ଗୁପ୍ତେଶ୍ୱର ଜଙ୍ଗଲରୁ ମାଓବାଦୀ ସାମଗ୍ରୀ ଜବତ

ବୈପାରୀଗୁଡା,୧୦ା୬ (ଡି.ଏନ୍‌.ଏ.)-କୋରାପୁଟ ଜିଲା ବୈପାରୀଗୁଡା ଥାନା ଅନ୍ତର୍ଗତ ଗୁପ୍ତେଶ୍ୱର ପଞ୍ଚାୟତ ଅନ୍ତର୍ଗତ କେନ୍ଦୁଗୁଡା ନିକଟସ୍ଥ ଜଙ୍ଗଲରୁ ପୋଲିସ ବ୍ୟାପକ ପରିମାଣର ମାଓବାଦୀ ସାମଗ୍ରୀ ଜବତ କରିଛି। ଏ ନେଇ ବୁଧବାର ଥାନା ପରିସରରେ ଜୟପୁର ଏସଡିପିଓ ବରୁନ ଗୁଣ୍ଠପାଲି ଆୟୋଜିତ ଖବରଦାତା ସମ୍ମିଳନୀରେ ଏହା ପ୍ରକାଶ କରିଛନ୍ତି। ପୂର୍ବ ସୂଚନାକୁ ଆଧାର କରି ବୁଧବାର ଭୋର ୫ଟାରେ ଡିଷ୍ଟ୍ରିକ୍ଟ ଭଲ୍ୟୁଣ୍ଟାରି ଫୋର୍ସ ଓ ବିଏସ୍‌ଏଫ-୧୫୧ ବାଟାଲିୟନ ପକ୍ଷରୁ କୋମ୍ବିଂ ଅପରେଶନ କରାଯାଇଥିଲା। ଏହି ସମୟରେ ଜଙ୍ଗଲର ଏକ ପଥର ଖୋଲ ମଧ୍ୟରେ ଗୋଟିଏ ପ୍ଲାଷ୍ଲିକ୍‌ ଡ୍ରମ ରଖାଯାଇଥିବା ପୋଲିସ ନଜରକୁ ଆସିଥିଲା। ତାହାକୁ ଆଣି ଯ।ଞ୍ଚ କରିବାରୁ ମାଓବାଦୀଙ୍କ ବିଭିନ୍ନ ସାମଗ୍ରୀ ମିଳିଥିଲା। ଏହାକୁ ଜବତ କରାଯାଇଛି। ଜବତ ସାମଗ୍ରୀ ମଧ୍ୟରେ ଗୋଟିଏ ୧୨ ବୋର୍‌ ରାଇଫଲ୍‌ ,୨ଟି କ୍ଲମର ମାଇନ୍‌ ବାର୍‌ ,୨୦ ମିଟର ତାର,୮ଟି ବ୍ୟାଟେରି,୧ କିଲୋ ଗନ୍‌ ପାଉଡର, ଲୁହା ଖଣ୍ଡ ୫ କିଲୋ, ୱାକି ଟକି ଗୋଟିଏ, ୟନିଫର୍ମ ବେଲ୍‌ଟ ୨ଟି, ବବି ଟ୍ରାପ୍‌ ୫ଟି, ବମ୍‌ ସଇଜ୍‌ ୨ଟି, ଜିଲୋଟିନ୍‌ ଷ୍ଟିକ୍‌ ୪୯ଟି, ଡେଟୋନେଟର ୪ଟି ,ପ୍ଲାଷ୍ଟିକ୍‌ ଡ୍ରମ ଗୋଟିଏ ଏବଂ ମାଓବାଦୀ ପୁସ୍ତିକା, ଲେଟ୍‌ର ପ୍ୟାଡ୍‌ ଆଦି ରହିଛି। ପୁସ୍ତିକାଗୁଡିକ ତେଲୁଗୁ ଭାଷାର ବୋଲି ଜଣାପଡିଛି। ୪ ବର୍ଷ ତଳେ ଏଠାରେ କ୍ୟାମ୍ପ କରିଥିବା ତେଲୁଗୁ ମାଓବାଦୀଙ୍କର ଏହି ସାମଗ୍ରୀ ହୋଇଥାଏ ପାରେ ବୋଲି ଅନୁମାନ କରାଯାଉଛି ା ଉକ୍ତ ସମ୍ମିଳନୀରେ ବିଏସ୍‌ଏଫ୍‌ କମାଣ୍ଡାଣ୍ଟ ଅଜୟ କମାର, କମାଣ୍ଡାଣ୍ଟ ତରୁଣ ପ୍ରଧାନ ଏବଂ ବୈପାରୀଗୁଡା ଥାନା ଅଧିକାରୀ ଅଂଶୁମାନ ଦ୍ବିବେଦୀ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ କିଛି ବର୍ଷ ତଳେ ଦଣ୍ଡାବାଡି ଓ ରାମଗରି ଅଞ୍ଚଳ ତେଲୁଗୁ ମାଓବାଦୀ କ୍ୟାଡରଙ୍କ କବ୍‌ଜାରେ ଥିଲା। ରାମଗିରି ଓ ଦଣ୍ଡାବାଡିଠାରେ ବିଏସ୍‌ଏଫ୍‌ କ୍ୟାମ୍ପ ପ୍ରତିଷ୍ଠା ହେବା ପରେ ଏହି ଅଞ୍ଚଳ ମାଓବାଦୀଙ୍କ କବଳରୁ ମୁକ୍ତ ହୋଇଥିଲା। ଏବେ ପୁଣି ଛତିଶଗଡ ରାଜ୍ୟର ହାର୍ଡକୋର ମାଓବାଦୀମାନେ କାୟା ବିସ୍ତାର କରୁଛନ୍ତି। ନିକଟରେ ସେମାନଙ୍କ ଦ୍ବାରା ଆୟୋଜିତ ଏକ ଗୁପ୍ତ ବୈଠକରେ ରାସ୍ତା କାମ ନେଇଥିବା କେତେକ ଠିକାଦାର ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାରରେ ଗଞ୍ଜେଇ ନେଇ ଜାଉଥିଲେ: ମାଡ଼ି ବସିଲା ପୋଲିସ

ନନ୍ଦପୁର,୮।୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ପୋଲିସ ଏକ ଓଆର୦୨ ବିଜେଡ ୬୧୭୦ ନମ୍ବ ବିଶିଷ୍ଟ କାର ସମେତ ୨୧ କିଲୋ ଗଞ୍ଜେଇ ଜବତ କରିଛି।…

ପୁଶିଂ ବ୍ରିଜ୍‌ ନିର୍ମାଣସ୍ଥଳ ଚିହ୍ନଟ ନେଇ ପ୍ରଶାସନର କ୍ଷେତ୍ର ପରିଦର୍ଶନ

ନନ୍ଦପୁର,୮ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଦେଇ ଯାଇଥିବା କେ.କେ ରେଳପଥରେ ଏକ ପୁସିଂ ବ୍ରିଜ୍‌ ନିର୍ମାଣସ୍ଥଳ ଚିହ୍ନଟ କରିବାକୁ ପ୍ରଶାସନ ପକ୍ଷରୁ ମଙ୍ଗଳବାର କ୍ଷେତ୍ର…

୮୦ ଫୁଟ୍‌ ତଳକୁ ଖସିଲା ଟ୍ରକ୍‌: ଭିତରେ ଥିଲେ ଡ୍ରାଇଭର

ଜୟପୁର,୮।୪(ପବନ ପାଣିଗ୍ରାହୀ): ୮୦ ଫୁଟ୍‌ ତଳକୁ ଖସିଲା ଟ୍ରକ୍‌। ଫଳରେ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଉଦ୍ଧାର କରାଯାଇ ପୋଲିସ ଡାକ୍ତରଖାନାରେ ଭର୍ତ୍ତି କରିଛି। ଜୟପୁର…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

ଭାରସାମ୍ୟ ହରାଇ ସାଲୁର୍ ଘାଟରେ ଓଲଟିଲା ଚାଉଳ ଟ୍ରକ୍, ୬ ଘଣ୍ଟା ଜାତୀୟ ରାଜପଥ…

ପଟ୍ଟାଙ୍ଗି,୭।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ସୀମାକୁ ଲାଗି ରହିଥିବା ପଡୋଶୀ ଆନ୍ଧ୍ର ସୀମା ଭିତରେ ସାଲୁର୍ ଘାଟିରେ ଦୁର୍ଘଟଣା । ଏକ ଟ୍ରକ୍…

କୋରାପୁଟ ବିଧାୟକଙ୍କୁ ନୂଆ ଦାୟିତ୍ବ,ଜିଲାପାଳଙ୍କ ଉପସ୍ଥିତିରେ….

କୋରାପୁଟ,୬।୪(ଅମିତାଭ ବେହେରା ): କୋରାପୁଟ ଜିଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ କୋରାପୁଟ ବିଧାୟକ ରଘୁରାମ ମାଛ ସୋମବାର ଦାୟିତ୍ବ ଗ୍ରହଣ କରିଛନ୍ତି । ସୋମବାର କୋରାପୁଟ…

ଭଗବାନ ମୁଦୁଲିଙ୍କୁ ଗୁରୁଦାୟିତ୍ୱ: ଉନ୍ନୟନ ପରିଷଦ ଅଧ୍ୟକ୍ଷ ମନୋନୀତ

ନନ୍ଦପୁର,୬।୪(ତୁଷାର କାନ୍ତ ମହାନ୍ତି): ରାଜ୍ୟ ସରକାର ରାଜ୍ୟର ୨୩ ଆଦିବାସୀ ବହୁଳ ଜିଲା ନିମନ୍ତେ ସ୍ବତନ୍ତ୍ର ଉନ୍ନୟନ ପରିଷଦର ନବ କଳେବର କରି ଅଧକ୍ଷ ଓ ଉପାଧ୍ୟକ୍ଷଙ୍କ…

କୋଟିଆରେ ପୁଣି ପଶିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri