ଗଧ ଭାରି ବୁଦ୍ଧିଆ; ସ୍ମରଣ ଶକ୍ତି ବି ଅଧିକ ଥାଏ

ଓ୍ବାଶିଂଟନ୍‌,୧୯।୮: ଗଧ ଘୋଡ଼ା ପ୍ରଜାତିର ଉଚ୍ଚତାରେ ସବୁଠାରୁ ଛୋଟ ପ୍ରାଣୀ। ଗଧମାନେ ଭାରି ବୁଦ୍ଧିଆ। ସେମାନଙ୍କର ସ୍ମରଣ ଶକ୍ତି ଅଧିକ ରହିଥାଏ। ଅଧିକ ଦିନ ଧରି ସେମାନେ କୌଣସି କଥାକୁ ମନେ ରଖିପାରିଥାନ୍ତି ବୋଲି ଆମେରିକା ମେକ୍ସିକୋରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି। ଆଫ୍ରିକାରେ ମୁଖ୍ୟତଃ ଗଧକୁ ଭାର ବୋହି ନେବା କାର୍ଯ୍ୟରେ ବ୍ୟବହାର କରାଯାଇଥାଏ। ଆମେରିକାର ଦକ୍ଷିଣ ଅଞ୍ଚଳରେ ଅଧିକ ସଂଖ୍ୟକ ଜଙ୍ଗଲୀ ଗଧ ଦେଖାଯାଇଥାନ୍ତି। ଗଧ ଆଗତ ବିପଦ ସମ୍ପର୍କରେ ଜାଣି ପାରିଥାଏ ବୋଲି ଏହି ରିପୋର୍ଟରେ ପ୍ରକାଶ ପାଇଛି। ଘୋଡ଼ା ଭଳି ଗଧ ମଧ୍ୟ ଆବଶ୍ୟକ ସ୍ଥଳେ ଠିକ୍‌ ନିଷ୍ପତ୍ତି ନେଇ ପାରନ୍ତି। ସେମାନେ ମାଲିକ ପ୍ରତି ବେଶ୍‌ ବିଶ୍ୱସ୍ତ ହୋଇଥାନ୍ତି ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି।

Share