ଗତ ୨୪ ଘଣ୍ଟାରେ ସୁସ୍ଥ ହେଲେ ୨,୩୫୦ କରୋନା ସଂକ୍ରମିତ

ନୂଆଦିଲ୍ଲୀ,୧୯।୫: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ଅତିକ୍ରମ କରିଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ କିନ୍ତୁ ୨,୩୫୦ ରୋଗୀ ସୁସ୍ଥ ହେବା ଖୁସି ଖବର ବୋଲି କୁହାଯାଉଛି। ଏହାକୁ ନେଇ ଏବେ ଦେଶରେ ୩୯,୧୭୪ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇ ସାରିଲେଣି। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସୂଚନା କହୁଛି ଏବେ ଦେଶରେ ସୁସ୍ଥ ହାର ରହିଛି ୩୮.୭୩ ପ୍ରତିଶତ। ଯାହା ଅନ୍ୟ ଦେଶ ତୁଳନାରେ ଭଲ। ସୂଚନାଯୋଗ୍ୟ, କରୋନା ମହାମାରୀ ପ୍ରଥମେ ଚାଇନାର ଉହାନ ସହରରୁ ଆରମ୍ଭ ହୋଇଥିବା ବେଳେ ଏବେ ଏହା ସାରା ବିଶ୍ୱକୁ ବ୍ୟାପି ସାରିଛି। ଆମେରିକା ଭଳି ଶକ୍ତିଶାଳୀ ଦେଶରେ ଏହା ତାଣ୍ଡବ ରଚିଥିବା ବେଳେ ଏବେ ସେଠାରେ ସଂକ୍ରମିତଙ୍କ ସଂଖ୍ୟା ୧୩ ଲକ୍ଷ ଅତିକ୍ରମ କରି ସାରିଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ୧ଲକ୍ଷ ଛୁଇଁବାକୁ ଯାଉଛି।

Share