୍ଦ୍ର ମିଶ୍ର ଯୋଗଦାନ କରିଥିଲୋ ଗଭୀର ନିଷ୍ଠା ଓ ଆତ୍ମପ୍ରତ୍ୟୟ ହିଁ ମଣିଷକୁ ସଫଳତାର ବାଟ ଦେଖାଇଥାଏ ବୋଲି ଅତିଥିମାନେ କହିଥିଲେ। ଅତିଥି ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ ଆତ୍ମବିଶ୍ୱାସ ହିଁ ଛାତ୍ରୀଛାତ୍ରଙ୍କୁ ନୂଆ କିଛି କରିବା ପାଇଁ ପ୍ରେରଣା ଯୋଗାଏ ବୋଲି କହିଥିଲେ ା ଛାତ୍ରୀଛାତ୍ରମାନେ ଯେତେ ଭଲ ପାଠ ପଢ଼ିଲେ ମଧ୍ୟ ଯଦି ସେମାନଙ୍କ ଭିତରେ ଆତ୍ମବିଶ୍ୱାସ କମିଯିବ ସେମାନେ ନିଜର ଅର୍ଜିତ ଜ୍ଞାନକୁ ଠିକ୍‌ ଭାବେ ଉପଯୋଗ କରିପାରିବେ ନାହିଁ ବୋଲି କହିଥିଲେ ା ଏଣୁ ପାଠ ପଢ଼ିବା ହେଉ କି ଅନ୍ୟ ଯେକୌଣସି କାର୍ଯ୍ୟରେ ଆତ୍ମବିଶ୍ୱାସୀ ହେବାକୁ ଚେଷ୍ଟା କରନ୍ତୁ ବୋଲି ସେ ପରାମର୍ଶ ଦେଇଥିଲେ ା ଅନ୍ୟତମ ଅତିଥି ମିଶ୍ର ତାଙ୍କ ବକ୍ତବ୍ୟରେ ଭିଜନ୍‌ ଓ ମିଶନ୍‌ ନିର୍ଦ୍ଧାରିତ ଓ ସ୍ପଷ୍ଟ ନହେଲେ ସଫଳତା ମିଳିବ ନାହିଁ ବୋଲି କହିଥିଲେ ା ଏଣୁ କ୍ୟାରିଅର ଚୟନ କରିବା ପୂର୍ବରୁ ପାଠ ପଢ଼ିଲା ବେଳେ ହିଁ ନିଜର ଭିଜନ୍‌ ଓ ମିଶନ୍‌ ସ୍ପଷ୍ଟ କରିବାକୁ ଚେଷ୍ଟା କରନ୍ତୁ ବୋଲି ସେ କହିଥିଲେ ା ଆଜିର ପ୍ରତିଯୋଗିତାମୂଳକ ସମାଜରେ ସଫଳ ହେବାକୁ ହେଲେ ବିଭିନ୍ନ ବିଷୟରେ ନିଜକୁ ପ୍ରତିପାଦିତ କରିବାକୁ ହେବ ବୋଲି ସେ କହିଥିଲେ ା ଏହି ଉତ୍ସବରେ ବିକମ୍‌ ଗ୍ରାଜୁଏଟ୍‌ ହୋଇଥିତ୍ବା ଛାତ୍ରୀଛାତ୍ରଙ୍କୁ ଡିଗ୍ରୀ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା ା ଏହା ସହିତ ଯୁକ୍ତଦୁଇ କୃତି ଛାତ୍ରୀଛାତ୍ରଙ୍କୁ ପୁରସ୍କୃତ କରାଯାଇଥିଲା। ବିଶ୍ୱବିଦ୍ୟାଳୟସ୍ତରରେ ଟପ୍ପର ହୋଇଥିତ୍ବା ଏହି କଲେଜର ଛାତ୍ରୀଛାତ୍ରଙ୍କୁ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ବି କମ୍‌ ଟପ୍ପର ନ୍ୟାନସି ପୁରୋହିତ ଓ ଯୁକ୍ତଦୁଇ କୃତୀ ଛାତ୍ରୀ ଶ୍ରଦ୍ଧା ଜୈନଙ୍କୁ ହେମଲତା ପଟ୍ଟନାୟକ ସ୍ମୃତି ବୃତ୍ତି ଓ ଡାଇରେକଟର୍ସ ବୃତ୍ତି ପ୍ରଦାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ୪୮ ଘଣ୍ଟିଆ ଅଲ୍ଟିମେଟମକୁ ନେଇ ପରିହାସ କଲା ଇରାନ, ଚେତାବନୀ ଦେଇ କହିଲା ନର୍କର ଦ୍ବାର…

ତେହେରାନ,୫।୪: ଇରାନର କେନ୍ଦ୍ରୀୟ ସାମରିକ କମାଣ୍ଡ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୪୮ ଘଣ୍ଟିଆ ଅଲ୍ଟିମେଟମକୁ ପ୍ରତ୍ୟାଖ୍ୟାନ କରିଛି । ଇରାନ କେବଳ ଟ୍ରମ୍ପଙ୍କ ଧମକକୁ ଅଣଦେଖା…

ନାବାଳିକାଙ୍କ ଫଟୋକୁ ଏଡିଟିଂ କରି ଅଶ୍ଲିଳ ଫଟୋ ଭାଇରାଲ କରିଥିଲା ଯୁବକ, ଅଭିଯୁ୍‌କ୍ତ ଗିରଫ

ଦେବଗଡ,୫।୪(ଶଶାଙ୍କ ଶେଖର ଝାଙ୍କର): ଜଣେ ୧୫ ବର୍ଷିୟା ନାବାଳିକାଙ୍କ ଫଟୋକୁ ଏଡିଟିଂ ମାଧ୍ୟମରେ ବିକୃତ କରି ଅଶ୍ଲିଳ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରୁଥିଲା ଯୁବକ ।…

ମହୁଲ ଗୋଟାଉଥିବା ବେଳେ କଚାଡି ଦେଲା ଦନ୍ତା, ଆକ୍ରମଣରେ ୩….

ପରଜଙ୍ଗ୫।୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧିନ କନ୍ତୋର ଓ ବାରିହାପୁର ଗାଁରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି। ରବିବାର ଭୋର୍…

ସ୍କୁଲ ଚୟନ ଅଧିକାର ଶିକ୍ଷାଧିକାରରେ ନାହିଁ: ହାଇକୋର୍ଟ

ନୂଆଦିଲ୍ଲୀ,୫।୪: ଶିକ୍ଷା ଅଧିକାର ଆଇନ ଅନୁଯାୟୀ ଜଣେ ପିଲାର ଶିକ୍ଷା ଗ୍ରହଣ କରିବାର ଅଧିକାର ରହିଛି, କିନ୍ତୁ ନାମଲେଖା ପାଇଁ ଏକ ନିର୍ଦ୍ଦିଷ୍ଟ ସ୍କୁଲକୁ ଚୟନ କରିବା…

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri