ଗବେଷଣାଗାର ନୁହେଁ, ପ୍ରକୃତି ଦେଇଛି କରୋନା: ଗବେଷକଙ୍କ ମତ

ଲସ୍‌ ଏଞ୍ଜେଲ୍ସ,୧୯ା୩ : କୋଭିଡ-୧୯ ମହାମାରୀ ସୃଷ୍ଟି କରିଥିବା କରୋନା ଭୂତାଣୁ କୌଣସି ଗବେଷଣାଗାରରେ ସୃଷ୍ଟି ହୋଇନାହିଁ, ଏହା ପ୍ରାକୃତିକ ବିବର୍ତ୍ତନର ଫଳ ବୋଲି ଏକ ଅଧ୍ୟୟନରେ କୁହାଯାଇଛି। ଲାବ୍‌ରେ ଏହି ଭୂତାଣୁ ସୃଷ୍ଟି ହୋଇଥିବା ନେଇ ଗୁଜବ ଓ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। ‘ନେଚର ମେଡିସିନ୍‌’ ନାମକ ପତ୍ରିକାରେ ପ୍ରକାଶିତ ଅଧ୍ୟୟନ ରିପୋର୍ଟ ଅନୁଯାୟୀ, ଗବେଷକମାନେ କରୋନା ଭୂତାଣୁ ସମେତ ସାର୍ସକୋଭ୍‌-୨ ଓ ଅନ୍ୟାନ୍ୟ ଭୂତାଣୁଗୁଡ଼ିକର ଜେନମ ସେକ୍ୱେନ୍ସ ତଥ୍ୟ ବିଶ୍ଳେଷଣ କରିଥିଲେ। ଆମେରିକାର ସ୍କ୍ରିପ୍ସ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟର ବୈଜ୍ଞାନିକଙ୍କ ସମେତ ଅନ୍ୟ ଗବେଷକମାନେ କହିଛନ୍ତି, ଏହି ଭୂତାଣୁ ଲାବ୍‌ରେ ପ୍ରସ୍ତୁତ ହୋଇଥିବାର କୌଣସି ପ୍ରମାଣ ମିଳିନାହିଁ। ଚାଇନା କର୍ତ୍ତୃପକ୍ଷ ଚିହ୍ନଟ କରିଥିବା ଏହି ମହାମାରୀ ମାଡ଼ିଚାଲିବାର କାରଣ ହେଲା କରୋନା ଭୂତାଣୁ ଜଣକ ଶରୀରରୁ ଅନ୍ୟ ଜଣକୁ ସଂକ୍ରମିତ ହେଉଛି ବୋଲି ଗବେଷକ କହିଛନ୍ତି।

Share