Categories: ଫୁରସତ

ଗବେଷଣା ସମୟରେ ଏହି ବୈଜ୍ଞାନିକମାନଙ୍କର ଘଟିଥିଲା ମୃତ୍ୟୁ

କୌଣସି ନୂଆ ଜିନିଷ ଉଦ୍ଭାବନ କରିବା ସହଜ କଥା କିମ୍ବା କାମ ନୁହେଁ। କିଛି ନୂଆ ଆବିଷ୍କାର ପାଇଁ ବୈଜ୍ଞାନିକମାନଙ୍କୁ ଶହ ଶହ ବର୍ଷ ମଧ୍ୟ ଲାଗିଥାଏ। ଏଥିପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିଥାଏ ବୈଜ୍ଞାନିକମାନଙ୍କୁ। ବେଳେବେଳେ ଆବିଷ୍କାର ସମୟରେ ମଧ୍ୟ ଅନେକ ବୈଜ୍ଞାନିକଙ୍କ ମୃତ୍ୟୁ ଘଟିଥିବା ନଜିର ରହିଛି। ତେବେ ଜାଣନ୍ତୁ ଏମିତି କିଛି ସୁପରିଚିତ ବୈଜ୍ଞାନିକଙ୍କ ସମ୍ପର୍କରେ…

ମ୍ୟାରୀ କ୍ୟୁରି:


ରେଡିୟମ ଏବଂ ପୋଲୋନିୟମ ନାମକ ଦୁଇଟି ତତ୍ତ୍ୱର ଆବିଷ୍କାର ସମୟରେ ସୁପରିଚିତ ଭୌତିକବିତ୍‌ ଏବଂ ରସାୟନଶାସ୍ତ୍ରୀ ମ୍ୟାରୀ କ୍ୟୁରି ବା ମାଡାମ କ୍ୟୁରିଙ୍କ ମୃତ୍ୟୁ ଘଟିଥିଲା। ୧୯୩୪ ମସିହାରେ କ୍ୟୁରି ରେଡିୟୋଆକ୍ଟିଭିଟିରେ କାମ କରୁଥିଲେ। ମାତ୍ର ତାଙ୍କର ଧାରଣା ନ ଥିଲା କି ରେଡିୟମ କେତେକ ଭୟଙ୍କର। ଯାହା ତାଙ୍କ ଶରୀରରେ ଖରାପ ପ୍ରଭାବ ପକାଇଥିଲା। ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ହେନେରୀ ସ୍ମୋଲିନିସ୍କି:


ହେନେରୀ ଫ୍ଲାଇଙ୍ଗ୍‌ କାର୍‌ ପ୍ରସ୍ତୁତି ପାଇଁ ବେଶ୍‌ ଜଣାଶୁଣା। ସେ ୧୯୭୩ ମସିହାରେ ଏହା ଉଦ୍ଭାବନ କରିଥିଲେ। ଯାହାର ନାମ ସେ ‘AVE Mizar’ ରଖିଥିଲେ। ଯେତେବେଳେ ଫ୍ଲାଇଙ୍ଗ କାର୍‌ ଉଡ଼ାଇଥିଲେ, ସେତେବେଳେ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ଫ୍ରାଞ୍ଜ ରିଚେଲ୍ଟ:


ଅଷ୍ଟ୍ରିଆରେ ଜନ୍ମିତ ଫ୍ରାଞ୍ଜ୍‌ ରିଚେଲ୍ଟ ଆଧୁନିକ ଓ୍ବିଙ୍ଗ୍‌ଶୁଟ୍‌ର ଉଦ୍‌ଭାବକ ଭାବେ ବିବେଚନା କରାଯାଏ। ତେବେ ଏହାର ପରୀକ୍ଷଣ ପାଇଁ ପ୍ୟାରିସର ଆଇଫେଲ ଟାଓ୍ବାରରୁ ଡେଇଁବା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା। ସେତେବେଳେ ତାଙ୍କୁ ମାତ୍ର ୩୩ ବର୍ଷ ହୋଇଥିଲା।

Share