Categories: ଖେଳ

ଗତ ୧୦ ବର୍ଷରେ କ୍ରିକେଟର ବାଦ୍‌ଶାହ ପାଲଟିଛନ୍ତି ‘ବିରାଟ କୋହଲି’

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଗତ ୧୦ ବର୍ଷ ଭିତରେ କ୍ରିକେଟର ବାଦ୍‌ଶାହ ପାଲଟିଯାଇଛନ୍ତି। ଏକଦିବସୀୟ ମ୍ୟାଚରେ ଶତକ ହାସଲ କରିବାରେ ସେ ଏବେ କେବଳ ସଚିନ ତେନ୍ଦୁଲକରଙ୍କଠାରୁ ପଛରେ ରହିଯାଇଛନ୍ତି। ୨୦୧୦ରୁ ୨୦୧୯ ମଧ୍ୟରେ ଏକଦିବସୀୟ କ୍ରିକେଟରେ ଅନେକ ରେକର୍ଡ ଭାଙ୍ଗିଛନ୍ତି ବିରାଟ। ଗତ ୧୦ ବର୍ଷ ମଧ୍ୟରେ ସେ ଏକଦିବସୀୟ କ୍ରିକେଟରେ ୧୧୧୨୫ ରନ୍‌ ସ୍କୋର କରିଛନ୍ତି। ଯାହାକି ଅନ୍ୟ କୌଣସି ବ୍ୟାଟ୍ସମ୍ୟାନଙ୍କ ତୁଳନାରେ ସର୍ବାଧିକ ସ୍କୋର। ଏହି ସମୟ ମଧ୍ୟରେ ବିରାଟ ୪୭ଟି ଶତକ ଲଗାଇବା ସହ ୫୨ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ସେହିପରି ୨୦୧୦ରୁ ୨୦୧୯ ମଧ୍ୟରେ ସେ ୧୦୩୮ ଚୌକା ଲଗାଇଛନ୍ତି। ୩୫ଥର ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ଏବଂ ୭ଥର ମ୍ୟାନ୍‌ ଅଫ୍‌ ଦ ସିରିଜ୍‌ ପୁରସ୍କାର ପାଇଛନ୍ତି। ଫିଲ୍ଡିଂରେ ମଧ୍ୟ ବିରାଟ ୧୧୭ଟି କ୍ୟାଚ୍‌ ଧରିବାରେ ସକ୍ଷମ ହୋଇଛନ୍ତି। ୧୦ ଭିତରେ ବିଶ୍ୱର କୌଣସି ବ୍ୟାଟ୍ସମ୍ୟାନ୍‌ ଏହି ସମସ୍ତ ଉପଲବ୍ଧି ହାସଲ କରିନାହାନ୍ତି।

Share